କୋଣାର୍କ, ୨୯।୪: ପବିତ୍ର ବୈଶାଖ ମାସ ଶେଷ ଶନିବାର ସୂର୍ଯ୍ୟମନ୍ଦିର ବେଢ଼ା ନିକଟସ୍ଥ ନବଗ୍ରହ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ପ୍ରତ୍ୟୁଷରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ଗ୍ରହ ପୀଡ଼ାରୁ ମୁକ୍ତି ନିମନ୍ତେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ । ଶ୍ରଦ୍ଧାଳୁଙ୍କ ନିମନ୍ତେ ଧାଡ଼ି ଦର୍ଶନର ବ୍ୟବସ୍ଥା ହୋଇଥିଲା । ନବଗ୍ରହଙ୍କ ପୀଠରେ ମାନସିକ ରଖି ଶିଶୁମାନଙ୍କୁ ବାଲିରେ ଅଣ୍ଟା ପର୍ଯ୍ୟନ୍ତ ପୋତିଲେ ପୋଲିଓ, ବାତ ରୋଗ ଆଦି ଭଲ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଛି । ପୀଠ ପରିସରରେ ଥିବା ବିଭିନ୍ନ ଦୋକାନରୁ ମହିଳାମାନେ ଘରକରଣା ଜିନିଷ କିଣୁଥିବା ଦେଖିବାକୁ ମିଳିଥିଲା । ମେଡିକାଲ ଛକରୁ ନବଗ୍ରହ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ବାଇକ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । କୋଣାର୍କ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।
{"id":566805,"sizeSlug":"large","linkDestination":"none"}