ନୂଆଦିଲ୍ଲୀ,୦୮/୦୭; ପୁଣି ଲଜ୍ଜିତ କରିଛି ଶ୍ରେୟସ ବାହିନୀ । ଟି-ଟ୍ୱେଣ୍ଟିରେ ଭାରତର ସବୁଠୁ ବଡ଼ ପରାଜୟ ହୋଇଛି । ସୂର୍ଯ୍ୟକୁମାରଙ୍କୁ କ୍ୟାପ୍ଟେନ୍ସିଂରୁ ହଟାଇବା ପରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆର୍ୟର୍ଲାଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଖେଳିଥିଲା ଭାରତ । ୨-୦ରେ ହ୍ୱାଉଟ୍ୱାସ୍ ହୋଇଥିଲା । ଏହାପରେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଭାରତର ଅବସ୍ଥା ଶୋଚନୀୟ ହୋଇଛି । ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ୪ ୱିକେଟରେ ଜିତିଥିଲା ଇଂଲଣ୍ଡ । ଗତକାଲି ଖେଳାଯାଇଥିବା ତୃତୀୟ ଟି-ଟ୍ୱେଣ୍ଟିରେ ଭାରତ ଶୋଚନୀୟ ଭାବେ ହାରିଛି । ମାତ୍ର ୭୦ ବଲ୍ ଖେଳି ୭୬ରନରେ ଅଲଆଉଟ୍ ହୋଇଥିଲା ଟିମ୍ ଇଣ୍ଡିଆ । ୧୨୫ ରନର ବିରାଟ ବିଜୟ ହାସଲ କରିଥିଲା ଘରୋଇ ଇଂଲଣ୍ଡ । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ଏହି ପରାଜୟ ସହ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି । ୨୦ ବର୍ଷ ଭିତରେ ଟିମ୍ ଇଣ୍ଡିଆ ସହିତ ଏମିତି ପ୍ରଥମ ଥର ପାଇଁ ହୋଇଛି ।
ଆୟରଙ୍କ ନେତୃତ୍ୱରେ ଭାରତର ଅବସ୍ଥା ଖରାପ- ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏମିତି ଫସିଛି ଯେ, କିପରି ଜିତିବେ ତାହା ବୁଝିପାରୁନାହିଁ । ତୃତୀୟ ମ୍ୟାଚ୍ ପୂର୍ବରୁ ହୋଇଥିବା ଦୁଇଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପ୍ରାୟ ୧୯୦ ରନ୍ କରିଥିଲା । ପ୍ରଥମ ମ୍ୟାଚ୍ ବର୍ଷା ହୋଇଥିଲା, କିନ୍ତୁ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍ରେ ସହଜରେ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଇଂଲଣ୍ଡ ୨୦୦ରୁ ଅଧିକ ରନ୍ କରିଥିଲା । ଭାରତ ପାଳିରେ ୭୬ ରନରେ ଅଲଆଉଟ୍ ହୋଇଥିଲାସ । ୧୧.୪ ଓଭରରେ ଟିମ୍ ପ୍ୟାଭିଲିୟନ ଫେରିଯାଇଥିଲା ।
