PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

୬ ବର୍ଷ ପରେ ଟିଭି ପରଦାକୁ ଫେରୁଛି ‘ଝଲକ୍ ଦିଖଲା ଜା’ ଶୋ’, ବଲିଉଡର ଏହି ଯୋଡି କରିବେ ଜଜ୍

ନୂଆଦିଲ୍ଲୀ ୨୪/୦୫: କଲର୍ସ ଟିଭି ଏପରି ଏକ ଚ୍ୟାନେଲ ଯାହା ପ୍ରତିଦିନ କିଛି ନା କିଛି ରିଆଲିଟି ଶୋ’ ଆଣିଥାଏ। ତାହା ଟ୍ୟାଲେଣ୍ଟ ଶୋ’ ‘ହୁନାରବାଜ୍’ହେଉ  କିମ୍ବା ରଣଭୀର ସିଂହଙ୍କ ‘ବିଗ୍ ପିକ୍ଚର୍’।  କିନ୍ତୁ ଏଥି ମଧ୍ୟରେ, ଏପରି ଏକ ରିଆଲିଟି ଶୋ’ ଅଛି, ଯାହା ଛଅ ବର୍ଷ ପୂର୍ବେ ବହୁ ଲୋକପ୍ରିୟତା ହାସଲ କରିଥିଲା ​। କିନ୍ତୁ ଏତେ ଲୋକପ୍ରିୟ ଶୋ’ ହୋଇଥିଲେ ମଧ୍ୟ ଟିଭିରେ ୬ ବର୍ଷ ଧରି ପ୍ରସାରିତ ହୋଇନଥିଲା। ଏହି ଶୋ’ହେଉଛି ‘ଝଲକ ଦିଖଲା ଜା’, ଯାହାର ପ୍ରଶଂସକ ଘରେ ଘରେ ଦେଖିବାକୁ ମିଳିଥିଲା।

ତେବେ, ବର୍ତ୍ତମାନ ଏହି ଶୋ’ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ‘ଝଲକ ଦିଖଲା ଜା’ ଏବେ ଦଶମ ସିଜିନ ସହିତ ପୁଣି ଥରେ ଟିଭିକୁ ଫେରୁଛି। ଏହି ଶୋ’ ୨୦୧୬ ମସିହାରେ ପ୍ରସାରିତ ହୋଇଥିଲା। କିନ୍ତୁ ଗତ କିଛି ବର୍ଷ ହେବ ଏହାକୁ ପରଦାରେ ଆଉ ଦେଖିବାକୁ ମିଳିନଥିଲା। ଦର୍ଶକମାନେ ରିଆଲିଟି ଶୋ’ ଫେରି ଆସିବାର ଆଶା ରଖିଥିଲେ। ତେବେ ଏହି ବର୍ଷ ‘ଝଲକ ଦିଖଲା ଜା’ ଏହାର ନୂଆ କନସେପ୍ଟ ଏବଂ ପ୍ରତିଯୋଗୀମାନଙ୍କ ସହିତ ଟିଭିକୁ ଫେରୁଛି।

ଏହା ବ୍ୟତୀତ ଏହି ଶୋ’ ର ଜଜ୍‌ଙ୍କୁ ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି। କୁହାଯାଉଛି, ଏହାର ଜଜ୍‌ ହେବାକୁ ଶାହାରୁଖ ଖାନ୍ ଏବଂ କାଜୋଲଙ୍କୁ ଅପ୍ରୋଚ୍ କରାଯାଇଛି। କିନ୍ତୁ ଚ୍ୟାନେଲ୍ ପକ୍ଷରୁ ଏହି ମାମଲାରେ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ।