ଜଳେଶ୍ୱର ୨୧/୩: କଂଗ୍ରେସ ଛାଡିଲେ ଦେବୀ ଚାନ୍ଦ । ଆଜି(ଗୁରୁବାର) କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ । ୨୦୦୯ରୁ ୨୦୦୪ ପର୍ଯ୍ଯନ୍ତ ଜଳେଶ୍ୱର ବିଧାୟକ ଥିଲେ ଦେବୀ ପ୍ରସନ୍ନ ।
୩ ଦିନ ତଳେ ଦେବୀ ପ୍ରସନ୍ନ ଦଳେ ଛାଡିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ଦେବୀପ୍ରସନ୍ନ ବିଜେପିରେ ମିଶିବା ସହ ବସ୍ତା ବିଧାୟକ ଭାବେ ନିର୍ବାଚନ ଲଢିବେ ବୋଲି ମଧ୍ଯ ଶୁଣିବାକୁ ମିଳୁଥିଲା । ତେବେ ଆଜି ସେ ଦଳ ଛାଡିଛନ୍ତି । କଂଗ୍ରସରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଦେବୀ । ଦଳରେ ବ୍ଯବସାୟୀକରଣ ଚାଲିଛି ବୋଲି ସେ ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ତେବେ ସେ କେଉଁ ଦଳରେ ମିଶିବେ ବୋଲି କିଛି ସୂଚନା ଦେଇନାହାଁନ୍ତି କିନ୍ତୁ ସେ ବିଜେପିରେ ମିଶିବା ନେଇ ଅନୁମାନ କରାଯାଉଛି ।