PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଭିନ୍ନକ୍ଷମଙ୍କ ପ୍ରତି ଅମାନବୀୟ ଆଚରଣ: ଚାଉଳ ପାଇଁ ଆସିଥିଲେ, ମାଡ଼ ଖାଇଲେ

କେନ୍ଦୁଝର,୨୨ା୧(ଆପ୍ର): ମରିଗଲାଣି ମାନବିକତା । ଭିନ୍ନକ୍ଷମ ଯୁବକ ବିଦେଶୀ ପଲେଇ ଚାଉଳ ଗଣ୍ଡାକ ପାଇଁ ଆସିଥିବାବେଳେ ରେସନ୍‌ କାର୍ଡ ପାଇଁ ତାଙ୍କୁ ମାଡ ମରାଯାଇଛି । ଚାଉଳ ପାଇବା ପରେ କାର୍ଡ ଫେରସ୍ତ ପାଇଁ କହିବାରୁ ଝୁମ୍ପୁରା ବ୍ଲକ୍‌ର ଅର୍ସଳା ପଞ୍ଚାୟତର ଜିଆରଏସ୍‌ ମାଡ଼ ମାରିଛନ୍ତି । ଏପରିକି ଅଭିଯୋଗ କରିବାକୁ ଯାଇ ଥାନାରେ ମଧ୍ୟ ପୁଲିସ ନାଲିଆଖି ଦେଖାଇବା ସହିତ ଏହି ଭିନ୍ନକ୍ଷମଙ୍କୁ ନିର୍ଧୁମ୍‌ ପିଟିଥିବା ଅଭିଯୋଗ ହୋଇଛି । ଏଥିନେଇ ମଙ୍ଗଳବାର ବିଦେଶୀ ପଲେଇ ପରିବାର ସହିତ ଆସି କେନ୍ଦୁଝର ଏସ୍‌ପିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି । ମାତ୍ର ଏସପିଙ୍କ ଅନୁପସ୍ଥିତରେ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ଭିନ୍ନକ୍ଷମ ବିଦେଶୀ ବୟାନ ଦେଇଛି । ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଥାନାଧିକାରୀଙ୍କୁ ଏଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକର ଅର୍ସଳା ପଞ୍ଚାୟତର ଭିନ୍ନକ୍ଷମ ଯୁବକ ବିଦେଶୀ ଦେହୁରୀ ସରକାରଙ୍କ ପକ୍ଷରୁ ଏକ ଅନ୍ତ୍ୟୋଦୟ କାର୍ଡ ପାଇଛନ୍ତି । ଉକ୍ତ କାର୍ଡ ଜରିଆରେ ପ୍ରତିମାସରେ ସେ ପଞ୍ଚାୟତ କାର୍ଯ୍ୟାଳୟରୁ ୩୫ କିଲୋଗ୍ରାମ ଚାଉଳ ପାଉଛନ୍ତି । ତେବେ ଗତ ରବିବାର ଦିନ ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ଦିଆଯାଉଥିବା ଖବରପାଇ ସେ ଯାଇଥିଲେ । ଚାଉଳ ନେବାପରେ ନିଜର କାର୍ଡ ଫେରସ୍ତ କରିବାକୁ ଜିଆରଏସ୍‌ କେଦାର ନାଏକଙ୍କୁ ମାଗିଥିଲେ । ପ୍ରାୟ ୨ ବର୍ଷ ହେବ ସେ ଚାଉଳ ନେଉଛନ୍ତି ହେଲେ କାର୍ଡଟି ପଞ୍ଚାୟତର ଜିଆରଏସ୍‌ଙ୍କ ପାଖରେ ରହିଥାଏ । ତେଣୁ କାର୍ଡ ଦେବାକୁ ବିଦେଶୀ ଦାବି କରିବାରୁ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଅନ୍ୟ ହିତାଧିକାରୀଙ୍କ ସାମ୍ନାରେ ଉତ୍ତ୍ୟକ୍ତ ହୋଇ ଜିଆରଏସ୍‌ ମାଡ଼ ମାରିଥିଲେ । ଘଟଣା ପରେ ସେ ସନ୍ଧ୍ୟାରେ ଝୁମ୍ପୁରା ଥାନାରେ ଯାଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ସୋମବାର ଦିନ ତାଙ୍କୁ ଡାକିବା ସହିତ ଜିଆରଏସ୍‌ଙ୍କୁ ଡକାଇ ଘଟଣା ସମ୍ପର୍କରେ ତଦନ୍ତ କରିବା ବୋଲି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ସୋମବାର ପୁଲିସ ଠାରୁ କୌଣସି ଖବର ନପାଇବାରୁ ନିଜ ପତ୍ନୀ ମମତା, ମା’ କର୍ପୂର ପଲେଇ ଓ ସମ୍ପର୍କୀୟ ଖୁଡୀ ଶାନ୍ତି ନାଏକ ସହିତ ବିଦେଶୀ ଥାନାରେ ପହଞ୍ଚିଥିଲେ । ଏହି ସମୟରେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଏକ କୋଠରୀକୁ ଡାକି ନେଇ ଆଉ ଏକ ଏତଲା ଲେଖିବା ପାଇଁ କହିଥିଲେ । ଏତଲା ଲେଖିବା ସମୟରେ ପଛପଟୁ ଏକ ଡେଙ୍ଗାରେ ହଠାତ୍‌ ବିଦେଶୀକୁ ମାଡ ଼ମାରି କଦର୍ଯ୍ୟ ଭାଷା କହି ତଡି ଦେଇଥିଲେ ବୋଲି ବିଦେଶୀ ଅଭିଯୋଗ କରିଛନ୍ତି । ଏଥିନେଇ ପରିବାର ସହିତ ବିଦେଶୀ ମଙ୍ଗଳବାର ଅପରାହ୍ନରେ ଆସି ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିବାକୁ ପହଞ୍ଚିଥିଲେ । ମାତ୍ର ଏସ୍‌ପିଙ୍କ ଅନୁପସ୍ଥିତରେ ଅତିରିକ୍ତ ଏସପି ପି କେ ପରିଡାଙ୍କୁ ଅଭିଯୋଗ କରିଛନ୍ତି । ଜଣେ ଭିନ୍ନକ୍ଷମ ଯୁବକ ପ୍ରତି ସହନଶୀଳତା ପ୍ରତିବଦଳରେ ପୁଲିସ କର୍ମଚାରୀ ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କୁ ପିଟିବା ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି । ଏହି ଘଟଣା ପରେ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଏଏସ୍‌ପି ଶ୍ରୀ ପରିଡା ଝୁମ୍ପୁରା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଏଏସ୍‌ପି ଶ୍ରୀ ପରିଡାଙ୍କୁ ପଚାରିବାରୁ ବିଦେଶୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଜିଆରଏସ୍‌ ଓ ଝୁମ୍ପୁରା ପୁଲିସ ମାଡ଼ ମାରିଛନ୍ତି ବୋଲି ବୟାନ ଦେଇଛନ୍ତି । ଘଟଣା ସମ୍ପର୍କରେ ଥାନାଧିକାରୀ କିଛି ଜାଣିନଥିବାରୁ ଉପଯୁକ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ମିଳିବା ପରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।