PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପୁଣି ତେଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ଧର୍ମଗଡ଼, ୧୮/୧୧ : ପୁଣି ତେଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି। ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ମୁଖିଆ ସବୁଜ ସଙ୍କେତ ଦେବା ପରେ ଏବେ ଅନ୍ୟ ସବୁ ଉପଖଣ୍ଡରେ ମଧ୍ୟ ଏହି ଦାବି ଉଠିଲାଣି। କିଛି ଦିନ ଧରି ନୀରବି ଯାଇଥିବା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବି ପୁଣି ଥରେ ଜାଗ୍ରତ ହୋଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ୱରରେ ଧର୍ମଗଡ଼ ଜିଲ୍ଲା ଗଠନ ଦାବି ଦୋହରାଇଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି।

ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଧର୍ମଗଡ଼ ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇ ଆସୁଛି । ଧର୍ମଗଡ଼ ଉପଖଣ୍ଡର ଭୌଗଳିକ ସ୍ଥିତି, ଜନସଂଖ୍ୟା ଏଵଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମୀକୁ ଦେଖିଲେ ଏହା ନବ ଗଠିତ ନୂଆପଡ଼ା ଜିଲ୍ଳା, ଦେବଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଳା, ଝାରସୁଗୁଡ଼ା ଜିଲ୍ଲା ଠାରୁ ଅଧିକା। ଧର୍ମଗଡ଼, କୋକସରା, ଗୋଲାମୁଣ୍ଡା, କଲମପୁର, ଜୟପାଟଣା ଓ ଜୁନାଗଡ ବ୍ଲକର ମୋଟ ୧୪୧ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଏହି ଉପଖଣ୍ଡର ମୋଟ ଜନସଂଖ୍ୟା ହେଉଛି ୭ ଲକ୍ଷ ୭୨ ହଜାର ୨୭୭। ଏଥି ମଧ୍ୟରୁ ୩,୮୨,୭୬୮ ପୁରୁଷ ଓ ୩,୮୯,୫୦୯ ମହିଳା ଅଛନ୍ତି । ଜନସଂଖ୍ୟାକୁ ହିସାବ କଲେ ଦେବଗଡ଼ ଜିଲ୍ଲାର ଜନସଂଖ୍ୟା ୩,୧୨,୫୨୦ ର ଏହା ଦୁଇ ଗୁଣରୁ ଅଧିକା । ପୁନଶ୍ଚ ଏହା ଛତିଶଗଡ଼ ସୀମାକୁ ଲାଗି ରହିଥିବା ବେଳେ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ ଧର୍ମଗଡ ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ନିହାତି ଆବଶ୍ୟକ ରହିଛି ।

ଏହି ଦାବି ହାସଲ ପାଇଁ ଆଜି ଦଳ ମତ ନିର୍ବିଶେଷରେ ବରିଷ୍ଠ ଆଇନଜିବୀ ତୁଷାର ରଞ୍ଜନ ପଟଯୋଷୀଙ୍କ ନେତୃତ୍ୱରେ ବିଜେଡ଼ି ଦଳରୁ ଥବିର ପ୍ରସାଦ ସାହୁ, ବିବେକ ରଞ୍ଜନ ମିଶ୍ର, ରାଜେନ୍ଦ୍ର ମୁନି, ଧୀରେନ୍ଦ୍ର ନାଥ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ପ୍ରଣବ ଭଇସାଲ ଭାଜପା ରୁ ସୁଧୀର ରଞ୍ଜନ ପଟଯୋଷୀ, ହିମାଂଶୁ ଶେଖର ପଣ୍ଡା, ଘନଶ୍ୟାମ ଅଗ୍ରୱାଲ, ଜଗବନ୍ଧୁ ମିଶ୍ର କଂଗ୍ରେସ ଦଳ ପକ୍ଷରୁ ଦିଗାମ୍ବର ଦୁରୀଆ, ଡାକେ ଲହଜଲ, ପ୍ରେମ ଲାଲ ସାଗର, ସନ୍ତୋଷ ପାଢ଼ୀ, ବ୍ୟବସାୟୀ ସଙ୍ଘ ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ଅରୁଣ ତାୟାଲ୍, ଓକିଲ ସଙ୍ଘରୁ ସନ୍ତୋଷ ମେହେର, ସୁବାସ ପାଣିଗ୍ରାହି, ଭବାନୀ ଚରଣ ଦାସ, ସମୀର ମୁଣ୍ଡ , କେମିଷ୍ଟ ସଙ୍ଘରୁ ହୃଷିକେଶ ମିଶ୍ର, ସାମ୍ୱାଦିକ ସଙ୍ଘରୁ ବିରଞ୍ଚି ଜାଲ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ଉମେଶ ଦୁରିଆ, ଓବିସି ନେତା ଡମ୍ବରୁ ଲହଜଲ, ସିଟିଜନ ଫୋରମ୍ ରୁ ବଙ୍କିମ ଚନ୍ଦ୍ର ସାଗର, ରାଜେନ୍ଦ୍ର ଦୁରିଆଙ୍କ ସମେତ ଡ୍ରାଇଭର ସଙ୍ଘ, ସୋସିଆଲ ୱେଲ ଫେୟାର ସଙ୍ଗଠନ, ଆମ ଆଦମୀ ପାର୍ଟି, ବିଜୁ ସ୍ଵେଚ୍ଛା ସେବୀ ସଙ୍ଗଠନ ସମେତ ବିଭିନ୍ନ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ। ଏକ ରାଲି କରିବା ସହ ସଭାର ଆୟୋଜକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।