ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ସମ୍ବଲପୁର ଟାମ୍ପରକେଲାରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ଓ ଦେଶରେ ମୋଦିଙ୍କ ଶାସନ ପ୍ରଣାଳୀକୁ ଆଗକୁ ନେବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ

ଫାଶୀମାଲ/ଟାମ୍ପରକେଲା/ସମ୍ବଲପୁର, ଜୁନ ୧୦/୬: ଆଜି ଓଡ଼ିଶା ଏକ ବଡ଼ ସମସ୍ୟା ଦେଇ ଗତି କରୁଛି । ମନ୍ତ୍ରୀମାନେ ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି, ଯାହା ସମ୍ବିଧାନ ବିରୋଧୀ ବୋଲି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀ ଜମନକିରା ବ୍ଲକ ଫାଶୀମାଲରେ ଆୟୋଜିତ ପୁରାତନ କାର୍ଯ୍ୟକର୍ତ୍ତା ବୈଠକ ଓ ରେଙ୍ଗାଲି ଟାମ୍ପରକେଲା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଓଡ଼ିଶାର ଭାବାବେଗ ସହ ଯାହାର ସମ୍ପର୍କ ନାହିଁ, ସେମାନେ ଆଜି ଦାୟିତ୍ୱ ନେଇଛନ୍ତି । ରାଜ୍ୟରେ ସମ୍ବିଧାନ ବିରୋଧୀ ସମୂହ ଓ ଭ୍ରଷ୍ଟାଚରୀ ସମୂହଙ୍କୁ ଓଡ଼ିଶାରୁ ବାହାର କରିବା ପାଇଁ ପଡିବ ଓ ମୋଦିଙ୍କ ଶାସନ ପ୍ରଣାଳିକୁ ଆଗକୁ ନେବା ପାଇଁ ପ୍ରଧାନ କରହିଛନ୍ତି ।

ସେହିପରି ସମ୍ବଲପୁର ଜିଲ୍ଲାର ହିସାବ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା ଓ ସୁଶାସନରେ ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପରିବାର ପିଛା ପାଖାପାଖି ପ୍ରାୟ ୫ ଲକ୍ଷ ଟଙ୍କାର ସମର୍ପି ଦେଇଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ସହ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୬୪ ହଜାର ୫୭୪ ଟି ପରିବାରକୁ ସର୍ବମୋଟ ୭ ହଜାର ୯୧୮ କୋଟି ଟଙ୍କା ଦେଇଛନ୍ତି । ଅର୍ଥାତ୍ ଜିଲ୍ଲାର ପରିବାର ପିଛା ପ୍ରାୟ ୪ ଲକ୍ଷ ୮୧ ହଜାର ୧୨୧ ଟଙ୍କା ମୋଦି ସରକାର ଦେଇଛନ୍ତି ବୋଲି ସେ କହିଛନ୍ତି ।

ନଜର ପକାନ୍ତୁ ଓଡ଼ିଶାର ଇତିହାସ ଓ ଦେଶ ସ୍ୱତନ୍ତ୍ରତା ସଂଗ୍ରାମରେ ଦେବଗଡ଼ର ବିଶେଷ ସ୍ଥାନ ଅଛି : ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭ ଲକ୍ଷ ୫୭ ହଜାର ୬୦୬ ଜଣ ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୧,୬୩୬ କୋଟି ଟଙ୍କା ଦିଆହୋଇଛି । ପିଏମ ଆବାସ ସହର ଓ ଗ୍ରାମୀଣରେ ପ୍ରାୟ ୬୬ ହଜାରରୁ ଉର୍ଦ୍ଧ୍ୱ ଘର ନିର୍ମାଣ ପାଇଁ ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ଜିଲ୍ଲାରେ ସ୍ୱଚ୍ଛ ଭାରତ ଯୋଜନାରେ ୧୯୮ କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ୬୫ ହଜାର ୩୫୯ ଶୌଚାଳୟ ନିର୍ମାଣ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ୧ ଲକ୍ଷ ୨୨ ହଜାର ୫୮୩ ହିତାଧିକାରୀଙ୍କୁ ୧୯.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ୮ ଲକ୍ଷ ୩୯ ହଜାର ୧୧ ଜଣଙ୍କୁ ୩୩୦୯.୪୩ କୋଟି ଟଙ୍କା ମୁଦ୍ରା ଋଣ ପ୍ରଦାନ କରାଯାଇଛି । ମନରେଗାରେ ୨.୩୬ କୋଟି ଦିନର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ୬୩୯.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ୨୮୧ ଜଣଙ୍କୁ ୭୦.୧୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ୱନିଧି ଯୋଜନାରେ ୩, ୩୧୧ ଜଣ ଉଠା ଦୋକାନୀଙ୍କୁ ୪.୨୪ କୋଟି ଟଙ୍କା ସହାୟତା ଦିଆଯାଇଛି । ୧ ଲକ୍ଷ ୧୯ ହଜାର ୨୨୩ ଟି ଏନଆରଏଲଏମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୋଦି ସରକାର ୫୮୪.୨୨ କୋଟି ଋଣର ବ୍ୟବସ୍ଥା କରିଛନ୍ତି । ସାମାଜିକ ଭତ୍ତା ବାବଦକୁ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ଆକାରରେ ୪୯ ହଜାର ୨୩୫ ଜଣଙ୍କୁ ୪୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମ୍ବଲପୁରରେ ହିତାଧିକାରୀଙ୍କୁ ୧୮.୫୫ କୋଟି ଟଙ୍କା ମୂଲ୍ୟର ୧୪ ଲକ୍ଷ ୮୩ ହଜାର ୮୨୮ଟି ଏଲଇଡି ବଲବ ବିତରଣ କରାଯାଇଛି ।

