PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଓଡ଼ିଶାକୁ ୭୦ ବର୍ଷ ପଛୁଆ ରଖିବାର ଖଳନାୟକ କଂଗ୍ରେସ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୫ ।୧(ବ୍ୟୁରୋ): ଦେଶର ପ୍ରାକୃତିକ ସମ୍ପଦକୁ କଂଗ୍ରେସ ଲୁଟ୍‌ କଲା । ୧୦ ବର୍ଷ ଧରି ଏହି ଦଳ ରିମୋଟରେ ଦେଶକୁ ଚଳାଇଲା । ଯେଉଁଦଳର ସଂସ୍କୃତି ଧୋକ୍କା ଦେବା, ଦୁର୍ନୀତି କରିବା, ଆଜି ସେହି ଦଳର ନେତା ବଡ଼ ବଡ଼ କଥା କହୁଛନ୍ତି । ଓଡ଼ିଶା କଂଗ୍ରେସ ସଭାପତିଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ ରାହୁଲ ଉତ୍ତର ଦେବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାକୁ ରାହୁଲଙ୍କ ଗସ୍ତ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀ ପ୍ରଧାନ କହିଲେ, ଓଡ଼ିଶାକୁ ୭୦ ବର୍ଷ ପଛୁଆ ରଖିବାର ମୁଖ୍ୟ ଖଳନାୟକ ହେଉଛି କଂଗ୍ରେସ । ଦେଶ ତଥା ଓଡ଼ିଶାରେ ଲମ୍ବା ସମୟ ଧରି କ୍ଷମତାରେ ରହିବା ପରେ ମଧ୍ୟ କଂଗ୍ରେସ ଦଳ ଓଡ଼ିଶାବାସୀଙ୍କୁ ତାଙ୍କ ଅଧିକାର ଦେବାରେ ସକ୍ଷମ ହେଲାନି । ଓଡ଼ିଶାର ଯୁବକ ଓ ଗରିବଙ୍କ ଭାଗ୍ୟ ପରିବର୍ତ୍ତନ ନ ହେବାର ମୂଳ କାରଣ କଂଗ୍ରେସ । ଏଥିପାଇଁ ରାଜ୍ୟବାସୀଙ୍କୁ କଂଗ୍ରେସ ଜବାବ ଦେଉ ।
ଧର୍ମେନ୍ଦ୍ର କହିଲେ, ଯେଉଁମାନେ ଓଡ଼ିଶାକୁ ଲୁଟିଛନ୍ତି, ସେମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ କହିଥିଲେ, ଟଙ୍କା କ’ଣ ଗଛରେ ଫଳେ? କଂଗ୍ରେସ ଯେବେ ଶାସନକୁ ଆସିଛି ଓଡ଼ିଶାକୁ ସେତିକି ବେଳେ ଅନ୍ୟାୟ ହୋଇଛି । ଓଡ଼ିଶାର ଖଣିଜ ସମ୍ପଦକୁ ବିନା ମୂଲ୍ୟରେ ଶିଳ୍ପପତିଙ୍କୁ ଦିଆଯାଉଥିଲା । ପ୍ରଧାନମନ୍ତ୍ରୀ ମୋଦି ଆସିବା ପରେ ଏଥିରେ ପରିବର୍ତ୍ତନ ଆସିଛି । ଓଡ଼ିଶା ପିସିସି ସଭାପତିଙ୍କୁ ସମନ ଜାରି ନେଇ କେନ୍ଦ୍ରମନ୍ତ୍ରୀ କହିଲେ, ପିସିସି ସଭାପତି କାହିଁକି ଆଇନ ମାନୁନାହାନ୍ତି । ନୋଟିସ୍‌ ପ୍ରସଙ୍ଗ ନୁହେଁ, ୩୦ କୋଟି ଠକେଇ ଅଭିଯୋଗ ପ୍ରସଙ୍ଗ । ରାହୁଲ ଏହାର ଜବାବ ରଖନ୍ତୁ । ଶ୍ରୀ ପ୍ରଧାନ କହିଛନ୍ତି, ରାହୁଲଙ୍କ ମନ୍ତବ୍ୟ ଦିନରେ ଲଣ୍ଠନ ଦେଖାଇବା ଭଳି । ୧୯୭୫ରେ କାହାର ଜେଜେ ମାଆ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ ଏହା ବୋଧହୁଏ ରାହୁଲ ଭୂଲି ଯାଇଛନ୍ତି? ନେହେରୁ-ଗାନ୍ଧି ପରିବାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁନଥିବା ଓ ଭିନ୍ନ ମତ ରଖୁଥିବା ରାଜନୈତିକ ଓ ସାମାଜିକ କର୍ମକର୍ତ୍ତାଙ୍କୁ ଜେଲରେ ପୂରାଇ ନିର୍ଯାତନା ଦିଆଯିବା କଣ ସମ୍ମାନ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।
ଯୁବରାଜ ୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦିଲ୍ଲୀ ପ୍ରେସ୍‌ କ୍ଲବର ସାମ୍ବାଦିକ ସମ୍ମିଳନୀରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜାଣିଶୁଣି ଅପମାନିତ କରି ନିଚା ଦେଖାଇବାକୁ ଯେଉଁ ଡ୍ରାମା କରିଥିଲେ ଏହା କ’ଣ ଭିନ୍ନ ମତକୁ ସମ୍ମାନ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।