ଭୁବନେଶ୍ୱର,୦୮/୦୭; ଇଣ୍ଡୋନେସିଆ ମାଟିରେ ଓଡ଼ିଶାର ଗୌରବକୁ ଆହୁରି ବଢ଼ାଇଲେ ପ୍ରଧାନମନ୍ତ୍ରୀ । ଏନେଇ ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ନିଜ ଗସ୍ତ ସମୟରେ ପ୍ରବାଦ ପୁରୁଷ ତଥା ଜନନାୟକ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହ ଇଣ୍ଡୋନେସିଆର ଘରେ ଘରେ ବିଜୁ ବାବୁ ଏବଂ ଭାରତ ପ୍ରତି ଅପାର ଶ୍ରଦ୍ଧା ରହିଛି ବୋଲି ପ୍ରକାଶ କରିଥିଲେ । ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ମାଧ୍ୟମରେ ସାରା ବିଶ୍ୱରେ ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆଙ୍କ ମର୍ଯ୍ୟାଦା ଆହୁରି ବୃଦ୍ଧି ପାଇଛି । ଓଡ଼ିଶା ମାଟି ଓ ଏହାର ଜନନାୟକଙ୍କୁ ବିଶ୍ୱ ଦରବାରରେ ଏଭଳି ସମ୍ମାନିତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।..