ମୁମ୍ବାଇ,୧୭/୦୩; ମନୋରଞ୍ଜନ ଦୁନିଆରୁ ଆସିଲା ଦୁଃଖଦ ଖବର । ଜଣେ ଚମତ୍କାର ଅଭିନେତ୍ରୀଙ୍କୁ ହରାଇଲା ବଲିଉଡ଼ । "ଇସ୍କବାଜ" ଏବଂ "କ୍ୱିନ୍" ଭଳି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା ବରିଷ୍ଠ ଅଭିନେତ୍ରୀ ନବନିନ୍ଦ୍ର ବହଲଙ୍କ ଦେହାନ୍ତ ହୋଇଛି । ୭୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନବନିନ୍ଦ୍ର । ତାଙ୍କ ପୁଅ ଏବଂ ଚଳଚ୍ଚିତ୍ର ନିର୍ମାତା କାନୁ ବହଲ ଖବରକୁ ନିଶ୍ଚିତ କରିଛନ୍ତି । ଏହି ଖବର ଶୁଣି ଶୋକରେ ବୁଡିଛି ବଲିଉଡ ଜଗତ । ନବନିନ୍ଦ୍ର ଜଣେ ଅଭିନେତ୍ରୀଙ୍କ ସହ ଥିଏଟର ନିର୍ଦ୍ଦେଶିକା ଏବଂ ଲେଖିକା ଥିଲେ । ସେ ମଞ୍ଚ, ଟେଲିଭିଜନ ଏବଂ ସିନେମାରେ ତାଙ୍କର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ଦର୍ଶକଙ୍କ ପାଖରେ 'ଇସ୍କବାଜ' ରେ କଲ୍ୟାଣୀ ସିଂହ ଓବରୟ ଏବଂ 'କ୍ୱିନ୍'ରେ କଙ୍ଗନା ରଣାୱତଙ୍କ ଜେଜେମା ଭାବରେ ଜଣାଶୁଣା ଥିଲେ ।ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନବନିନ୍ଦ୍ର ବହଲ ରାତିରେ ଶୋଇଥିବା ବେଳେ ହିଁ ଆଖି ବୁଜିଛନ୍ତି । ନିଦରେ ଶୋଇଥିବାବେଲେ ହିଁ ଦୁନିଆକୁ ଅଲବିଦା କହିଛନ୍ତି ନବନିନ୍ଦ୍ର । ଏହା ସହିତ ଦୀର୍ଘ ଦିନ ହେବ ସେ ବୟସାଧିକ ସ୍ୱାସ୍ଥ୍ୟା ସମସ୍ୟାରେ ପୀଡିତ ଥିଲେ । ଏପରି ଅଚାନକ ତାଙ୍କ ପରଲୋକ ହେବାକୁ କେହି ବିଶ୍ୱାସ କରିପାରୁନାହାନ୍ତି ।
'ମୋ ଟାଇଟନ୍, ମୋ ଗାଇଡ୍'- ମା'ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ତାଙ୍କ ପୁଅ ତଥା ଫିଲ୍ମ ନିର୍ଦ୍ଦେଶକ କାନୁ ବହଲ । ମା'ଙ୍କ ପାଇଁ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି । ମା'ଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି," ମୋ ବିଶ୍ୱାସ, ପ୍ରେମ, ମାର୍ଗଦର୍ଶକ, ପରାମର୍ଶଦାତା" । ତୁମର ହସ ଏବଂ ଉପସ୍ଥିତି ସବୁଦିନ ପାଇଁ ମୋ ସହିତ ରହିବ । '' ଏହି ପୋଷ୍ଟକୁ ନେଇ ଚଳଚ୍ଚିତ୍ର ଜଗତର ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଅନେକ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତା ଶୋକ ପ୍ରକାଶ କରିଛନ୍ତି ଏବଂ ପରିବାରକୁ ସମର୍ଥନ ଜଣାଇଛନ୍ତି । ନବନିନ୍ଦ୍ର ବହଲଙ୍କର ସଫଳ କ୍ୟାରିଅର ଥିଲା । ଯେଉଁଥିରେ ଥିଏଟର, ଚଳଚ୍ଚିତ୍ର ଏବଂ ଟେଲିଭିଜନ ସାମିଲ ଥିଲା । ସେ ବହୁତ କମ୍ ବୟସରୁ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ପରେ, ସେ ଜଣେ ସଫଳ ଶିକ୍ଷାବିତ ମଧ୍ୟ ହୋଇଥିଲେ ଏବଂ ନାଟକରେ ଜଣେ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ। ସେ ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ ଏବଂ ଗୁଲଜାର, ଦିବାକର ବାନାର୍ଜୀ ଏବଂ ବିଶାଲ ଭାରଦ୍ୱାଜଙ୍କ ଭଳି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ।
ଏହା ବି ପଢନ୍ତୁ...ଓସ୍କାର ଆୱାର୍ଡ ୨୦୨୬, ପୁରସ୍କାର ପୋଛିନେଲା ‘ୱାନ୍ ବ୍ୟାଟଲ ଆଫ୍ଟର ଆନାଦର’
ନବନିନ୍ଦ୍ର ବହଲଙ୍କର ସଫଳ କ୍ୟାରିଅର ଥିଲା । ଯେଉଁଥିରେ ଥିଏଟର, ଚଳଚ୍ଚିତ୍ର ଏବଂ ଟେଲିଭିଜନ ସାମିଲ ଥିଲା । ସେ ବହୁତ କମ୍ ବୟସରୁ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ପରେ, ସେ ଜଣେ ସଫଳ ଶିକ୍ଷାବିତ ମଧ୍ୟ ହୋଇଥିଲେ ଏବଂ ନାଟକରେ ଜଣେ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ। ସେ ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ ଏବଂ ଗୁଲଜାର, ଦିବାକର ବାନାର୍ଜୀ ଏବଂ ବିଶାଲ ଭାରଦ୍ୱାଜଙ୍କ ଭଳି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ।
ଅନେକ ଲୋକଙ୍କ ପାଇଁ ସେ ଲୋକପ୍ରିୟ ଟିଭି ଶୋ 'ଇସ୍କବାଜ୍'ରେ କଲ୍ୟାଣୀ ସିଂ ଓବରୋଇ ଭାବରେ ବେଶ୍ ଜଣାଶୁଣା । ଚଳଚ୍ଚିତ୍ର 'କ୍ୱିନ୍'ରେ କଙ୍ଗନା ରଣାୱତଙ୍କ ଜେଜେମା ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ପ୍ରସିଦ୍ଧ ସଂଳାପ "ଲାଇଫ୍ ମେନ୍ ଜୋ ମିଲନା ହୋତା ହୈ, ୱେ ଜରୁର ମିଲତା ହୈ ।'' ନବନିନ୍ଦ୍ର ଲଳିତ ବହଲଙ୍କୁ ବିବାହ କରିଥିଲେ । ୨୦୨୧ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ଦମ୍ପତିଙ୍କର ଥିଏଟର ଏବଂ ସିନେମାରେ ଦୀର୍ଘ ସମୟ ଧରି ସାଥୀ ଭାବରେ କାମ କରିଥିଲେ ।