{"id":585548,"sizeSlug":"large","linkDestination":"none"}

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆସମ୍ବଲପୁର ଜିଲ୍ଲା ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ । ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବିଶ୍ୱ ସ୍ୱୀକାର କରିଛି । ସମ୍ବଲପୁର ସମେତ ଦେଶରେ ତାଙ୍କର ଗରିବ କଲ୍ୟାଣକାରୀ ଯୋଜନା ଗରିବ, ଚାଷୀ, ମହିଳା, ଯୁବକ ଓ ବଞ୍ଚିତ ବର୍ଗର ଲୋକଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିଛି । ମୋଦିଜୀଙ୍କ ଗରିବ କଲ୍ୟାଣରେ ଦେଶ, ରାଜ୍ୟ ଓ ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷା ଓ ସ୍ୱାଭିମାନର କଥା ଅଛି । ସେହି କଥାକୁ ସମ୍ବଲପୁରର ଘରେ ଘରେ ପହଞ୍ଚାଇବା ଆମ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ କଳା, ସଂସ୍କୃତି, ପରମ୍ପରା ଓ ସଙ୍ଗୀତକୁ ସମୃଦ୍ଧ କରିଥିବା ଭୂମି ହେଉଛି ସମ୍ବଲପୁର । ଏହି ଅଞ୍ଚଳ ପରିଶ୍ରମୀ, ସ୍ୱାଭିମାନ ଓ ଆତ୍ମନିର୍ଭର ହେବା ପାଇଁ ଶିକ୍ଷା ଦିଏ । ଏହି ମାଟିର ସୁଯୋଗ୍ୟ ସନ୍ତାନ ମାନଙ୍କୁ ମୋଦି ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରି ସମ୍ବଲପୁରର କଳା ଓ ଅନ୍ୟ ପ୍ରତିଭାକୁ ଯଥୋଚିତ ସମ୍ମାନ ଦେଇଛନ୍ତି । ପ୍ରସିଦ୍ଧ ଲୋକଗୀତ ‘ରଙ୍ଗବତୀ’ ସହ ଜଡ଼ିତ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଗାୟକ ଜିତେନ୍ଦ୍ର ହରିପାଲ, ଗାୟିକା କ୍ରୀଷ୍ଣା ପଟେଲଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ସମ୍ବଲପୁର ଜିଲ୍ଲାରେ ଓଡ଼ିଶାର ପିଲା ମାନଙ୍କୁ ଉନ୍ନତମାନର ମ୍ୟାନେଜମେଣ୍ଟର ଶିକ୍ଷା ଦେବା ପାଇଁ ଆଇଆଇଏମ ସମ୍ବଲପୁର ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନର ସ୍ଥାପନା ମୋଦି ସରକାରରେ ହୋଇଛି । ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କରକମଳରେ ଏହାର ନୂତନ ସ୍ଥାୟୀ ଭବନର ଲୋକାର୍ପଣ ହେବ । ଏହା ହିଁ ଜନସେବାର ନିଚ୍ଛକ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପଢିପାରିବେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥାପତ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏଆର ଏବଂ ଭିଆର ପାଖରେ ରହିଛି ଅପାର ସାମର୍ଥ୍ୟ : ଧର୍ମେନ୍ଦ୍ର ପ୍ରଧାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.