PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଏଣିକି ସାକ୍ଷୀଗୋପାଳ ରେଳ ଷ୍ଟେସନରେ ଅଟକିବ ଧଉଳି ଏକ୍ସପ୍ରେସ୍‌, ଦାବି ପୂରଣ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ପୁରୀ,୨୫/୦୫: ଏଣିକି ସାକ୍ଷୀଗୋପାଳ ରେଳ ଷ୍ଟେସନରେ ଅଟକିବ ଗାଡ଼ି ସଂଖ୍ୟା ୧୨୮୨୧/୨୨ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍‌ । ଗାଡ଼ି ସଂଖ୍ୟା-୧୨୮୪୩/୪୪ ପୁରୀ- ଅହମ୍ମଦାବାଦ ଏକ୍ସପ୍ରେସ ମଧ୍ୟ ସାକ୍ଷୀଗୋପାଳ ଷ୍ଟେସନରେ ଅଟକିବ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର ଏହି ଦାବିକୁ ସ୍ୱୀକାର କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଟ୍ରେନ ଅଟକିବା ଦ୍ୱାରା ସତ୍ୟବାଦୀ ଅଞ୍ଚଳର ହଜାର ହଜାର ଲୋକ ଉପକୃତ ହେବେ ।

କାଳୁପଡ଼ାଘାଟଠାରେ ଗାଡି ସଂଖ୍ୟା – ୧୮୧୧୭/୧୮ ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ ରହଣିକୁ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱୀକୃତି ଦେଇଛନ୍ତି । ଏହା ଦ୍ୱାରା ଚିଲିକା ଅଞ୍ଚଳବାସୀଙ୍କର ଦୈନନ୍ଦିନ ଜୀବନରେ ସୁଧାର ଆସିବା ସହିତ ଲୋକମାନଙ୍କର ଗମନାଗମନ ସୁବିଧାଜନକ ହେବ । ରେଳ ମନ୍ତ୍ରୀ ଏହି ଦାବି ଗ୍ରହଣ କରିଥିବାରୁ ଶ୍ରୀ ପାତ୍ର ଧନ୍ୟବାଦ ଜଣାଇଛନ୍ତି । ସୂଚନାଥାଉକି, ଗତ ଜାନୁଆରୀ ୧୦ ତାରିଖରେ ଏବଂ ମାର୍ଚ୍ଚ ୩୧ ତାରିଖରେ ଶ୍ରୀ ପାତ୍ର ରେଳମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇଥିଲେ ।