PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ମହିଳାଙ୍କୁ ଭିନ୍ନ ଲୁକ୍ ଦେଉଛି ରଫଲ୍

ମହିଳାଙ୍କୁ ଭିନ୍ନ ଲୁକ୍ ଦେଉଛି ରଫଲ୍
ଫ୍ୟାସନ୍ ଟ୍ରେଣ୍ଡରେ ଏବେ ରଫଲ୍। ଯାହା ଆଗରୁ ବି ଥିଲା। କିନ୍ତୁ ତାହା ଅଳ୍ପ କିଛି ପୋଷାକରେ ସୀମତି ଥିଲା। ମାତ୍ର ଏବେ ଏହି ଟ୍ରେଣ୍ଡ ପ୍ରାୟ ସବୁ ଧରଣର ପୋଷାକରେ ଦେଖିବାକୁ ମିଳୁଛି। ଫାଶନିଷ୍ଟାମାନେ ଏହି ଟ୍ରେଣ୍ଡକୁ ବେଶ୍ ଆରାମରେ କ୍ୟାରି ପରିପାରୁଛନ୍ତି। ଯଦି ଆପଣ ଏହି ଟ୍ରେଣ୍ଡ ଆପଣେଇବାକୁ ଚାହାନ୍ତି ତା ହେଲେ ଦେଖିନିଅନ୍ତୁ ରଫଲ୍ରେ କଣ ସବୁ ଅପସନ୍ ରହିଛି।
ରଫଲ୍ ଶାଢ଼ି: ରଫଲ୍ ସାଧାରଣତଃ କୁଞ୍ଚକୁ ବୁଝାଇଥାଏ। ଆଗେ ବ୍ଲାଉଜ୍ ହାତରେ ଯେମିତି କୁଞ୍ଚ ଦିଆଯାଉଥିଲା ପ୍ରାୟ ସେହିଭଳି। ମାତ୍ର ସେହି କୁଞ୍ଚ ଏବେ ଭିନ୍ନ ଢ଼ଙ୍ଗରେ ଶାଢ଼ିରେ ବି ବସି ପାରୁଛି। ଶାଢ଼ିର ତଳ ଅଂଶରେ କୁଞ୍ଚ ବସାଯାଇ ତାହା ପ୍ରାୟ ଆଞ୍ଚଲ ଯାଏ ରହୁଛି। ରଫଲ୍ ଶାଢ଼ି ପାଟିର୍ର୍ ଓ୍ବିୟର ଭାବେ ବେଶ୍ ଜମିବ। ହାଲୁକା ସିଫନର ରଫଲ୍ ଶାଢ଼ି କ୍ୟାରି କରିବାରେ ବି ସହଜ। ତେବେ ଫ୍ଲୋରାଲ ପ୍ରିଣ୍ଟର ରଫଲ୍ ଶାଢ଼ି ପରିବର୍ତେ ପ୍ଲେନ୍ ରଫଲ୍ ଶାଢ଼ି ଅଧିକ ଭଲ ଲାଗିବ ଯଦି ଏହା ସହିତ ଫ୍ଲୋରାଲ ପ୍ରିଣ୍ଟର ବ୍ଲାଉଜ୍ କ୍ୟାରି କରାଯିବ।
ରଫଲ୍ ବ୍ଲାଉଜ୍: ଆପଣଙ୍କ ସାଦାସିଧା ଶାଢ଼ିରେ ବି ଚମକ ଭରି ଦେବ ଯଦି ଆପଣ ତାହା ସାଥୀରେ ଏକ ରଫଲ୍ ବ୍ଲାଉଜ୍ ପେୟାର ଅପ୍ କରିବେ। ବିଶେଷ କରି ପ୍ରିଣ୍ଟେଡ୍ ଶାଢ଼ି ସହିତ ଗାଢ଼ ରଙ୍ଗର ରଫଲ୍ ବ୍ଲାଉଜ୍ କ୍ୟାରି କଲେ ଆହୁରି ବଢ଼ିଆ ମାନିବ। ରଫଲ୍ ବ୍ଲାଉଜ୍ ଗୋଟିଏ ରଙ୍ଗର ହୋଇଥିଲେ ଭଲ।

