ଭୁବନେଶ୍ୱର,୧୮/୦୯: ଡିଜିଟାଲାଇଜେସନ୍ଆମ ଜୀବନକୁ ଭିନ୍ନ ଏବଂ ଅଧିକ ସୁରକ୍ଷିତ କରିଛି ଭାରତରେ ବିଶ୍ୱର ସର୍ବାଧିକ ସାର୍ବଜନୀନ ଭିତ୍ତିଭୂମି ରହିଥିବା ବେଳେ ପ୍ରତ୍ୟେକ ଭାରତୀୟ ପରସ୍ପର ସହିତ ଯୋଡ଼ି ହୋଇ ରହିବାର ଆବଶ୍ୟକତା ରହିଛି ଏହା ପୂରଣ କରିବାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବଳିଷ୍ଠ ଅବଦାନ ରହିଛି ବୋଲି କହିଛନ୍ତି ଶିକ୍ଷା ଅନୁସନ୍ଧାନ (ସୋଆ) କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ  

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୫ତମ ଜନ୍ମ ଦିବସ ପାଳନ ଅବସରରେ ସୋଆ ପକ୍ଷରୁ ଆୟୋଜିତଡିଜିଟାଲ୍ଟ୍ରାନ୍ସଫର୍ମେସନ୍ଆଣ୍ଡ ଇନୋଭେସନ୍‌ - ଏମ୍ପାୱାରିଙ୍ଗ ସିଟିଜେନ୍ସ ଇନ୍ ନ୍ୟୁ ଏରା’ ଶୀର୍ଷକ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ସୋଆ କୁଳପତି ପ୍ରଫେସର ନନ୍ଦ ପ୍ରଧାନମନ୍ତ୍ରୀଙ୍କର ସୁସ୍ଥ ଏବଂ ସୁଖୀ ଜୀବନ କାମନା କରିବା ସହ  ମୋଦିଙ୍କ କାର୍ଯ୍ୟଧାରା ଆମ ସମସ୍ତଙ୍କ ଜୀବନକୁ ସ୍ପର୍ଶ କରିଛି ବୋଲି କହିଛନ୍ତି ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉଦାହରଣ ଦେଇ କୁଳପତି କହିଛନ୍ତି ଯେ, ଏହା ଅର୍ଥନୀତି କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିଛି ସେହିପରି ଆଧାର କାର୍ଡ ଭଳି ଅପାର ଆଇଡି ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥିବା କୁଳପତି କହିଛନ୍ତି  

ଏହିକାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି ଯୋଗ ଦେଇ ଭାରତ ଡିଜିଟାଲ୍ଟ୍ରାନ୍ସଫର୍ମେସନ୍କ୍ଷେତ୍ରରେ ନେତୃତ୍ୱ ନେବା ବେଳେ ଏହାର ସବୁ ଶ୍ରେୟ ପ୍ରଧାନମନ୍ତ୍ରୀ ​​​​​​​ନରେନ୍ଦ୍ର ମୋଦିଙ୍କୁ ଯାଉଛି ବୋଲି କହିଥିଲେ   ସେହିପରି କର୍ମଶାଳାରେ ଅନ୍ୟତମ ବକ୍ତା ଭାବେ ଇନ୍ଷ୍ଟିଚ୍ୟୁଟ୍ଅଫ୍ମେଡିକାଲ୍ସାଇନ୍ସେସ୍ଆଣ୍ଡ ସମ୍ହସ୍ପିଟାଲ୍ ଡିନ୍ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର କହିଥିଲେ ଯେ, ବର୍ତ୍ତମାନ ଡିଜିଟାଲ୍ପେମେଣ୍ଟ ସହିତ ଟେଲି ମେଡିସିନ, ଟେଲି ଆଇସିୟୁ, ଡିଜି ଲକର ଏବଂ ହେଲ୍ ଲକର ଭଳି ଡିଜିଟାଲ ପ୍ରକ୍ରିୟା ଆମ ସମସ୍ତଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହୋଇଛି ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ସଫଳ ହୋଇପାରିଛି ବୋଲି ସେ କହିଥିଲେ   କାର୍ଯ୍ୟକ୍ରମରେ ସୋଆ କୃଷି ମହାବିଦ୍ୟାଳୟର ଡିନ୍ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ତାଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମମନ୍କି ବାତ୍ ସମାଜର ପ୍ରତ୍ୟେକ ବର୍ଗ ଏବଂ ସ୍ତରକୁ ଛୁଇଁଥିବା କହିଥିଲେ

କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ୍ଅଫ୍ବିଜିନେସ୍ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ ଡିନ୍ପ୍ରଫେସର ଅୟସ କାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ ଅଫ୍ଫାର୍ମସ୍ୟୁଟିକାଲ୍ସାଇନ୍ସେସ୍ ଡିନ୍ଇନ୍ଚାର୍ଜ ପ୍ରଫେସର ପ୍ରତାପ କୁମାର ସାହୁ ବକ୍ତବ୍ୟ ରଖିଥିଲେ   କାର୍ଯ୍ୟକ୍ରମକୁ ଛାତ୍ର ମଙ୍ଗଳ ଡିନ୍ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଆଇବିସିଏସ୍ ଡକ୍ଟର ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