PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଧଉଳି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଓଡ଼ିଶୀରେ ‘ଅର୍ଦ୍ଧନାରୀଶ୍ୱର’ ଉପାଖ୍ୟାନ

ଭୁବନେଶ୍ୱର, ୯ ।୨(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡାନ୍ସ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି ମହୋତ୍ସବର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା । ଯେଉଁଥିରେ ଦେଖିବାକୁ ମିଳିଥିଲା ବାଦ୍ୟଯନ୍ତ୍ର, ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତର ଅଦ୍ଭୁତ ସମନ୍ୱୟ ।
କାର୍ଯ୍ୟକ୍ରମର ଆକର୍ଷଣ ଥିଲା ‘ସୃଜନ’ର ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟ । ପ୍ରଥମେ ଓଡ଼ିଶୀ ନୃତ୍ୟ ଆଧାରରେ ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ‘କିରୁବାଣୀ ମାଧୁରିମା’ । ରାଗ ‘କିରୁବାଣୀ’ ଉପରେ ଆଧାରିତ ଏହି ପ୍ରସ୍ତୁତି ପରେ ଶିଳ୍ପୀମାନଙ୍କ ଦ୍ୱାରା ‘ଅର୍ଦ୍ଧନାରୀଶ୍ୱର’ ପରିବେଷଣ ହୋଇଥିଲା । ମହାଦେବଙ୍କର ‘ଅର୍ଦ୍ଧନାରୀଶ୍ୱର ଉପାଖ୍ୟାନ’କୁ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟରେ ଉପସ୍ଥାପିତ କରିଥିଲେ । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ । ନୃତ୍ୟ ଚରନା କରିଥିଲେ ନିତ୍ୟାନନ୍ଦ ମିଶ୍ର ଏବଂ ନୃତ୍ୟାଭିନୟର ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ।
ଅନ୍ୟତମ କାର୍ଯ୍ୟକ୍ରମ ଥିଲା ଯନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ । ଏହାକୁ ପ୍ରସ୍ତୁତ କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ । ତାଙ୍କ ପ୍ରସ୍ତୁତିରେ ଥିଲା ଓଡ଼ିଶାର ଖ୍ୟାତନାମା ସଙ୍ଗୀତକାର ତଥା ଗାୟକ ଗୁରୁ ରାମହରି ଦାସଙ୍କ ଦ୍ୱାରା ପ୍ରସ୍ତୁତ କିଛି ଲୋକପ୍ରିୟ ସଙ୍ଗୀତ । ଇମ୍ଫାଲରୁ ଆସିଥିବା ରାଜେନ ମଙ୍ଗଙ୍ଗ୍‌ ଓ ସାଥୀ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ସମରକଳା ନୃତ୍ୟ ଥାଙ୍ଗ-ଥା । ଦ୍ୱିତୀୟ ସନ୍ଧ୍ୟାର ଅତିଥି ଭାବେ ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍କଳ କୁମାର ପତି, ସମାଜସେବୀ ଶାଶ୍ୱତୀ ବଳ ତଥା ଓଡ଼ିଶା ଡାନ୍ସ ଏକାଡେମୀର ସଚିବ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ଓ ଡ. ଶ୍ରୀନିବାସ ଘଟୁଆରୀ ।

ସମ୍ବନ୍ଧିତ ଖବର