ଯାତ୍ରୀବାହୀ ବସ୍ ଧକ୍କାରେ ମହିଳା ମୃତ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା

ନିମବାହାଳି/କଣ୍ଟାବଣିଆ, ୦୧/୧୨ : ଯାତ୍ରୀବାହୀ ବସ୍ ଧକ୍କାରେ ମହିଳା ମୃତ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ବିଆରଜି ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ମୋଟଙ୍ଗା ଥାନା କୁରୁଣ୍ଟି ଗାଁର ତ୍ରିପୁର ସାହୁଙ୍କ ପତ୍ନୀ ଯାୟତ୍ରୀ ସାହୁ (୪୫) ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାନୁଯାୟୀ, ଅନୁଗୁଳରୁ କଟକ ଅଭିମୁଖେ ଯାଉଥିବା ନୀଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ୍ ୫୫ ନମ୍ବର ଜାତୀୟ ରାଜପଥର ବିଆରଜି ଛକରେ ଜଣେ ମହିଳାଙ୍କୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ମୋଟଙ୍ଗା ଥାନା କୁରୁଣ୍ଟି ଗାଁର ତ୍ରିପୁର ସାହୁଙ୍କ ପତ୍ନୀ ଯାୟତ୍ରୀ ସାହୁ (୪୫ ବର୍ଷ) ବୋଲି ଜଣାପଡିଛି। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି। ମୃତ ମହିଳା ଜଣଙ୍କ ଅନୁଗୁଳସ୍ଥିତ ନିଜ ଝିଅ ନିକଟକୁ ଯିବା ପାଇଁ ବିଆରଜି ଛକରେ ଛିଡା ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ବସ୍ଟି ମହିଳାଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ବେଳେ ନିମବାହାଳି ଛକ ନିକଟରେ ପୁଲିସ ବସକୁ ଜବତ କରି ମୋଟଙ୍ଗା ଥାନାରେ ଅଟକ ରଖିଥିବା ଜଣାପଡିଛି।