PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

କେରଳର ମହିଳାଙ୍କୁ ଧିରେନ୍ଦ୍ର ଶାସ୍ତ୍ରୀ ପଚାରିଲେ, ‘ଦ କେରଳ ଷ୍ଟୋରୀ’ କେତେ ସତ

ଭୋପାଳ : ବହୁ ଚର୍ଚ୍ଚିତ ବଲିଉଡ୍ ଫିଲ୍ମ ଦ କେରଳ ଷ୍ଟୋରୀ ର ନାଁ ଆଜିକାଲି ସମସ୍ତଙ୍କ ମୁହଁରେ। ଏହାକୁ ନେଇ ଚାରିଆଡ଼େ ଆଲୋଚନା। ବିଜେପି ନେତାଙ୍କ ଠାରୁ ନେଇ ଧର୍ମ ଗୁରୁ ଓ ହିନ୍ଦୁବାଦୀ ସଙ୍ଗଠନ ସହ ଜଡ଼ିତ ଲୋକ ଏହି ଫିଲ୍ମର ଖୁବ୍‌ ପ୍ରଚାର ପ୍ରସାର କରୁଛନ୍ତି। ଏଥିରେ ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀ କେମିତି ପଛରେ ରହିଯିବେ।

ବାଗେଶ୍ୱର ସରକାରଙ୍କର କଥା ପ୍ରବଚନ ବେଳେ ବାବାଙ୍କର ଆଶୀର୍ବାଦ ନେବାକୁ ମଞ୍ଚରେ ପହଞ୍ଚିଥିଲେ ଜଣେ କେରଳର ମହିଳା। ଧିରେନ୍ଦ୍ର ଶାସ୍ତ୍ରୀ ଦ କେରଳ ଷ୍ଟୋରୀକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ। ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଠାରୁ ପର୍ଚା ବାହାର କରିବାକୁ ଆସିଥିବା ଏହି ମହିଳାଙ୍କୁ ପଚାରି ଥିଲେ ଦ କେରଳ ଷ୍ଟୋରୀର କାହାଣୀ ସତ କି ?

जब धीरेंद्र शास्‍त्री ने महिला से पूछा- केरल में कैसे हैं हालात? क्‍या सत्य  है 'The kerala Story' की कहानी - bageshwar dham dhirendra krishna shastri  asks kerala woman is the kerala

କେରଳରେ ରହୁଥିବା ସେହି ମହିଳା କହିଥିଲେ କି , ସେ ଟିଭିରେ ତ ବାଗେଶ୍ୱର ସରକାରଙ୍କର କଥା ପ୍ରବଚନ ଶୁଣନ୍ତି। କିନ୍ତୁ ତାଙ୍କର ଦୃଢ ଇଚ୍ଛା ଥିଲା ଥରେ ସେ ପେଣ୍ଡାଲରକୁ ଯାଇ ଲାଇଭ୍‌ କଥା ପ୍ରବଚନ ଶୁଣିବେ। ଏହାକୁ ନେଇ ବାବା ତାଙ୍କୁ ପଚାରିଲେ ଆପଣ ଟିଭି ଓ ଲାଇଭ୍ ପ୍ରବଚନରେ କଣ ତଫାତ ଦେଖନ୍ତି ? ଏହି ପ୍ରଶ୍ନର ଉତ୍ତରରେ ମହିଳା ଜଣଙ୍କ କହିଥିଲେ, କେରଳରେ କଥା ପ୍ରବଚନ ହୋଇ ନଥାଏ। ଏହାକୁ ଆଶ୍ଚର୍ଯ୍ୟକର ନଜରରେ ଦେଖି ବାବା ପଚାରିଥିଲେ ଏହାର ଅର୍ଥ ଦ କେରଳ ଷ୍ଟୋରୀ ସତ । ମହିଳା ଜଣଙ୍କ କହିଥିଲେ କିଛି କିଛି ସତ ଏବଂ କିଛି ସତ ନୁହେଁ । ମହିଳା ଜଣଙ୍କ କହିଥିଲେ ସେ ତାଙ୍କ(ବାବାଙ୍କ ଦ୍ୱାରା) ଦ୍ୱାରା ଖୁବ୍‌ ପ୍ରଭାବିତ ।

ଉଲ୍ଲେଖନୀୟ ଯେ, ଦ କେରଳ ଷ୍ଚୋରୀ  ୫ ମଇକୁ ରିଲିଜ୍‌ ହୋଇଥିଲା। ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କର ଏହି ଫିଲ୍ମ ଏବେସୁଦ୍ଧା ୨୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ୨୦ରୁ ୩୦ କୋଟିର ବଜେଟ୍‌ରେ ତିଆରି ଦ କେରଳ ଷ୍ଚୋରୀ ବକ୍ସ ଅଫିସରରେ ସୁନ୍ଦର ପ୍ରଦର୍ଶନ କରୁଛି। ଡାଇରେକ୍ଟର ସୁଦିପ୍ତୋ ଘୋଷଙ୍କ ନିର୍ଦ୍ଦେଶନାରେ ତିଆରି ଦ କେରଳ ଷ୍ଟୋରୀର ନିର୍ମାଣ ବିପୁଳ ଅମୃତପାଲ ଶାହ କରିଛନ୍ତି ।

ସମ୍ବନ୍ଧିତ ଖବର