PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଚମକ ହରାଉଛି ହୀରା ବଜାର; ଖସୁଛି ଚାହିଦା,ବିକ୍ରି

ସୁରଟ,୨୨/୦୭(ଏଜେନ୍ସି): ଭାରତୀୟ ହୀରା ବଜାର ଏହାର ଚମକ ହରାଉଛି । ଚାହିଦା ଓ ବିକ୍ରି ଉଭୟ ହ୍ରାସ ପାଇଛି । ଏମିତି କି ଦେଶକୁ ହୀରା ଆମଦାନି ମଧ୍ୟ ନିମ୍ନଗାମୀ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ବିଶ୍ୱର ସର୍ବବୃହତ୍‌ ହୀରା ଖଣି କମ୍ପାନି ଡି ବିୟର୍ସ ବାଧ୍ୟ ହୋଇ ଏହାର ଉତ୍ପାଦନ ଆକଳନ ହ୍ରାସ ଘଟାଇଛି । ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସରେ ଏହାର ଉତ୍ପାଦନ ୧୪% ହ୍ରାସ ପାଇଛି ।ଆମେରିକା ଭିତ୍ତିକ ରାପାପୋର୍ଟ ଗ୍ରୁପ୍‌ ମୁତାବକ ଚଳିତବର୍ଷ ଦ୍ୱିତୀୟ ତ୍ରୈମାସରେ ଡି ବିୟର୍ସର ଖଣିଜ ଉତ୍ପାଦନ ହ୍ରାସ ପାଇଛି । ବଜାରର ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନି ହୀରା ଉତ୍ତୋଳନ କରିଥାଏ ।

ଅତ୍ୟଧିକ ଯୋଗାଣ ଯୋଗୁ ଜୁନ୍‌ ୩୦ରେ ଶେଷ ହୋଇଥିବା ତିନିମାସରେ ବିକ୍ରି ପରିମାଣ ୧୦% ହ୍ରାସ ପାଇ ୯ ନିୟୁତ କ୍ୟାରେଟ୍‌କୁ ଖସିଆସିଛି । ଅଶୋଧିତ ହୀରା ଚାହିଦା ମଧ୍ୟ ହ୍ରାସ ପାଇଛି । ପଲିସ ହୀରା ବିକ୍ରି ନ ହୋଇ ପଡ଼ିରହିଥିବାରୁ ଉତ୍ପାଦନ ସମାନ ଅନୁପାତରେ କରାଯିବା ସମ୍ଭବ ହେଉନାହିଁ । ଭାରତର ଜେମ୍ସ ଓ ଜୁଏଲରି ରପ୍ତାନି ପ୍ରୋତ୍ସାହନ ପରିଷଦ (ଜିଜେଇପିସି) ଦ୍ୱାରା ପ୍ରକାଶିତ ତଥ୍ୟ ମୁତାବକ ଚଳିତବର୍ଷ ଏପ୍ରିଲ-ଜୁନ୍‌ରେ ଅଶୋଧିତ ହୀରା ଆମଦାନି ୨୬% ହ୍ରାସ ପାଇ ୩୪୦ କୋଟି ଡଲାରକୁ ଖସିଆସିଛି । ଗତବର୍ଷ ସମାନ ତ୍ରୈମାସରେ ଏହା ୪୫୦ କୋଟି ଡଲାର ରହିଥିଲା । ଜୁନ୍‌ରେ ଅଶୋଧିତ ହୀରା ଆମଦାନି ୩୬% କମି ୯୬୯ ନିୟୁତ ଡଲାରକୁ ହ୍ରାସ ପାଇଛି, ଯାହା କି ପୂର୍ବ ବର୍ଷ ସମାନ ମାସରେ ୧୫୦ କୋଟି ଡଲାର ରହିଥିଲା ।

ଏ ସମ୍ପର୍କରେ ସୁରଟ ହୀରା ବ୍ୟବସାୟୀ ସଂଘ ସଭାପତି ବାବୁ ଗୁଜରାଟୀ କହିଛନ୍ତି, ହୀରା ଶିଳ୍ପ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ହୀରା ଅଳଙ୍କାର ନିର୍ମାତାମାନେ ଲଗାତର ଭାବେ ସେମାନଙ୍କ ଉତ୍ପାଦନ ହ୍ରାସ କରୁଛନ୍ତି । କାରଣ ବିକ୍ରି ହୋଇନପାରି ଅନେକ ହୀରା ଅଳଙ୍କାର ପଡ଼ିରହିଛି । ଏମିତି କି ଗ୍ରୀଷ୍ମ ଅବକାଶ ପରେ ମଧ୍ୟ ୩୦% ହୀରା ଅଳଙ୍କାର ନିର୍ମାଣକାରୀ ସଂସ୍ଥା ସେମାନଙ୍କ କାରବାର ଆରମ୍ଭ କରିନାହାନ୍ତି । ତେଣୁ ପୁଣି ଚାହିଦା ବୃଦ୍ଧି ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର