ନୂଆଦିଲ୍ଲୀ : ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର-୨’ ବେଶ କମାଲ କରିଛି । ବକ୍ସ ଅଫିସରେ ଧମାଲ କରିଥିବା ଏହି ଫିଲ୍ମ ବିଶ୍ବବ୍ୟାପୀ ଏବେ ୧୭ ବିଲିୟନରୁ ଅଧିକ ଟଙ୍କା ରୋଜଗାର କଲାଣି । ଫିଲ୍ମରେ ୟାଲିନା ଭୂମିକାରେ ଅଭିନୟ କରିଥିବା ସାରା ଅର୍ଜୁନ ଏବେ ସଫଳତାର ମଜା ନେଉଛନ୍ତି । ଏହି ସମୟରେ ଅଭିନେତ୍ରୀ ଜଣକ ବାପା ରାଜ ଅର୍ଜୁନଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ବାପାଙ୍କୁ ପ୍ରଂଶସା କରିଥିବାବେଳେ ୟୁଜର୍ସମାନେ ଏହାକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।
ସାରା ପୋଷ୍ଟରେ ଲେଖିଛନ୍ତି କି,"ମୁଁ ବୋଧହୁଏ ନିଜକୁ ଏତେ କେବେ ଦେଖିନାହିଁ ଯେପରି ମୁଁ ତୁମକୁ ଦେଖିଛି। ତୁମେ ମୋତେ ପଡ଼ିବାକୁ ଦେଲ, କିନ୍ତୁ ତୁମେ ନିଶ୍ଚିତ ଭାବରେ ମୋତେ କିପରି ପୁନର୍ବାର ଉଠିବାକୁ ଶିଖାଇଛ । ମୁଁ ଯାହା ଶିଖିଛି, ପାପା, ମୁଁ ପୁସ୍ତକରୁ ନୁହେଁ, ତୁମର ନୀରବତାରୁ ଶିଖିଛି।"'ତୁମେ ମୋତେ କେବେ ବଡ଼ କଥା କହିନାହଁ, କିନ୍ତୁ ତୁମେ ନିଶ୍ଚିତ ଭାବରେ ମୋତେ ବଞ୍ଚିବାର ଏକ ଉପାୟ ଦେଇଛ।ଏଭଳି ଭାବେ ବାପାଙ୍କୁ ନେଇ ଭାବପ୍ରବଣ ପୋଷ୍ଟ କରିଛନ୍ତି ।
ସେପଟେ ରାଜ ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କବିତା ପାଠ କରୁଥିବା ଦେଖିବାକୁ ମିଳିଛନ୍ତି । ସେ ଏହି କବିତାରେ କହିଛନ୍ତି ଏହା ମୋ ଝିଅ ପାଇଁ ଉତ୍ସର୍ଗୀକୃତ । ଏହାସହ ରାଜ ଅର୍ଜୁନ କହିଛନ୍ତି କି, ୨୦୦୫ ମସିହାରେ ମୋ ଜୀବନ ବଦଳି ଯାଇଥିଲା । ଯେତେବେଳେ ମୋ ଝିଅ ଜନ୍ମ ହେଲା । ଏଭଳି ଭାବେ ସେ ହୃଦୟସ୍ପର୍ଶୀ କବିତା ପାଠ କରିଥିବାବେଳେ ୟୁଜର୍ସମାନେ ଏହାକୁ ବେଶ ଭଲ ପାଇବା ଦେଉଛନ୍ତି । ବାପା ଝିଅଙ୍କ ଏଭଳି ସମ୍ପର୍କକୁ ନେଇ ସମସ୍ତେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।
ଏହାସହ ପଢ଼ନ୍ତୁ : ଅଖିଳେଶଙ୍କୁ ଚା’ ପିଆଇ ହଇରାଣ ହେଉଛନ୍ତି ଦୋକାନୀ, ଭିଡିଓ ପୋଷ୍ଟ କରି କହିଲେ...