PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

କେବଳ ‘ନାମ’ ବିକ୍ରି କରି ମୋଟା ଅଙ୍କର ଆୟ , ଲାଭକୁ କରି ଦେଲେ ଦାନ … କୋଟିପତିଙ୍କ ମୁହଁରୁ ନିଜ ସଫଳତାର କଥା !

ନୂଆଦିଲ୍ଲୀ : ହବସ୍ପଟ୍‌ର କୋ-ଫାଉଣ୍ଡର ଧର୍ମେଶ ଶାହ ୧୦ ମିଲିୟନ ଡଲାରରୁ ଅଧିକ ଅର୍ଥ ଖର୍ଚ୍ଚ କରି ଚ୍ୟାଟ୍‌ ଡଟ୍‌ କମ୍‌( chat.com)ର ଡୋମେନ୍‌ ନାମ କିଣି ଥିଲେ। ଏବେ ଖବର ଆସିଛି କି ସେ ଏହି ଡୋମେନ ନେମ୍‌କୁ ବିକ୍ରି କରି ଦେଇଛନ୍ତି। ଚ୍ୟାଟ୍‌ ଡଟ୍‌ କମ୍‌କୁ ବିକ୍ରି କରି ଧର୍ମେଶ ଶାହଙ୍କୁ କେତେ ଅର୍ଥ ମିଳିଛି , ଏହାର ଖୁଲାସା ହୋଇ ନାହିଁ । କିନ୍ତୁ ସେ ସଲ୍‌ ଖାନ୍‌ ଓ ଖାନ୍‌ ଏକାଡେମୀକୁ ଲାଭାଂଶରୁ ୨୫,୦୦,୦୦ଡଲାରର ଅର୍ଥ ଡୋନେଟ୍‌ କରିଛନ୍ତି। ଧର୍ମେଶ ଶାହ ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଏଣ୍ଟରପ୍ରିନ୍ୟୋର।

ଧର୍ମେଶ ଶାହ ୨୦୦୬ମସିହାରେ ଆରମ୍ଭ ହୋଇଥିବା ଇନବାଉଣ୍ଡ ମାର୍କେଟିଂ ଓ ସେଲ୍‌ସ ସଫ୍ଟୱେୟାର କମ୍ପାନୀ ହବ୍‌ସ୍ପଟ୍‌ର କୋ-ଫାଇଣ୍ଡର ଅଟନ୍ତି। କମ୍ପାନୀ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜ ( ଏନୱାଇଏସଇ)ରେ ୨୪ ବିଲିୟନ ଡଲାରରୁ ଅଧିକ ବର୍ତ୍ତମାନର ମାର୍କେଟ୍‌ କ୍ୟାପିଟାଲାଇଜେସନର ସହ ଲିଷ୍ଟେଡ୍‌ ଅଛି।

