PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ମନରେଗାରେ ଦୁର୍ନୀତି ଅଭିଯୋଗ : ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତବାସୀଙ୍କ ଆମରଣ ଅନଶନ

ଭୋଗରାଇ,୩/୧୨,(ଆ.ପ୍ର.) ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ। ଏହାର ନିରପେକ୍ଷ ତଦନ୍ତ ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ମୋ ସରକାର ଓ ୫-ଟି ସଚିବ ଏବଂ ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗକୁ ଦୀର୍ଘ ତିନି ମାସ ବିତିଯାଇଥିଲେ ମଧ୍ୟ ତଦନ୍ତରେ ଟାଳଟୁଳ ନୀତି ଅବଲମ୍ବନ ପୂର୍ବକ କାର୍ଯ୍ୟାନୁଷ୍ଠାନ ପାଇଁ କୈାଣସି ପଦକ୍ଷେପ ନିଆଯାଉ ନଥିବାରୁ ପୂର୍ବ ଚେତାବନୀ ମୁତାବକ ଶନିବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ,ଗତ ୨୦୨୦-୨୧,୨୦୨୧-୨୨ ଆର୍ଥିକ ବର୍ଷ ସମେତ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ପଞ୍ଚାୟତରେ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ବେଳେ ୨୦୨୧-୨୨ ମସିହାରେ ହୋଇଥିବା କାର୍ଯ୍ୟର ବକେୟା ବିଲ ଏବଂ ଚଳିତ ବର୍ଷ ଏପ୍ରିଲ ଠାରୁ ଜୁନ ମାସ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ବିଲ ବାବଦକୁ ମୋଟ ୪୬ ଲକ୍ଷ ୪୬ ହଜାର ୮୭୬ ଟଙ୍କା ଅନଲାଇନ ଯୋଗେ ବିଭିନ୍ନ ଜବକାର୍ଡଧାରୀଙ୍କ ମଜୁରୀ ଏବଂ ନିର୍ମାଣ ସାମଗ୍ରୀ ବାବଦକୁ ପୈଠ କରାଯାଇଛି। ଏଥିମଧ୍ୟରୁ ମୋ ଉପକାରୀ ବଗିଚା ପାଇଁ ବିଭିନ୍ନ ହିତାଧିକାରୀଙ୍କୁ ୪ ଟି ପ୍ରକଳ୍ପ ବାବଦରେ ୧ ଲକ୍ଷ ୧୦ ହଜାର ୫୯୨ ଟଙ୍କା, ପାଳୁସିଆରେ ବନୀକରଣ ବାବଦରେ ୨୪ ହଜାର ୮୬୪ ଟଙ୍କା,୪ ଜଣ ହିତାଧିକାରୀଙ୍କୁ ଫାର୍ମପଣ୍ଡ ବାବଦରେ ୩ ଲକ୍ଷ ୩ ହଜାର ୪୪୦ ଟଙ୍କା,୨ ଟି ଘାସଚାଷ ପ୍ରକଳ୍ପ ବାବଦରେ ୯ ହଜାର ୩୨୪ ଟଙ୍କା, ସରକାରୀ ଆବାସ ଯୋଜନାରେ ୬ ଜଣ ହିତାଧିକାରୀଙ୍କୁ ୬୬ ହଜାର ୭୮୨ ଟଙ୍କା,ଭୂମି ଉନ୍ନୟନ ବାବଦରେ ୫୯ ହଜାର ୫୨ ଟଙ୍କା,୫ ଟି ବନ୍ଧ ପାର୍ଶ୍ଵରେ ଘାସ ଚକଡ଼ି ବସାଇବା ବାବଦରେ ୧ ଲକ୍ଷ ୩୦ ହଜାର ୧୧୨ ଟଙ୍କା, ସିଆଳିଆ ଓ ଗୋପୀନାଥପୁର ସ୍କୁଲ ଖେଳପଡ଼ିଆ ଉନ୍ନତିକରଣ ପାଇଁ ୩ ଲକ୍ଷ ୭୫ ହଜାର ୮୪୬ ଟଙ୍କା,ଗୋପୀନାଥପୁର ଏସଏସ ନୋଡାଲ ହାଇସ୍କୁଲ ମଡେଲ ପୋଖରୀ ଖନନ କାର୍ଯ୍ୟ ପାଇଁ ୩ ଲକ୍ଷ ୭୬ ହଜାର ୪୧୨ ଟଙ୍କା,ଅନ୍ୟ ୩ ଟି ପୋଖରୀ ପୁନଃଖନନ ବାବଦକୁ ୬ ଲକ୍ଷ ୮ ହଜାର ୨୮୦ ଟଙ୍କା, ୭ ଟି ରାସ୍ତା ନିର୍ମାଣ ବାବଦରେ ୬ ଲକ୍ଷ ୭୫ ହଜାର ୭୬୯ ଟଙ୍କା ପୈଠ କରାଯାଇଥିବା ବେଳେ ଆହୁରି ଅନେକ ପ୍ରକଳ୍ପ ବାବଦକୁ ମଧ୍ୟ ଅର୍ଥ ପୈଠ କରାଯାଇଛି। ତେବେ ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ କିଛି ପ୍ରକଳ୍ପର କାର୍ଯ୍ୟ ଅଧାପନ୍ତରିଆ ଥାଇ ସମସ୍ତ ବିଲ ପୈଠ ହୋଇଥିଲା ବେଳେ ଅଧିକାଂଶ ପ୍ରକଳ୍ପ ଆଦୌ କାର୍ଯ୍ୟ ନ ହୋଇ ଅର୍ଥ ପୈଠ କରାଯାଇଥିବା ଅଭିଯୋଗ ହୋଇଛି।

ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତବାସୀଙ୍କ ପକ୍ଷରୁ ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ସମେତ ବ୍ଲକ,ଜିଲ୍ଲା ଓ ରାଜ୍ୟ ଉଚ୍ଚ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ୩ ମାସ ପରେ ମଧ୍ୟ ଏହି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତ‌ ଦୂରର କଥା,ତଦନ୍ତ ଆରମ୍ଭ ନହେବାରୁ ଅଭିଯୋଗକାରୀ ଅମଳେନ୍ଦୁ ଦାସ,ନୀଳକଣ୍ଠ ଘୋଷ,ସତ୍ୟନାରାୟଣ ସାମଲ, ଲକ୍ଷ୍ମୀଧର ସାମଲ, ଗୈାତମ ଗିରି,ପରମାନନ୍ଦ ପରିଡ଼ା,ମିନତୀ ଘୋଷ,ଅର୍ଚ୍ଚନା ପରିଡ଼ା,ଅନୀତା ପାଣିଗ୍ରାହୀ, ତପନ ସାମଲ, ରୁଦ୍ରପ୍ରସାଦ ଘୋଷ,ବିଜୟ ଦତ୍ତ ପ୍ରମୁଖଙ୍କ ନେତୃତ୍ବରେ ୫୦ ରୁ ଅଧିକ ପଞ୍ଚାୟତବାସୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତିନିଧି ତଥା ଭୋଗରାଇ ବିଜେପି ନେତା ଅଂଶୁମାନ ମହାନ୍ତି ଏହି ଅନଶନକୁ ସମର୍ଥନ କରି ଏଥିରେ ସାମିଲ ହୋଇଛନ୍ତି।