ବାଲେଶ୍ଵର ୧୭/୦୬: ସ୍ୱାଧୀନ ଭାରତକୁ ଏକତ୍ରୀକରଣରେ କରିବାରେ ବାଲେଶ୍ୱର ଜିଲ୍ଲା ନୀଳଗିରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଥମ ଗଡ଼ଜାତ ମିଶ୍ରଣ ଦେଶବାସୀଙ୍କୁ ନୂଆ ଦିଗଦର୍ଶନ ଦେଇଥିଲା। ଆଗାମୀ ୧୧ ବର୍ଷ ପରେ ଓଡ଼ିଶା ରାଜ୍ୟ ‘ସ୍ୱତନ୍ତ୍ର ଓଡ଼ିଶା’ ଗଠନର ଶହେ ବର୍ଷ ପାଳିବ । ସେହିପରି ୨୨ ବର୍ଷ ପରେ ଦେଶ ସ୍ବାଧୀନତାର ଶହେ ବର୍ଷ ପାଳନ କରିବ । ଏହା ପୂର୍ବରୁ ‘ବିକଶିତ ଓଡିଶା, ବିକଶିତ ଭାରତ’ର ଯେଉଁ ସ୍ୱପ୍ନ ଦେଖାଯାଇଛି ତାହା ବାଲେଶ୍ବରରୁ ସାକାର ହେଉ ବୋଲି ପୂର୍ବତନ ସଦର ବିଧାୟକ ସ୍ବର୍ଗତ ମଦନମୋହନ ଦତ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ କହିଛନ୍ତି କେଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


ଏହି କାର୍ଯ୍ୟକ୍ରମ ସ୍ଥାନୀୟ ପୁରୁଣ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ଏମ୍‌ସ ସାଟେଲାଇଟ୍ କେନ୍ଦ୍ରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ସ୍ବର୍ଗତ ମଦନମୋହନ ଦତ୍ତଙ୍କୁ ଜଣେ ଲୋକଙ୍କ ନେତା ଭାବେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ସଦର ବିଧାୟକ ମାନସ କୁମାର ଦତ୍ତ, ବଡ଼ସାହି ବିଧାୟକ ସନାତନ ବିଜୁଳି ପ୍ରମୁଖ ଉପସ୍ଥିତ ଥିଲେ ।