PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ଭଗବତ୍ ଗୀତା ସାହାଯ୍ୟରେ ଭଲ ହେଉଛି ଡାଇବେଟିସ୍, ଜାଣନ୍ତୁ ଏହି ଆଧ୍ୟାତ୍ମିକ ଉପାୟ

ଭୁବନେଶ୍ବର,୧୪/୨: ମଣିଷ ଶରୀରରେ ସର୍କରା ବା ମିଠାର ମାତ୍ରା ବଢ଼ିଗଲେ ମଧୁମେହ ବା ଡାଇବେଟିସ୍ ରୋଗ ହୋଇଥାଏ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଓସମାନିଆ ଜେନେରାଲ ହସ୍ପିଟାଲର ଡାକ୍ତରଙ୍କ ସମେତ ଗବେଷଣା ଟିମ୍ ମଧୁମେହକୁ ଭଲ କରିବା ପାଇଁ ଆଧ୍ୟାତ୍ମିକ ଉପାୟ ଖୋଜି ବାହାର କରିଛନ୍ତି। ଆଉ ଏହାର ମାଧ୍ୟମ ବା ମୁଖ୍ୟ ଉତ୍ସ ହେଉଛି ଭଗବତ୍ ଗୀତା।

ବିଶେଷଜ୍ଞଙ୍କ କହିବାନୁସାରେ, ଭଗବତ୍ ଗୀତାରେ ଅର୍ଜୁନ ଏବଂ ଭଗବାନ କୃ​ଷ୍ଣଙ୍କ ମଧ୍ୟରେ ହୋଇଥିବା ସମ୍ବାଦ ଅର୍ଥାତ୍ କଥାବାର୍ତା ମଧୁମେହ ରୋଗକୁ ଭଲ କରାଇବାରେ ସାହାଯ୍ୟ କରିବ। ଖାସକରି ଭଗବତ୍ ଗୀତାର ଶ୍ଲୋକରେ ଜୀବନର ବିଭିନ୍ନ ଦୁଃଖ , ସୁଖ, କଷ୍ଟ, ଆନନ୍ଦର ମନସ୍ତାତ୍ତ୍ବିକ ଅଭିବ୍ୟକ୍ତି ରହିଥାଏ । ଗୀତା ନକାରାତ୍ମକ ସ୍ଥିତିକୁ ଚିହ୍ନିବା ପାଇଁ ସକ୍ତି ଦେବା ସହ  ତା ସହିତ ଲଢ଼ିବା ପାଇଁ ସକାରାତ୍ମକ ଉପାୟ କହିଥାଏ। ଯେମିତି କି ମହାଭାରତରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହୁଥିଲେ ଏବଂ ଅର୍ଜୁନ ତାହାକୁ ପାଳନ କରୁଥିଲେ।

ମଧୁମେହ ଏକ ଲାଇଫଷ୍ଟାଇଲ ରୋଗ ଅର୍ଥାତ୍ ଏହା ଜୀବନଶୈଳୀ ସହିତ ଯୋଡ଼ି ହୋଇ ରହିଛି ବୋଲି ବିଶେଷଜ୍ଞମାନେ କୁହନ୍ତି। ତେବେ ଆପଣ ଚାହିଁଲେ ନିଜର ଜୀବନଶୈଳୀକୁ ନିଜେ​‌ ହିଁ ବଦଳାଇପାରିବେ। ନହେଲେ ଖାଇବା ପିଇବା, କସରତ ଭଳି ନିତିଦିନିଆ କ୍ରିୟାକଳାପରେ ବି ପରିବର୍ତନ କରିପାରିବେ।

ଭଗବତ ଗୀତା ସାହାଯ୍ୟରେ ମଧୁମେହ ରୋଗରୁ ମୁକ୍ତି ପାଇବା ପାଇଁ ଦେଶ ବିଦେଶର ଡାକ୍ତରମାନେ ବି ବିଭିନ୍ନ ଗବେଷଣାରେ ସାମିଲ ହୋଇଛନ୍ତି। ସେମାନଙ୍କ କହିବାନୁସାରେ, ଭଗବତ୍ ଗୀତା କୈାଣସି ଧାର୍ମିକ ଏବଂ ଦାର୍ଶନିକ ପୁସ୍ତକଠାରୁ କମ୍ ନୁହେଁ। ମଧୁମେହ ରୋଗ ସମ୍ପର୍କରେ ଜାଣିବା ମାତ୍ରେ ହିଁ ରୋଗୀକୁ ଦୁଃଖ, କଷ୍ଟ ସହିତ ଚିନ୍ତା ମାଡ଼ି ବସିଥାଏ। ସେହି ସମୟରେ କଣ କରିବେ କିଛି ଉପାୟ ଦେଖାଯାଏ ନାହିଁ। ସେତେବେଳେ ହିଁ ଗୀତା ଶ୍ଲୋକ ଆବଶ୍ୟକତା ପଡ଼ିଥାଏ।