ଭୁବନେଶ୍ବର,୨୧/୨ :  ‘ଧୁରନ୍ଧର ୨’ର ଟ୍ରେଲରକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଚର୍ଚ୍ଚା ଜାରି ରହିଛି । ସୂଚନା ଅନୁସାରେ ମେକର୍ସ ଟ୍ରେଲରରେ ରଣବୀର ସିଂହଙ୍କ ନୂଆ ଲୁକ୍ ଉପରେ ବିଶେଷ ଧ୍ୟାନ ଦେବାରେ ଅଛି । ଏଥର ତାଙ୍କ ଲୁକ୍ ପ୍ରଥମରୁ ଅଧିକ ଦମଦାର୍ ଏବଂ ଆକ୍ଶନରେ ଭରପୁର କୁହାଯାଉଛି । ​‌

ଟ୍ରେଲରରେ ତାଙ୍କର ପାଓ୍ବାରଫୁଲ୍ ଡାଇଲଗ୍, ରଫଟଫ୍ ଷ୍ଟାଇଲ୍ ଏବଂ ଇମୋଶନାଲ ସିନକୁ ପ୍ରାଧାନ୍ୟ ମିଳିପାରେ । କୁହାଯାଉଛି କି ଫିଲ୍ମରେ ରଣବୀରଙ୍କ ଭୂମିକା କାହାଣୀର ମୁଖ୍ୟ ରହିବ । ଟ୍ରେଲର ରିଜିଲ୍ ପୂର୍ବରୁ ହିଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ରହିଛି ଏବଂ ଫିଲ୍ମକୁ ନେଇ ଆଶା ଦିନକୁ ଦିନ ବଢିବାରେ ଲାଗିଛି ।