ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମର ସଫଳ ପରୀକ୍ଷଣ, ଆଇଆଇଟି ମାଡ୍ରାସକୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ

pic- internet
- ଆଇଆଇଟି ମାଡ୍ରାସର ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ
- ଆତ୍ମନିର୍ଭର ଡିଜିଟାଲ ଭିତ୍ତିଭୂମିର ଲାଭାର୍ଥୀ ଦେଶର ସାଧାରଣ ନାଗରିକମାନେ ପାଇବେ
- ଡାଟା ପ୍ରାଇଭେସି ଦିଗରେ ଭାରତ ଅପରେଟିଂ ସିଷ୍ଟମ ଏକ ସଫଳ ଶୁଭାରମ୍ଭ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୪/୦୧: ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ – “ଭାରତ ଅପରେଟିଂ ସିଷ୍ଟମ” (BharOS)ର ପରୀକ୍ଷଣ ସଫଳ। ଏହି ଅପରେଟିଂ ସିଷ୍ଟମକୁ ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ କରାଯାଇଛି। ଏହାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟେଷ୍ଟିଂ କରିଛନ୍ତି।
ଏହି ଅବସରରେ ଧର୍ମେନ୍ଦ୍ର ଆଇଆଇଟି ମାଡ୍ରାସର ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଏହା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଦେଶରେ ସଶକ୍ତ, ସ୍ୱଦେଶୀ ଏବଂ ଆତ୍ମନିର୍ଭର ଭାରତର ଡିଜିଟାଲ ଭିତ୍ତିଭୂମିକୁ ପୂରଣ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏକ ସୁଦୃଢ଼, ସ୍ୱଦେଶୀ, ନିର୍ଭରଯୋଗ୍ୟ ଏବଂ ଆତ୍ମନିର୍ଭର ଡିଜିଟାଲ ଭିତ୍ତିଭୂମିର ଲାଭାର୍ଥୀ ଦେଶର ସାଧାରଣ ନାଗରିକମାନେ ପାଇବେ। ସରକାରଙ୍କ ପଦକ୍ଷେପ ସହ ନୀତି ନିର୍ଦ୍ଧାରକଙ୍କୁ ପ୍ରୋତ୍ସାହନ ଦେବା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନରେ ଏହା ଏକ ପରୀକ୍ଷାମୂଳକ ପଦକ୍ଷେପ। ଡାଟା ପ୍ରାଇଭେସି ଦିଗରେ ଭାରତ ଅପରେଟିଂ ସିଷ୍ଟମ ଏକ ସଫଳ ଶୁଭାରମ୍ଭ ବୋଲି ଧର୍ମେନ୍ଦ୍ର କହିଛନ୍ତି। ।