ଗତ ୫ଟି-ଟ୍ୱେଣ୍ଟି ମ୍ୟାଚରୁ ଗୋଟିଏ ବି ଜିତିନି ଭାରତ- ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପୂର୍ବରୁ କେବେ ବି ଟିମ୍ ଇଣ୍ଡିଆ ଲଗାତାର ୫ଟି ମ୍ୟାଚ୍ ହାରିନାହିଁ । ୨୦୦୯ ମସିହାରେ, ଟି-୨୦ କ୍ରିକେଟ୍ ନୂଆ ଭାବେ ଆରମ୍ଭ ହୋଇଥିଲା । ଭାରତୀୟ ଦଳ ୪ଟି ମ୍ୟାଚ୍ରୁ ୪ଟି ହାରିଥିଲା, କିନ୍ତୁ ପରବର୍ତ୍ତୀ ମ୍ୟାଚ୍ରେ ବିଜୟୀ ହୋଇଥିଲା । ୨୦୨୧ ମସିହାରେ ପୁଣି ସମାନ ଘଟଣା ଘଟିଥିଲା। ଟିମ୍ ଇଣ୍ଡିଆ ସମସ୍ତ ୪ଟି ମ୍ୟାଚ୍ରେ ପରାସ୍ତ ହୋଇଥିଲା, କିନ୍ତୁ ତା’ପରେ ମ୍ୟାଚ୍ଗୁଡ଼ିକ ଜିତିଥିଲା । ବର୍ତ୍ତମାନ, ଟିମ୍ ଇଣ୍ଡିଆ ତା’ର ଶେଷ ୫ଟି ଟି-୨୦ ମ୍ୟାଚ୍ରେ ପରାସ୍ତ ହୋଇଛି । ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ହାରିବା ସହ ଭାରତ ନାଁରେ ୫ଟି ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି ।
-ପ୍ରଥମ ଥର ୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଜିତିପାରିନାହିଁ ଭାରତ
- ପ୍ରଥମ ଥର ଟି-ଟ୍ୱେଣ୍ଟିରେ ୧୦୦ରୁ ଅଧିକ ରନରେ ପରାଜୟ
- ୭୬ ରନରେ ଆଉଟ୍ ହୋଇ ଟି-ଟ୍ୱେଣ୍ଟିରେ ଦ୍ୱିତୀୟ କମ୍ ସ୍କୋର
- ପ୍ରଥମ ଥର ଟି-ଟ୍ୱେଣ୍ଟିରେ ପାୱାର ପ୍ଲେରେ ୫ ୱିକେଟ୍ ହରାଇଲା
-ଆୟରଙ୍କ ଲଗାତାର ଟି-ଟ୍ୱେଣ୍ଟି ଅଧିନାୟକ ଭାବେ ଚତୁର୍ଥ ପରାଜୟ
ଏହା ବି ପଢନ୍ତୁ...New Coach: ସଞ୍ଜୁଙ୍କ ପରେ ହଟିଲେ ଗମ୍ଭୀର...ଜିମ୍ୱାୱେ ଏବଂ ଏସିଆନ୍ ଗେମ୍ସ ପାଇଁ ଲକ୍ଷ୍ମଣ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍
ଆୟର୍ଲାଣ୍ଡ ସିରିଜରୁ ପରାଜୟ ଧାରା ଜାରି- ଏହି ପରାଜୟ ଧାରା ଆୟର୍ଲାଣ୍ଡ ବିପକ୍ଷ ସିରିଜ ସହିତ ଆରମ୍ଭ ହୋଇଥିଲା । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ଗସ୍ତ କରିଥିଲା । ଭାରତ ସିରିଜ ଜିତିବ ବୋଲି ଆଶା କରାଯାଉଥିଲା, କିନ୍ତୁ ପ୍ରଥମ ମ୍ୟାଚ୍ ରେ ସେମାନେ ପରାସ୍ତ ହେଲେ । ଦ୍ୱିତୀୟ ମ୍ୟାଚ୍ ବି ହାରିଲା । ଭାରତ ତୁଳନାରେ ଆୟର୍ଲାଣ୍ଡ ଦୁର୍ବଳ ଦଳ । କିନ୍ତୁ ଭାରତ ତାଠାରୁ ୨-୦ରେ ହ୍ୱାଉଟ୍ୱାସ୍ ହୋଇଥିଲା । ଇଂଲଣ୍ଡ ବିପକ୍ଷରେ ବି ପରାଜୟ ଧାରା ଜାରି ରହିଛି । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଏବଂ ଟିମ୍ ଇଣ୍ଡିଆର ଥିଙ୍କ୍ ଟ୍ୟାଙ୍କଙ୍କ ରଣନୀତି ଉପରେ ଏବେ ପ୍ରଶ୍ନ ଉଠିଛି ।