Don't buy a $10 domain and other tips from HubSpot's Dharmesh Shah –  GeekWire

ଡୋମେନ୍‌ ନାମ ଚ୍ୟାଟ୍‌ ଡଟ୍ କମ୍‌ କିଣି ଥିଲେ –

 ଶାହ ଆରମ୍ଭରେ ଡୋମେନ ନାମ ଚ୍ୟାଟ ଡଟ୍‌ କମ୍‌ କିଣି ଥିଲେ ଏବଂ ଏହାକୁ ଏକ ଲିଙ୍କଡ୍‌ଇନ୍‌ରେ ସେୟାର କରିଥିଲେ । ସେ ଡୋମେନ ନାମର ବ୍ୟବହାର କରି କୌଣସି ବି ନୂଆ ପ୍ରଡକ୍ଟ ତିଆରି କରି ନଥିଲେ। ଲିଙ୍କଡଇନ୍‌ ପୋଷ୍ଟ ମାଧ୍ୟମରେ ସେ ଚ୍ୟାଟ୍‌ ଡଟ୍‌ କମ୍‌ ଡୋମେନ୍‌ ନେମକୁ କିଣିବାର କାରଣ କହିଛନ୍ତି। ସେ କହିଛନ୍ତି କି ଚ୍ୟାଟ୍‌ ଡଟ୍‌ କମ୍‌ କିଣିବାର କାରଣ ସହଜ ଏବଂ ମୋତେ ଲାଗୁଛି କି  ଚ୍ୟାଟ୍‌ – ବେସଡ୍‌ ୟୁଏକ୍ସ ସଫ୍ଟ ୱେୟାରରେ ଆଗାମୀ ବଡ଼ ଜିନିଷ । ଏକ ନ୍ୟାଚୁରାଲ ଭାଷା ମାଧ୍ୟମରେ କମ୍ପ୍ୟୁଟର /ସଫ୍ଟୱେୟାର ସହ କମ୍ୟୁନିକେଶନ କରିବା ବହୁତ ସହଜ। ଏହି ଜେନେରେଟିଭକୁ ଏଆଇ ଦ୍ୱାରା ସମ୍ଭବ କରାଯାଇଛି।

ସେ ଆହୁରି ଲେଖିଛନ୍ତି , ମୁଁ ଡୋମେନ ନେମ୍‌ର ଗୁରୁତ୍ୱ ଓ ମୂଲ୍ୟ ବିଷୟରେ ଶିଖିଛି। ୱାର୍ଡପ୍ଲେ ଡଟ୍‌ କମ୍‌ ( ମାଇଁ ୱର୍ଡ ଗେମ୍‌) ଲେଖା ଯାଇଥିବା ୧୫୦ମିଲିୟନ ଗେମ୍‌ ଓ ୧୬ ମିଲିୟନ ୟଜର୍ସଙ୍କୁ ହିଟ୍‌ କରିଛି। ଡୋମେନ୍‌ କିଣିବାର କିଛି ଦିନ ପରେ, ଶାହ ଏକ ପଡକାଷ୍ଟରେ ଆସିଥିଲେ, ଯେଉଁଠାରେ ସେ ଏକ ସ୍ପଷ୍ଟ କଥାବାର୍ତ୍ତାରେ କହିଥିଲେ କି ମୁଁ ଏହାକୁ ( ଚ୍ୟାଟ୍‌ ଡଟ୍‌ କମ୍‌) କିଣିଛି। ଏହାର କାରଣ ଏହା କି ମୁଁ ଏଆଇ କ୍ଲବରେ ସାମିଲ ହେବାକୁ ଚେଷ୍ଟା କରୁଛି। ଏହି କ୍ଲବରେ କେହି ଜାଣନ୍ତି ନାହିଁ ମୁଁ କିଏ ।

ଧର୍ମେଶ ଶାହ ଆହୁରି ଲେଖିଛନ୍ତି , ମୁଁ ୨୫୦,୦୦୦ ଡଲାରର ଲାଭ କମାଇଛି ଏବଂ ଏହି ଅର୍ଥକୁ ସାଲ ଖାନ୍‌ ଓ ଖାନ ଏକାଡେମୀକୁ ଡୋନେଟ୍‌ କରିଦେଇଛି। ହେଲେ ଶାହ ଏହି କଥାର ଖୁଲାସା କରିନାହାନ୍ତି କି ଚ୍ୟାଟ୍‌ ଡଟ୍‌କମ୍‌କୁ ସେ କେତେ ଅର୍ଥରେ ବିକ୍ରି କରିଛନ୍ତି। ଏହାସହ ସେ କ୍ରେତାଙ୍କର ନାମ ବି ଖୁଲାସା କରି ନାହାନ୍ତି। ଖାନ ଏକାଡେମୀ ଏକ ନନ୍‌ ପ୍ରଫିଟେବଲ ଶୈକ୍ଷିକ ସଙ୍ଗଠନ। ଏହା ବିଭିନ୍ନ ବିଷୟରେ ଶିଖା ନେଇ ମାଗଣାରେ ଅନଲାଇନ୍ ସାମଗ୍ରୀ ଓ ସିଲାବସ୍‌ ପ୍ରଦାନ କରିଥାଏ ।