PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଭୀଷଣ ଶାରିରୀକ ଯନ୍ତ୍ରଣା ପରେ ମଧ୍ୟ ଧୋନି ଖେଳିଥିଲେ ସେମିଫାଇନାଲ, କାହାକୁ ଜଣାଇନଥିଲେ ଏ ସମ୍ପର୍କରେ

ନୂଆଦିଲ୍ଲୀ,୧୪।୭: ଆଇସିସି ଓ୍ବାର୍ଲ୍ଡକପ ୨୦୧୯ରେ ଟିମ ଇଣ୍ଡିଆର ପରାଜୟ ପରେ ବିଶ୍ବକପ ଜିତିବାର ଆଶା ଧୂତିସାତ ହୋଇଯାଇଛି। ଏହା ଭିତରେ କୁହାଯାଉଛି ଯେ, ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଓ ଓ୍ବିକେଟକିପର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନି ସନ୍ୟାସ ନେଇପାରନ୍ତି। କୁହାଯାଉଛି ଯେ, ଧୋନି ଅଷ୍ଟେ୍ରଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ ପର୍ଯ୍ୟନ୍ତ ଅନ୍ତଃର୍ଜାତୀୟ କ୍ରିକେଟ ଖେଳି ପାରନ୍ତି। ଏସବୁ ଭିତରେ ଏବେ କ୍ରିକେଯ ପ୍ରତି ଧୋନିଙ୍କର ଏକ ଭିନ୍ନ ପ୍ରକାର ଉତ୍ସର୍ଗୀକୃତ ମନୋଭାବ ଦେଖିବାକୁ ମିଳିଛି। କାରଣ କ୍ୟାପଟେନ୍ କୁଲ ନାମରେ ଫେମସ୍ ଧୋନିଙ୍କୁ ବିଶ୍ବକପ ଚାଲିଥିବା ସମୟରେ ବହୁବାର ଆଘାତ ଲାଗିଥିଲା, ଏହା ପରେ ମଧ୍ୟ ସେ ଖେଳିଥିଲେ।

ଧୋନିଙ୍କ ପିଠି, ବାମ ହାତ ଓ ଡାହଣ ହାତ ଏବଂ ଅଙ୍ଗୁଳିରେ ଆଘାତ ଲାଗିଥିଲା। କିନ୍ତୁ ଏ ବିଷୟରେ ସେ ବିଶ୍ବକପ ଚାଲିଥିବା ବେଳେ କିମ୍ବା ପରେ ମୁହଁ ଖୋଲି ଟିକେ ବି କହିନଥିଲେ। ଏବେ ଏବିଷୟରେ ସୋସିଆଲ ମିଡିଆରୁ ଜଣାପଡୁଛି। ତାହାହେଲା ସୋସିଆଲ ମିଡିଆରେ ଧୋନିଙ୍କର ଏକ ଫଟୋ ଖୁବ୍ ଭାଇରାଲ ହେଉଛି। ଏହି ଫଟୋରେ ଧୋନି ତାଙ୍କର ଜଣେ ଫ୍ୟାନଙ୍କ ସହିତ ଠିଆ ହୋଇଛନ୍ତି ଓ ତାଙ୍କର ଡାହଣ ହାତର ଅଙ୍ଗୁଳିରେ ବ୍ୟାଣ୍ଡେଜ ବନ୍ଧା ହୋଇଛି।

ଏହି ଫଟୋକୁ ଦେଖିବା ପରେ  ଲାଗୁଛି। ଧୋନିଙ୍କ ଆଙ୍ଗୁଳିରେ ଆଘାତ ଲାଗିଛି। କେବଳ ସେତିକି ନୁହେଁ ରକ୍ତ ଜମିଯିବା କାରଣରୁ ତାଙ୍କର ଆଙ୍ଗୁଳି କଳା ପଡିଯାଇଛି। ଧୋନିଙ୍କ ଆଙ୍ଗୁଳିରେ ଏହି ଆଘାତ ଦୀର୍ଘ ସମୟ ଧରି ଦେଖିବାକୁ ମିଳିଛି। କିଛି ମାସ ତଳେ ମଧ୍ୟ ଏଭଳି ଆଘାତ ତାଙ୍କ ଲାଗିଥିଲା। ବିଶ୍ବକପ ସମୟରେ ଓ୍ବିକେଟକିପିଂ ସମୟରେ ବଲ ଧରିବାରେ ତାଙ୍କୁ ଏଭଳି ଅସୁବିଦାର ସାମନା କରିବାକୁ ପଡିଥିଲା। ଏହାପରେ ମଧ୍ୟ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲରେ ଖେଳିଥିଲେ। ଡ୍ରେସିଂ ରୁମରେ ଥିବା ବେଳେ ଧୋନି ଖୁବ୍ ଯନ୍ତ୍ରଣାରେ ଅନୁଭବ କରୁଥିଲେ। ତାଙ୍କ ହାତ ଫୁଲି ଯାଇଥିଲା, ଏହାପରେ ବି ସମ୍ପୂର୍ଣ୍ଣ ମ୍ୟାଚ ଖେଳିଥିଲେ ଓ ଖେଳାଳିଙ୍କୁ ବାମ ହାତରେ ହାଣ୍ଡସେକ୍ କରୁଥିବା ଦେଖିବାକୁ ମିଳିଥିଲା।