PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବିମାନଯାତ୍ରୀଙ୍କ ପାଇଁ ଜରୁରି ଖବର: DGCA ଜାରି କଲା ନୂଆ ଗାଇଡଲାଇନ୍ସ, ଜାଣନ୍ତୁ…

ନୂଆଦିଲ୍ଲୀ ୧୭/୮: ଯଦି ଆପଣ ମଧ୍ୟ ଫ୍ଲାଇଟରେ ଯାତ୍ରା କରନ୍ତି ତେବେ ଆପଣଙ୍କ ପାଇଁ ଜରୁରି ଖବର । DGCA ବିମାନ ଯାତ୍ରାକୁ ନେଇ ନୂଆ ନିର୍ଦ୍ଦେଶ ଜାରି କରିଛି । ସାରା ଦେଶରେ କରୋନାର ବଢୁଥିବା ନୂଆ ମାମଲାକୁ ଦେଖି ଯାତ୍ରୀଙ୍କ ପାଇଁ କୋଭିଡ୍ ଗାଇଡଲାଇନ୍ସ ଜାରି କରାଯାଇଛି । ଯଦି ବିମାନ ଯାତ୍ରୀ ନିର୍ଦ୍ଧାରିତ କୋଭିଡ୍ ଗାଇଡଲାଇନ୍ସ ପାଳନ କରିବେନି ତେବେ ଏୟାରଲାଇନ୍ ଆପଣଙ୍କୁ ଫ୍ଲାଇଟରୁ ବାହାର କରିପାରେ । ଜାଣନ୍ତୁ ନୂଆ ନିର୍ଦ୍ଦେଶ…

ଡିଜିସିଏ ବୁଧବାର ଏୟାରଲାଇନ୍ସ ଏବଂ ବିମାନବନ୍ଦର ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛି । ତଦନୁସାରେ ଯାତ୍ରୀ ନିଜ ଯାତ୍ରାର ସମସ୍ତ ପର୍ଯ୍ୟାୟରେ ମାସ୍କ ନିଶ୍ଚୟ ପିନ୍ଧିବେ । କୋଭିଡ୍ ୧୯ ମାମଲାରେ ବୃଦ୍ଧିକୁ ନଜରରେ ରଖି ଏୟାରଲାଇନ୍ସକୁ ଏହା ସୁନିଶ୍ଚିତ କରିବାକୁ  ପରାମର୍ଶ ଦିଆଯାଇଛି । ମନ୍ତ୍ରାଳୟ ନିଜ ଆଦେଶରେ କହିଛି କି ‘ଏୟାରଲାଇନ୍ସ ଏହା ସୁନିଶ୍ଚିତ କରିବେ କି ସମସ୍ତ ଯାତ୍ରୀ ଫେସ୍ ମାସ୍କ ଠିକରେ ପିନ୍ଧନ୍ତୁ ଏବଂ ଯାତ୍ରା ସମୟରେ ମଧ୍ୟ ପିନ୍ଧିବା ଉଚିତ୍ ।’

କୋଭିଡ୍ ୧୯ ମାମଲାରେ ବୃଦ୍ଧି ଦେଖି ଡିଜିସିଏ କହିଛି କି ଏୟାରଲାଇନ୍ସକୁ ପୁଣି ବିମାନ ଭିତରେ କୋଭିଡ୍ ୧୯ ପ୍ରୋଟୋକଲକୁ ପାଳନ କରିବା ଉଚିତ୍ । ଡିଜିସିଏ ମଙ୍ଗଳବାର ସମସ୍ତ ଏୟାରଲାଇନକୁ ଏହି ନିର୍ଦ୍ଦେଶ ଦେଇଛି କି ଯାତ୍ରୀମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ ସେନେଇ ସୁନିଶ୍ଚିତ କରିବାକୁ ହେବ । ଯଦି କୌଣସି ଯାତ୍ରୀ ଏହି ନିର୍ଦ୍ଦେଶ ପାଳନ କରୁନି ତେବେ ଏୟାରଲାଇନ୍ ଯାତ୍ରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବ ।  ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ଏଥିରେ ସୂଚନା ଦେଇ କହିଛନ୍ତି କି ଦେଶରେ କୋଭିଡ୍ ମାମଲାରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି । ଏଥିପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି ।