PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ନବଙ୍କ ବିଜେଡିରେ ଯୋଗଦାନକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ, ଅସାଧୁ ଉଦ୍ଦେଶ୍ୟରେ ଅସାଧୁ ଲୋକ ମେଣ୍ଟ କରୁଛନ୍ତି

source:www.financialexpress.com

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଶାସକ ବିଜୁ ଜନତା ଦଳରେ ନବ ଦାସଙ୍କ ଯୋଗଦାନକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଅସାଧୁ ଲୋକମାନଙ୍କର ମେଣ୍ଟ ଅସାଧୁ ଉଦ୍ଦେଶ୍ୟରେ ହୋଇଛି । ଏମାନେ ଯେତେ ଚେଷ୍ଟା କଲେ କିଛି ଲାଭ ହେବନି । ଏମାନଙ୍କର ଶେଷଦିନ ଆସିଗଲାଣି । ନିଜର ବିଫଳତା ଲୁଚାଇବାକୁ ସରକାରୀ କଳକୁ ଦୁରୁପଯୋଗ କରି ମୁଖ୍ୟମନ୍ତ୍ରୀ ତାଙ୍କ ଅପଚେଷ୍ଟା ଜାରି ରଖିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ନବଙ୍କ ବିଜେଡିରେ ସାମିଲ୍‌ ହେବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବ ରଖି ଶ୍ରୀ ପ୍ରଧାନ କହିଛନ୍ତି, ପଶ୍ଚିମ ଓଡ଼ିଶାକୁ ଦରିଦ୍ର କରିବା, ଯୁବକଙ୍କୁ ଧୋକ୍କା ଦେବା ଏବଂ ମାଆ-ଭଉଣୀଙ୍କ ଉପରେ ଅତ୍ୟାଚାର ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ୍‌ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାରେ ରୋଜଗାର ବଢ଼ାଇବାକୁ କ’ଣ କରିଛନ୍ତି ସାର୍ବଜନୀନ କରନ୍ତୁ । ଲମ୍ବା ଶାସନରେ ରହିବା ପରେ ମଧ୍ୟ ସେଠାକାର ଯୁବକ ଆଜି କାହିଁକି ଦାଦନ ଖଟିବାକୁ ଯାଉଛି? ଶ୍ରୀ ପ୍ରଧାନ କହିଛନ୍ତି, ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର ରାଜେନ୍ଦ୍ର କଲେଜ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲା ବେଳେ ସେ କଲେଜର ଅଧ୍ୟାପକ ପଦବି କେବେ ପୂରଣ କରିବେ ଏବଂ ଝାରସୁଗୁଡ଼ା ଲଖନପୁର ବ୍ଲକର ଗାଁଗୁଡ଼ିକୁ ପିଇବା ପାଣି କେବେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

ସମ୍ବନ୍ଧିତ ଖବର