ରଫଲ୍ ସ୍କର୍ଟ: ଭାବୁଛନ୍ତି କି ରଫଲ୍ କେବଳ ପାରମ୍ପରିକ ପୋଷାକରେ ଭଲ ମାନିବ। ଆଧୁନିକତା ପୋଷାକରେ ବି ରଫଲ୍ ଏବେ ଟ୍ରେଣ୍ଡରେ। ସାଦାସିଧା ସ୍କର୍ଟ ପିନ୍ଧି ପିନ୍ଧି ବୋର୍ ହୋଇଯାଇଥିଲେ କିଣିଆଣନ୍ତୁ ଏକ ରଫଲ୍ ମିଡ଼ି। ଏହା ସହିତ ଟିକେ ଷ୍ଟାଇଲିଶ୍ ଟପ୍ ଓ୍ବିୟର ବାଛିଲେ ଆପଣ ଲାଗିବେ ଅନନ୍ୟ। ସ୍କର୍ଟ ଓ ଟପ୍ ଭିନ୍ନ ଭିନ୍ନ ରଙ୍ଗର ବାଛନ୍ତୁ।
ରଫଲ୍ ପ୍ୟାଣ୍ଟ: ପାଲାଜୋ କିମ୍ବା ସିଧା ପ୍ୟାଣ୍ଟ ପିନ୍ଧି ପିନ୍ଧି ବିରକ୍ତ ଲାଗୁଥିଲେ ରଫଲ୍ ପ୍ୟାଣ୍ଟ ଟ୍ରାଏ କରନ୍ତୁ। ଏହା ଆପଣଙ୍କୁ ଷ୍ଟାଇଲିଶ୍ କରିବା ସହିତ ଆପଣଙ୍କ ପାଇଁ ଆରାମଦାୟକ ମଧ୍ୟ ହୋଇପାରିବ। ସରାରା କିମ୍ବା ନଗିନା ଭଳି ପ୍ୟାଣ୍ଟର ତଳ ଆଡ଼କୁ କୁଞ୍ଚ ଦେଇ ଦେଲେ ତାହା ବି ରଫଲ୍ ବଟମ ଓ୍ବିୟର ହୋଇପାରିବ। ନହେଲେ ରଫଲ୍ ପ୍ୟାଣ୍ଟ ମଧ୍ୟ ବଜାରରେ ମିଳୁଛି। ଅନଲାଇନ୍ ଫ୍ୟାସନ୍ ଓ୍ବେବସାଇଟ୍ ଗୁଡ଼ିକରେ ମଧ୍ୟ ଏହା ଉପଲବ୍ଧ।
ରଫଲ୍ କୁତ୍ତି: ସବୁ ଧରଣର କୁତ୍ତି ପିନ୍ଧିସାରିଲେଣି। ଏଥର କିଛି ନୂଆ ଭେରାଇଟି ଖୋଜୁଛନ୍ତି। ତେବେ ରଫଲ୍ ସ୍ଲିଭ୍ ହୋଇଥିବା କୂତ୍ତି ବାଛିବାର ପାଳି। ସ୍ଲିଭସ୍ରେ ରଫଲ୍ ଚାହୁଁନଥିଲେ କୁତ୍ତିର ତଳ ଅଂଶରେ ରଫଲ୍ ଓ୍ବର୍କ ହୋଇଥିଲେ ମଧ୍ୟ ଏକ ଭିନ୍ନ ଲୁକ୍ ଦେଇପାରିବ। ରଫଲ୍ ଟପ୍ ଆପଣଙ୍କ ସାଜସଜ୍ଜାକୁ ଟିକେ ଭିନ୍ନ ଲୁକ୍ ଦେଇପାରିବ ରଫଲ୍ ଟପ୍। ଏହା ଦେଖିବାକୁ ଖୁବ୍ ଷ୍ଟାଇଲିଶ୍। ଏହାକୁ ଇଚ୍ଛା କଲେ ପ୍ୟାଣ୍ଟ ସହିତ ପିନ୍ଧିପାରିବେ। ଯଦି ଆପଣ ଏହାକୁ ପ୍ୟାଣ୍ଟ ସହିତ ପେୟାର ଅପ୍ କରିବାକୁ ଚାହୁଁନଥିବେ ତେବେ ପ୍ଲେନ୍ ମିଡ଼ି ସ୍କର୍ଟ କିମ୍ବା ସ୍କର୍ଟ ସହିତ ଟିମ୍ ଅପ୍ କରିପାରିବେ।