ନୂଆଦିଲ୍ଲୀ,୮/୭ : ଅଷ୍ଟ୍ରେଲିଆ ଟି-୨୦ ଲିଗ୍ ତଥା ବିଗ ବ୍ୟାଶ ଲିଗ୍(BBL) ଆଗାମୀ ସିଜନର ପ୍ରଥମ ମ୍ୟାଚ୍ ଭାରତ ମାଟିରେ ଖେଳାଯିବ । ଯାହାର ଘୋଷଣା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ମାଟିରେ କରିବେ । ପ୍ରକାଶ ଯେ, ପିଏମ୍ ମୋଦି ଏବେ ୩ ଦେଶର ଗସ୍ତରେ ଅଛନ୍ତି । ଯେଉଁଥିରେ ତାଙ୍କର ଆଗାମୀ ଦେଶ ଅଷ୍ଟ୍ରେଲିଆ ହେବ ।

ଅଷ୍ଟ୍ରେଲିଆ ଗସ୍ତରେ ସେ ଭାରତରେ ହେବାକୁ ଥିବା ବିଗ ବ୍ୟାଶ ଲିଗ ମ୍ୟାଚର ଘୋଷଣା କରିବେ । ଅଷ୍ଟ୍ରେଲିଆର ସାମ୍ବାଦିକ ଟମ୍ ମୋରିସ ଏହି ଘୋଷଣାକୁ ନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ବି ମୋରିସ ଏହାସହ ଯୋଡ଼ି ହୋଇଥିବା ସୂଚନା ଦେଇ ସାରିଛନ୍ତି । ଏଥିର ସେ କହିଛନ୍ତି କି ମ୍ୟାଚର ଘୋଷଣା କେଉଁଦିନ ହେବ ।

ସେ ତାଙ୍କର ସୋସିଆଲ ମିଡ଼ିଆରେ କହିଛନ୍ତି କି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ବାନୀଜ ମେଲବର୍ନରେ ଶୁକ୍ରବାର ମ୍ୟାଚର ଘୋଷଣା କରିବେ । ମ୍ୟାଚ୍ ରେନଗେଡ୍ସ ବନାମ ସ୍କେର୍ଚର୍ସ ମଧ୍ୟରେ ୧୨ ଡିସେମ୍ବରରେ ଚେନ୍ନାଇରେ ଖେଳାଯିବ । ପ୍ରକାଶ ଯେ, ଏହି ବିଷୟରେ ବିବିଏଲ୍ ତରଫରୁ ଅଫିସିଆଲ୍ ସୂଚନା ଆସିବା ବାକି ରହିଛି ।

ଏହା ପ୍ରଥମ ଥର ହେବ କି ଯେତେବେଳେ ଅଷ୍ଟ୍ରେଲିଆର ବିଗ ବ୍ୟାଶ ଲିଗର ମ୍ୟାଚ୍ ଭାରତ ମାଟିରେ ଖେଳାଯିବ । ଏହିଭଳି ଭାବେ ଏହା ଐତିହାସିକ ଘୋଷଣା ହେବ ।