PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଜୟ ସଂକଳ୍ପ ସଭାରେ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି: ଗରିବଙ୍କୁ ଜମିପଟ୍ଟା, ପକ୍କା ଘର

ଭୁବନେଶ୍ୱର,୧ା୪(ବ୍ୟୁରୋ): ବିଜେପି ଶାସନକୁ ଆସିଲେ, କୃଷିଜାତ ଶିଳ୍ପର ହବ୍‌ ପାଲଟିବ ନବରଙ୍ଗପୁର । ମକା ଆଧାରିତ ଶିଳ୍ପ କାରଖାନା ତିଆରି ହେବ । ବୈକଳ୍ପିକ ପଦ୍ଧତିରେ ମକାରୁ ପେଟ୍ରୋଲ ଓ ଡିଜେଲ ବାହାର କରାଯିବ । ସ୍ୱତନ୍ତ୍ର କମିଶନ ବସାଇ, ଜିଲ୍ଲାର ଗରିବ ଲୋକଙ୍କୁ ପଟ୍ଟାଯୁକ୍ତ ଜମି, ଘରଡିହ ସହ ପକ୍କା ଘର ଦିଆଯିବ । ଉମରକୋଟରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଜିଲ୍ଲାବାସୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଟ୍ରେଜରୀରୁ ଟଙ୍କା ଆଣି ନବରଙ୍ଗପୁରବାସୀଙ୍କୁ ଏଲ୍‌ପିଜି ଗ୍ୟାସ ଚୂଲା ପଠାଇଛନ୍ତି ।
ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କିଷାନ ଯୋଜନା, ଘରକୁ ବିଜୁଳି ଦେଇଛନ୍ତି । ଦେଶର ୧୧୫ଟି ଆକାଂକ୍ଷା ଜିଲ୍ଲାରୁ ଏହି ଜିଲ୍ଲାକୁ ନିଜେ ପ୍ରତି ମାସରେ ତଦାରଖ କରୁଛନ୍ତି । ସେ ଆହୁରି କହିଛନ୍ତି, ଏ ଅଞ୍ଚଳର ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏଠାରେ ଶିଳ୍ପ ପ୍ରତିଷ୍ଠା ହେଲେ, ରୋଜଗାର ବଢ଼ିବ । ଅର୍ଥନୀତିର ବିକାଶ ଘଟିବ । ଜିଲ୍ଲାର ଆଦିବାସୀ, ଚାଷୀ ଓ ପଛୁଆ ବର୍ଗର ଲୋକ ଏଠି ମକା ଉତ୍ପାଦିତ କରି ପେଟ୍ରୋଲ ଡିଜେଲ ତିଆରି କରିବେ ।
ଦିଲ୍ଲୀରେ ମୋଦିିଙ୍କ ଡବଲ ଇଞ୍ଜିନ୍‌ ଲାଗିଲେ, ଗରିବଙ୍କ ପାଇଁ ଆସୁଥିବା ଟଙ୍କା ବିଜେଡିର ନେତାଙ୍କ ପକେଟ୍‌କୁ ଯିବନି । ୧୯ ବର୍ଷ ଧରି ରାଜ୍ୟରେ ଚାଲିଥିବା କୁଶାସନକୁ ବଦଳାଇବାର ଏହାହିଁ ପ୍ରକୃଷ୍ଠ ସମୟ ବୋଲି ସେ କହିଛନ୍ତି ।