PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଧନୁଷଙ୍କ ଲୁକ୍‌ର ଦିୱାନା ହେଲେ ଫ୍ୟାନ୍ସ, ଫିଲ୍ମ ପ୍ରମୋସନ୍‌ରେ ନିଆରା ପୋଷାକରେ ନଜର ଆସିଲେ ଅଭିନେତା

ନୂଆଦିଲ୍ଲୀ ୦୮/୦୮: ସାଉଥ୍ ସୁପରଷ୍ଟାର୍ ଧନୁଷ ‘ଦି ଗ୍ରେ ମ୍ୟାନ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଏକ୍ସକ୍ଲୁସିଭ୍ ସ୍କ୍ରିନିଂ, ଆମେରିକୀୟ ପ୍ରିମିୟର୍ ଏବଂ କିଛି ପ୍ରମୋସନାଲ ଇଭେଣ୍ଟରେ ଯୋଗଦେବା ପରେ ଧନୁଷ ଭାରତ ଫେରିଛନ୍ତି। ମୁମ୍ବାଇରେ ଫିଲ୍ମର ପ୍ରମୋସନ୍ ଥିଲା। ଏହି ସମୟରେ ବଲିଉଡର ନାମୀଦାମୀ ଷ୍ଟାର୍‌ମାନେ ସୁଟ୍-ବୁଟ୍‌ରେ ନଜର ଆସିଥିବାବେଳେ, ଧନୁଷ ଏପରି କିଛି କରିଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

Dhanush The Gray Man promotion

ମୁମ୍ବାଇରେ ପ୍ରମୋସନାଲ୍ ଇଭେଣ୍ଟ ପାଇଁ ଧନୁଷ ବିଦେଶୀ ପୋଷାକ ଛାଡି ଦେଶୀ ଲୁକ୍ ଆପଣାଇଥିଲେ। ସେ ଏକ ଧଳା ସାର୍ଟ, ଭେଷ୍ଟି (ଧୋତି) ଏବଂ ଚପଲରେ ଫିଲ୍ମର ପ୍ରମୋସନରେ ପହଞ୍ଚିଥିଲେ। ନମସ୍କାର କରୁଥିବାବେଳେ ସେ ଜୋ ରୁସୋ ଏବଂ ଆନ୍ଥୋନୀ ରୁସୋଙ୍କ ସହ ଫଟୋ ପାଇଁ ପୋଜ୍ ଦେଇଥିଲେ।

Dhanush The Gray Man promotion

ଧନୁଷଙ୍କ ଏହି ସରଳତା ଲୋକଙ୍କ ହୃଦୟ ଜିତିଛି। ଜୁଲାଇ ୨୦ ରେ ମୁମ୍ବାଇରେ ଦି ଗ୍ରେ ମ୍ୟାନ୍ ର ଏକ ସ୍ୱତନ୍ତ୍ର ପ୍ରିମିୟର ଅନୁଷ୍ଠିତ ହୋଇଥିଲା । ଏହି ଫିଲ୍ମରେ ଧନୁଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।