ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଦେଶୀ ମଦ କାରଖାନା ଠାବ, ମହିଳାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜଧାନୀରେ ପୁଣି ଦେଶୀ ମଦ କାରଖାନା ଠାବ ହୋଇଛି । ଅବକାରୀ ବିଭାଗ ଓ ପୁଲିସି ଆଜି ସାଲିଆସାହି ନୀଳଚକ୍ରନଗର ବିସ୍ତିରେ ଚଢ଼ଉ କରି ୫ଟି କାରଖାନା ଠାବ କରିବା ସହିତ ୫ ଜଣଙ୍କୁ ଗିରଫ କରିଛନ୍ତି । ୫ଟି ଘରୁ ବିପୁଳ ପରିମାଣର ଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଆୟୁସୁନି ହେମ୍ବ୍ରମ୍‌ (୩୦), ବାଇଧର ମୁର୍ମୁ (୪୫), ବିରଞ୍ଚି ନାୟକ (୫୪), ଆର୍ସୁ ମାରାଣ୍ଡି (୪୦) ଓ ସରସ୍ୱତୀ ହାଂସଦା (୫୦) । ଅପରାହ୍ଣରେ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ କଟକ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌, ଭୁବନେଶ୍ୱର ଅବକାରୀ ବିଭାଗ ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଭାବେ ସାଲିଆସାହି ନୀଳଚକ୍ରନଗର, ଘୁଷୁରୀ ସାହି ଓ ହାଟସାହିରେ ଚଢ଼ଉ କରିଥିଲେ । ସେଠାରେ ୫ଟି ଘରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା । ଚଢ଼ଉ ବେଳେ ୫ଜଣ ଧରା ପଡ଼ିଥିଲେ । ଚୋରା କାରଖାନାରୁ ୨୫ ହଜାର ଲିଟର ଗୁଡ଼ ପୋଚ, ୨୬୫୦ ଲିଟର ରନ୍ଧା ମଦ, ୩୨ଟି ଡେକ୍‌ଚି, ଡ୍ରମ୍‌ ଓ ମଦ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଜବତ ଚୋରା ମଦ ଓ ସାମଗ୍ରୀର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚୋରା ମଦ ବେପାରୀମାନେ ମୟୁରଭଞ୍ଜ ଅଞ୍ଚଳର । ସେମାନେ ସାଲିଆସାହିରେ ରହି ଦୀର୍ଘଦିନ ଧରି ଚୋରାରେ ଦେଶୀ ମଦ ତିଆରି କରୁଥିଲେ । ଏହି ମଦର ନିଶା ଅଧିକ ଓ ମୂଲ୍ୟ ବହୁତ କମ୍‌ । ତେଣୁ ବସ୍ତି ଲୋକଙ୍କ ମଧ୍ୟରେ ଏହି ମଦର ଚାହିଦା ଅଧିକ । ଧରା ପଡ଼ିଥିବା କାରଖାନା ମାଲିକମାନେ ଏଜେଣ୍ଟ୍‌ଙ୍କ ସହାୟତାରେ ସାଲିଆସାହି ସମେତ ରାଜଧାନୀର ଅନ୍ୟ ବସ୍ତିମାନଙ୍କୁ ମଦ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ କହିଛି । ଆଗକୁ ନିର୍ବାଚନ ଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଏହି ମଦ କାରଖାନା ଉପରେ ଚଢ଼ଉ କରାଯାଇଥିଲା । ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ପି.କେ ଦାସଙ୍କ ନେତୃତ୍ୱରେ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ, ଆଇଆଇସି ପ୍ରଭାତ କୁମାର ସେଠୀ, ଏସ୍‌ଆଇ ହୃଦୟ ଚନ୍ଦ୍ର ସାମଲ ଏବଂ ଅନ୍ୟ ଅଧିକାରୀମାନେ ନୂଆପଲ୍ଲୀ ଥାନା ପୁଲିସ ସହାୟତାରେ ଚଢ଼ଉ କରିଥିଲେ । ସୂଚନା ଥାଉ କି, ଗତବର୍ଷ ମଧ୍ୟ ସାଲିଆସାହିରେ ଦୁଇଟି ଚୋରା ଦେଶୀ ମଦ କାରଖାନା ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣର ରନ୍ଧା ମଦ ଜବତ ହୋଇଥିଲା । ସେହିପରି ଚନ୍ଦ୍ରଶେଖରପୁର ହାତୀଆଶୁଣି ବସ୍ତିରୁ ଏକ ଦେଶୀ ମଦ କାରଖାନା ଠାବ ହୋଇଥିଲା । ରାଜଧାନୀରୁ ବାରମ୍ବାର ଚୋରା ଦେଶୀ ମଦ କାରଖାନା ଠାବ ହେବା କମିଶନରେଟ୍‌ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.