PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ବାରମ୍ବାର ଗୁହାରୀ ସତ୍ତ୍ୱେ ମିଳିଲାନି ପିଇବା ପାଣି, ପିଏଚଡି ପମ୍ପ ଅପରେଟରକୁ ତାଲା ଠୁଙ୍କି ଦେଲେ ଉତ୍ୟକ୍ତ ଲୋକେ

ଢେଙ୍କାନାଳ, ୨୯/୦୬ : ବାରମ୍ବାର ଗୁହାରୀ ସତ୍ତ୍ୱେ ମିଳିଲାନି ପିଇବା ପାଣି । ପିଏଚଡି ପମ୍ପ ଅପରେଟରକୁ ତାଲା ଠୁଙ୍କି ଦେଲେ ଉତ୍ୟକ୍ତ ଲୋକେ। ଢେଙ୍କାନାଳ ସହର ୧୩ ନଂ ୱାର୍ଡରେ ଏଭଳି ଘଟଣା ଘଟିଛି। ଏହି ୱାର୍ଡର ଶତାଧିକ ଲୋକେ ଆଜି ସ୍ଥାନୀୟ ନୂଆପୋଖରୀ ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଟାଉନ ଥାନା ପୁଲିସ ଓ ପିଏଚଡି କନିଷ୍ଠ ଯନ୍ତ୍ରୀ ପହଞ୍ଚି ପ୍ରତିଶୃତି ଦେବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଛି । ପରେ ଉତ୍ତ୍ୟକ୍ତ ଲୋକ ପମ୍ପ ହାଉସ୍ ତାଲା ଖୋଲିଛନ୍ତି।

ଢେଙ୍କାନାଳ ସହର ୧୩ ନଂ ୱାର୍ଡର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସହରର ୧୩ନଂ ୱାର୍ଡ ଗୁଡ଼ିଆ ନାଳୀ ନୂଆପୋଖରୀ ତଳି ଅଞ୍ଚଳ, ମୀନାବଜାର କୁମ୍ଭାର ସାହି, କାଞ୍ଚନ ବଜାର ଓ ବଡ଼ ଷାଠିଏ ବାଟିଆ ଆଦି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପାଇପ ପାଣି ଯୋଗାଣରେ ବେଶ ମାନମାନି କରିଆସୁଥିଛନ୍ତି। ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଯାଇ ଗୁହାରି କଲେ ମଧ୍ୟ ସୁଫଳ ମିଳୁନାହିଁ । ଫଳରେ ପାଣି ଟାକ୍ସ ଦେଇ ମଧ୍ୟ ପାଣି ନପାଇ ଲୋକେ ନାନା ହନ୍ତସନ୍ତ ହେଉଛନ୍ତି ବୋଲି ୱାର୍ଡ ବାସୀ ଅଭିଯୋଗ ଉଠାଇଛନ୍ତି ।