PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଅନୁଗୋଳ ଆଠମଲ୍ଲିକରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ, ‘ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ’

ଆଠମଲ୍ଲିକ ୨୬/୫ – ଆଠମଲ୍ଲିକରେ ବିଶାଳ ଜନସଭା ଆଠମଲ୍ଲିକ ନାଗରିକଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲ ପାଇବାର ବଡ ପ୍ରମାଣ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡ଼ିଶାର ବିକାଶ ହେବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଗରିବ କଲ୍ୟାଣ ମୂଳମନ୍ତ୍ର ହୋଇଛି । ବିଶ୍ୱରେ ଭାରତର ନାଁ ପୁନଃସ୍ଥାପିତ ହୋଇଛି । ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ-ସବକା ପ୍ରୟାସ ମନ୍ତ୍ରରେ ଓଡ଼ିଶା ଓ ଭାରତର ପ୍ରଗତି ଗତିଶୀଳ ହେଉଛି । ମୋଦିଜୀଙ୍କ ନେତୃତ୍ୱରେ ଦେଶର ବିକାଶ ଓ ଅର୍ଥନୀତି ନୂଆ ଉଚ୍ଚତାରେ ପହଞ୍ଚିଛି ଓ ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ ହୋଇଛି ।

ପଞ୍ଚଦଶ ଅର୍ଥ କମିଶନ, ଖଣି ରାଜସ୍ୱ, ଡିଏମଏଫ, ଜାତୀୟ ରାଜପଥ, ରେଳପଥ, ବିମାନବନ୍ଦର, ଡିଜିଟାଲ ଇଣ୍ଡିଆରେ ଓଡ଼ିଶାକୁ ମୋଦି ସରକାରଙ୍କ ପକ୍ଷରୁ ବ୍ୟାପକ ଅନୁଦାନ ମିଳିଛି । ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶା ୨.୨୨ ଲକ୍ଷ କୋଟି ଟଙ୍କା ପାଇଛି । କଂଗ୍ରେସ ସରକାରରେ ଓଡ଼ିଶା ଖଣି କ୍ଷେତ୍ରରେ ବାର୍ଷିକ ୫ ହଜାର କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ଖଣି ନୀତିରେ ସୁଧାର କାରଣରୁ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଛି । ଜିଏସଟି ସଂଗ୍ରହରେ ଓଡ଼ିଶାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୯ ହଜାର ୪୪୨ କୋଟି ମିଳିଛି । କୋଭିଡ୍ ସମୟରେ ଓଡ଼ିଶାକୁ ୮.୧୫ କୋଟି ଟିକା ମାଗଣାରେ ଦିଆଯାଇଛି ।

ସେହିପରି ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟାନ୍ନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନ, ଉଜ୍ଜଳା ଯୋଜନା ଓ ମନରେଗା ଭଳି ରୋଜଗାର ଯୋଜନାରେ ଆଠମଲ୍ଲିକ ଏବଂ ଓଡ଼ିଶାବାସୀ ସୁବିଧା ହୋଇଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଟମାରଣା କାରଣରୁ ଆଠମଲ୍ଲିକରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନାହିଁ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆରେ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ୍ ଖାତାକୁ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରଯାଇଛି । ମାତ୍ର ସେ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ନେଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି । ମୋଦି ସରକାର ଲାଭାର୍ଥୀଙ୍କ ପାଇଁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ରାଜ୍ୟ ସରକାର ଏହି ଅର୍ଥର ବାଟମାରଣା କରିବାର ବ୍ୟବସ୍ଥା କରିଛନ୍ତି ।

ବିଶ୍ୱର ସବୁଠୁ ପୁରଣା ଏବଂ ପ୍ରଭାବଶାଳୀ ଗଣତନ୍ତ୍ରର ରାଷ୍ଟ୍ର ହେଉଛି ଭାରତ । ଦେଶର ଅମୃତ କାଳରେ ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ନୂଆ ସଂସଦ ଭବନର ଲୋକାର୍ପଣ ହେବ, ଯାହା ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ । ଗଣତନ୍ତ୍ରରେ ବାଦ ବିବାଦ୍ ହୋଇପାରେ ମାତ୍ର ଏହାକୁ ନେଇ ବିରୋଧୀ ବିରୋଧ କରିବା ଦୁଃଖର ବିଷୟ । ମହାପ୍ରଭୁଙ୍କ ଆଶୀର୍ବାଦରେ ମୋଦି ୨୦୨୪ରେ ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ପ୍ରଧାନ କହିଛନ୍ତି । ମାଆ ସୁରେଶ୍ୱରୀ ଓ ମାହେଶ୍ୱରୀଙ୍କ ବରଦାନ ପ୍ରାପ୍ତ ଆଠମଲ୍ଲିକକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ଏହି ଅଞ୍ଚଳ ଅପାର ଜଙ୍ଗଲ ସମ୍ପଦରେ ଭରପୂର । କୃଷକ ଭାଇମାନେ ପରିଶ୍ରମୀ ଏବଂ ବୁଣାକାର ଭାଇଙ୍କ କାରିଗରୀ ନିଖୁଣ । ଏହି ଅଞ୍ଚଳର ବୌଦ୍ଧିକ କ୍ଷମତା କଳା, ସଂସ୍କୃତି, ସାହିତ୍ୟ ଓ ଓଡ଼ିଶାର ପ୍ରଶାସନ ଜଗତକୁ ଋଦ୍ଧିମନ୍ତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।