PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆସିଲାଣି ପିକ୍‌ନିକ୍‌ ଋତୁ: ନଜର ଟାଣୁଛି ଡେରେଜାଙ୍ଗ ଡ୍ୟାମ୍‌, ବନ୍ଧୁମିଳନ, ଭୋଜିଭାତ ପାଇଁ ଜମିବ ଭିଡ଼

ଅନୁଗୁଳ,୧୮/୧୧: ସହର ନିକଟରେ ଗ୍ରାମ୍ୟ ପରିବେଶର ମହକ । ବିସ୍ତୀର୍ଣ୍ଣ ନୀଳ ଜଳରାଶିରେ ସୂର୍ଯ୍ୟାସ୍ତର ପ୍ରତିଫଳନ । ନଦୀବନ୍ଧର ଡାଇକ୍‌ ଉପରୁ ଗଭୀର ଜଳରାଶିକୁ ଉପଭୋଗ କରିବାର ସୁଖଦ ଅନୁଭୂତି । ସବୁଜ ବନାନୀ ସାଙ୍ଗକୁ ପାର୍କ୍‌ରେ ବଣଭୋଜି । ଅନୁଗୁଳ ସହର ଉପକଣ୍ଠ ଡେରଜାଙ୍ଗ ଡ୍ୟାମ୍‌ରେ ପର୍ଯ୍ୟଟକଙ୍କ ମନ ଜିଣିବାକୁ ଏମିତି ଅନେକ ଉପାଦାନ ଖୁନ୍ଦି ହୋଇ ରହିଛି । ଖାସ୍‌ ଏଇଥିପାଇଁ ବର୍ଷତମାମ୍‌ ଡେରଜାଙ୍ଗ ଡ୍ୟାମ୍‌କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳ ପର୍ଯ୍ୟଟନ ଋତୁରେ ଏଠାରେ ବନ୍ଧୁମିଳନ ଓ ଭୋଜିଭାତ ଜମୁଛି । ଡ୍ୟାମ୍‌ରେ ବୁଲାବୁଲି ସାଙ୍ଗକୁ ନିକଟରେ ଥିବା ପାର୍କ୍‌ର ସ୍ୱତନ୍ତ୍ର ପିଣ୍ଡିରେ ଭୋଜି କରିବାକୁ ଧିରେ ଧିରେ ଭିଡ଼ ଜମି ଆସିଲାଣି ।

ବ୍ରାହ୍ମଣୀ ନଦୀର ଦୁଇ ଉପନଦୀ ମାତିଳିଆ ଓ ଲିଙ୍ଗରା ନଦୀ ଉପରେ ଛିଡ଼ା ହୋଇଛି ଡେରଜାଙ୍ଗ ଡ୍ୟାମ୍‌ । ଅନୁଗୁଳ ସହରଠାରୁ ମାତ୍ର ୮ରୁ ୧୦ କିମି ଦୂରରେ ରହିଛି ଏହି ମନଲୋଭା ପର୍ଯ୍ୟଟନ ସ୍ଥଳୀ । ଅନୁଗୁଳ ସହରକୁ ଡେରଜାଙ୍ଗକୁ ଯିବା ପାଇଁ ପୃଥକ ଭାବେ ଭଲ ରାସ୍ତା ରହିଛି । ଥରୁଟିଏ ଡ୍ୟାମ୍‌ର ଡାଇକ୍‌ ଉପରେ ପହଞ୍ଚିବା ପରେ ପର୍ଯ୍ୟଟନ ଡେରଜାଙ୍ଗ ଡ୍ୟାମ୍‌ ପ୍ରେମରେ ପଡ଼ିବା ଥୟ । ଡାଇକ୍‌ ଉପରୁ ଡ୍ୟାମ୍‌ର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବର୍ଷ ତମାମ୍‌ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ଡେରଜାଙ୍ଗକୁ । ମୁଖ୍ୟତଃ ସୂର୍ଯ୍ୟାସ୍ତ ସମୟର ମନଲୋଭା ଦୃଶ୍ୟ ସାଙ୍ଗକୁ ବଣଭୋଜି ପାଇଁ ଡେରେଜାଙ୍ଗ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାଏ । ଡ୍ୟାମ ତଳେ ଜଙ୍ଗଲ ରହିଛି । ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ଡ୍ୟାମ୍‌ ନିକଟରେ ବହୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଭୋଜିଭାତର ସୁବିଧା ପାଇଁ ଏକ ପାର୍କ୍‌କୁ ବିକଶିତ କରିବା ସହ ବିଶେଷ କରି ଭୋଜି ପାଇଁ ୧୪ଟି ଗୋଟି ପିଣ୍ଡି ରହିଛି । ଏହି ପିଣ୍ଡିରେ ଭୋଜି କରି ପୂରା ଦିନଟିଏ ବିତାଇବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ।

ଗମନାଗମନ ଓ ଭୋଜି ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାରୁ ବର୍ଷ ତମାମ୍‌ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଭୋଜି ଭାତ ପାଇଁ ଡ୍ୟାମ୍‌ ତଳ ଗାଁରେ ଗ୍ୟାସ୍‌ଠୁ ଆରମ୍ଭ କରି ସମସ୍ତ ରାସନ ସାମଗ୍ରୀ ମଧ୍ୟ ମିଳିଯାଏ । ବିଶେଷ କରି ପର୍ଯ୍ୟଟନ ଋତୁରେ ଏଠାରେ ବନ୍ଧୁମିଳନ ଓ ଭୋଜିଭାତ କରିବା ପାଇଁ ଲୋକ ଆଗ୍ରହ ଦେଖାଇଥାନ୍ତି । ଶନିବାର ଓ ରବିବାର ଭଳି ଛୁଟି ଦିନଗୁଡିକରେ ଅସମ୍ଭାଳ ଭିଡ଼ ହୁଏ ପାର୍କ୍‌ରେ । ପିଣ୍ଡି ନମିଳିଲେ ଦଳ ଦଳ ପର୍ଯ୍ୟଟକ ଆଖପାଖରେ ଥିବା ଜଙ୍ଗଲରେ ଭୋଜି କରିବାକୁ ପସନ୍ଦ କରିଥାନ୍ତି । ଜଙ୍ଗଲ, ଝରଣା ସହିତ ପ୍ରାକୃତିକ ପରିବେଶ ମଧ୍ୟରେ ଫଟୋ ଉଠାଇବାରୁ ବହୁ ସୁନ୍ଦର ସ୍ଥାନ ରହିଛି । ପିକନିକ୍‌ର ସ୍ମୃତିକୁ ସାଇତି ରଖିବା ପାଇଁ ଡ୍ୟାମ୍‌ ଉପରେ ଫଟୋ ଉଠାଇବାକୁ ପର୍ଯ୍ୟଟକ ହାତଛଡ଼ା କରନ୍ତି ନାହିଁ ।