ଅଜଣା ଗାଡି ଧକ୍କାରେ ମହିଳା ମୃତ

ଢେଙ୍କାନାଳ, ୨୬/୦୫ : ଅଜଣା ଗାଡି ଧକ୍କାରେ ମହିଳା ମୃତ। କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ।
ସୂଚନାନୁଯାୟୀ, ମହିଳା ଜଣଙ୍କ ଓଭରବ୍ରିଜ ଉପରଦେଇ ଚାଲି ଚାଲି ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ଖବର ପାଇ କାମାକ୍ଷାନଗର ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।