ପ୍ରମୂଖ ଖବର
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ପଦରୁ ଇସ୍ତଫା ଦେବାରେ ତୃତୀୟ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

Published By : Anindita Ratha | July 22, 2025 8:45 AM

ନୂଆଦିଲ୍ଲୀ,୨୨/୦୭: ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି ଥିବା ଜଗଦୀପ ଧନଖଡ଼ ଗତକାଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଦେଇଛନ୍ତି  ଇସ୍ତଫା।ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ଧନଖଡ଼ଙ୍କ ଇସ୍ତଫା ଅନେକଙ୍କୁ ଚକିତ କରିଛି। ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାରେ ଧନଖଡ଼ ପ୍ରଥମ ବ୍ୟକ୍ତି ନୁହଁନ୍ତି, ତାଙ୍କ ପୂର୍ବରୁ ଦୁଇ ଜଣ ଉପରାଷ୍ଟ୍ରପତି ସେମାନଙ୍କ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଓହରିଛନ୍ତି। 

ତେବେ ୧୯୬୭ ମସିହାରେ ଭି ଭି ଗିରି ଉପରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୯ ମସିହା ଜୁଲାଇ ୨୦ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ୧୯୬୯ ମେ ମାସରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସେନଙ୍କ ପରଲୋକ  ହୋଇଥିଲା। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ‌ାଇଁ ଶ୍ରୀ ଗିରିଙ୍କୁ ଉପରାଷ୍ଟ୍ରପତି ପଦରୁ ଓହରିବାକୁ ପଡ଼ିଥିଲା। ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ସମର୍ଥନ କାରଣରୁ ୧୯୬୯ ଅଗଷ୍ଟ ୨୦ରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେ  ପ୍ରଥମ ଉପରାଷ୍ଟ୍ରପତି ହୋଇଥିଲେ ଯିଏ ନିଜ କାର୍ଯ୍ୟକାଳ ପୂରଣ କରିନଥିଲେ।

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପ୍ରାର୍ଥୀ ପ୍ରତିଭା ପାଟିଲଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଉପରାଷ୍ଟ୍ରପତି ଭୈରୋଁ ସିଂହ ଶେଖାୱତ ୨୧ ଜୁଲାଇ ୨୦୦୭ରେ ପଦରୁ ଇସ୍ତଫା ଦେଇଥିଲେ।ଶେଖାୱତଙ୍କ ଇସ୍ତଫା ପରେ, ମହମ୍ମଦ ହମିଦ ଅନସାରୀଙ୍କୁ ଏହି ପଦବୀରେ ନିର୍ବାଚିତ କରାଯିବା ପୂର୍ବରୁ ଉପରାଷ୍ଟ୍ରପତି ପଦବୀ ୨୧ ଦିନ ପାଇଁ ଖାଲି ଥିଲା।ଉପରାଷ୍ଟ୍ରପତି ଆର ଭେଙ୍କଟରମଣ, ଶଙ୍କର ଦୟାଲ ଶର୍ମା ଏବଂ କେ ଆର ନାରାୟଣନ ମଧ୍ୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ। କୃଷ୍ଣକାନ୍ତ ଏକମାତ୍ର ଉପରାଷ୍ଟ୍ରପତି ଥିଲେ ଯିଏ କାର୍ଯ୍ୟାଳୟରେ ମୃତ୍ୟୁବରଣ କରିଥିଲେ। ସେ ୨୭ ଜୁଲାଇ, ୨୦୦୨ରେ ଦେହାନ୍ତ ହୋଇଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.