PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଅନୁଗୁଳ ପୋଖରିଆ ଖଣିରେ ଅତଡା ଧସିବା ଘଟଣା, ଉଦ୍ଧାର କାର୍ଯ୍ଯରେ ସହାୟତା ପାଇଁ କୋଇଲା ମନ୍ତ୍ରାଳୟକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର ୨୪/୭: ଅନୁଗୁଳ ପୋଖରିଆ ଖଣିରେ ଅତଡା ଧସିବା ଘଟଣାରେ କୋଇଲା ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦ୍ଧାର କାର୍ଯ୍ଯରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ତାଳଚେରଠାରେ ଥିବା ଭରତପୁର ପୋଖରିଆ କୋଇଲା ଖଣିରେ ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ତାଳଚେର ଠାରେ ଥିବା ଭରତପୁର ପୋଖରିଆ କୋଇଲା ଖଣିରେ ଦୁର୍ଘଟଣାରେ  ମାଟି ଅତଡା ଖସି ୯ ଜଣ ଆହତ ହୋଇଛନ୍ତି । ଏହାସହ ୪ ଜଣ ନିଖୋଜ ଥିବାରୁ ସେମାନଙ୍କ ମୃତ୍ୟ ଆଶଙ୍କା କରାଯାଉଛି । ଆହତଙ୍କୁ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।

ଏନେଇ ଆଜି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ସେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେ କୋଇଲା ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିବା ସହ ଉଦ୍ଧାର କାର୍ଯ୍ଯରେ ସହାୟତା କରିବାକୁ ଅନୁରୋଧ କରିଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ ଏମସିଏଲ୍ ଭରତପୁର କୋଇଲା ଖଣିରେ ଅଘଟଣ, ୫୦ ଫୁଟର ମାଟି ଅତଡା ତଳେ ପୋତି ହୋଇଗଲେ ୩୦ ଜଣ

ଗତକାଲି ପୋଖରିଆ କୋଇଲା ଖଣିରେ ନାଇଟ ସିଫ୍ଟ  କରୁଥିଲା ବେଳେ ହଠାତ ସମୁଦ୍ର ଲହଡୀ ଭଳି ୫୦ ଫୁଟ ଉଚ୍ଚର ମାଟି ଅତଡା ଖସିଥିଲା । କିଛି ବୁଝିଲା ପୂର୍ବରୁ ମାଟି ଭିତରେ ଦବି ହୋଇଯାଇଥିଲେ  ପ୍ରାୟ ୩୦ ଜଣ । ଖବର ପାଇ ସ୍ଥାନୀୟ ଲୋକେ ପେଟ୍ରୋମ୍ୟାକ୍ସ ଲଗାଇ  ଏମାନଙ୍କୁ ଉଦ୍ଧାର କଲେ । ତେବେ ରାତି ସାରା କିଛି ଲୋକ ଫସି ରହିଲେ। ସେମାନଙ୍କୁ ସକାଳେ ମାଇନ୍ସ ରେସ୍କ୍ୟୁ ଟିମ ଉଧାର କରି ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସମ୍ବନ୍ଧିତ ଖବର