ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ତୃତୀୟ ଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡ଼ନବିସ୍‌, ଶପଥ ନେଲେ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର

Published By : Tapas Panda | December 5, 2024 6:01 PM

ମୁମ୍ବାଇ: ଦୁଇ ସପ୍ତାହର ସସପେନ୍ସ ପରେ ଆଜି ସବୁକିଛି ସ୍ପଷ୍ଟ ହୋଇଯାଇଛି । ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ମହାୟୁତି ସରକାର । ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଉ ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରା ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାର ଶପଥ ଗ୍ରହଣ କରିଛନ୍ତି । ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ଫଡ଼ନବିସ୍‌, ସିନ୍ଦେ ଏବଂ ପାଓ୍ବାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକୃଷ୍ଣନ । ଦେବେନ୍ଦ୍ର ଫଡ଼ନବିସ୍ ତୃତୀୟ ଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବ ସରକାରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିଲା ବେଳେ ବିଜେପି ନେତା ଫଡ଼ନବିସ୍‌ ଏବଂ ଏନସିପି ମୁଖ୍ୟ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ନୂଆ ସରକାରରେ ନେତୃତ୍ବ ପରିବର୍ତ୍ତନ ହୋଇଛି । 

ଆଜିର ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,  ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । 

ଏଥିସହ ଶପଥ ଉତ୍ସବରେ  ଉଦ୍ୟୋଗପତି ମୁକେଶ ଅମ୍ବାନୀ, ତାଙ୍କ ପତ୍ନୀ ନୀତା ଅମ୍ବାନୀ, ରାଧିକା ଓ ଅନନ୍ତ ଅମ୍ବାନୀ  ମଧ୍ୟ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଗୌତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା, ନୋଏଲ ଟାଟା ଓ ଦୀପକ ପାରିଖ ମଧ୍ୟ ଶପଥ ସମାରୋହରେ ଯୋଗ ଦେଇଛନ୍ତି । ପୂର୍ବତନ ସିଜେଆଇ ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ପୂର୍ବତନ ଭାରତୀୟ ମହାନ ବ୍ୟାଟର ସଚିନ ତେନ୍ଦୁଲକର ମଧ୍ୟ ଏହି ସମାରୋହରେ ଯୋଗ ଦେଇଛନ୍ତି। ବଲିଉଡରୁ ସଲମାନ ଖାନ, ସଞ୍ଜୟ ଦତ୍ତ, ଶାହୁରଖ ଖାନ, ମାଧୁରୀ ଦୀକ୍ଷିତ ଓ  ରଣବୀର କପୁର ଯୋଗ ଦେଇଛନ୍ତି। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚୌହାନ , ଏନସିପି(ଏସପି) ପ୍ରମୁଖ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାଓ୍ଵାର ଅନୁପସ୍ଥିତ ରହିଛନ୍ତି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.