ନୂଆଦିଲ୍ଲୀ : ଅଭିନେତା ସିଙ୍ଗର ଦିଲଜିତ୍‌ ଦୋସାଂଝଙ୍କର ଦିଲ୍‌-ଲୁମାନ୍ତି ଟୁର୍‌ ଇନ୍‌ ଦିନକୁ ଦିନ ଟ୍ରେଣ୍ଡ କରୁଛି। ଏହି ମଧ୍ୟରେ ତେଲେଙ୍ଗାନା ସରକାରଙ୍କ ପରେ ଏବେ ଚଣ୍ଡିଗଡ଼ର ଶିଶୁ ଆୟୋଗ ମଧ୍ୟ ଦିଲଜିତ୍‌ ଦୋସାଂଝଙ୍କୁ ନୋଟିସ୍‌ କରିଛନ୍ତି। ୧୪ ଡିସେମ୍ୱରରେ ହେବାକୁ ଥିବା କନସର୍ଟ ପୂର୍ବରୁ ଚଣ୍ଡିଗଡ଼ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ନୋଟିସ୍‌ ଜାରି କରି ଦିଲଜିତ୍‌ଙ୍କୁ ମଦ, ଡ୍ରଗ୍ସ ଓ ହିଂସା ଉଦ୍ରେକକାରୀ ଗୀତ ନଗାଇବାକୁ ଅପିଲ କରିଛନ୍ତି। ଆୟୋଗ କହିଛନ୍ତି ଯେ, ସେ ନିଜର କାର୍ଯ୍ୟକ୍ରମ ବେଳେ ପଟିୟାଲା ପେଗ୍ ଭଳି କିଛି ହିଟ୍‌ ଗୀଚ ନଗାଆନ୍ତୁ। ଆୟୋଗର କହିବାନୁସାରେ ,ଏମିତି ଗୀତ ପିଲାଙ୍କୁ ପ୍ରଭାବିତ କରିଥାଏ। 

ଦିଲ୍ ଲୁମାନ୍ତି ଇଣ୍ଡିଆ ଟୁର୍‌ ଅନୁସାରେ , ଦିଲଜିତ୍‌ ୧୪ ଡିସେମ୍ୱରରେ ଚଣ୍ଡିଗଡ଼ ଏଗଜିଭିସନ ଗ୍ରାଉଣ୍ଡ ସେକ୍ଟର ୩୪ରେ ପ୍ରଦର୍ଶନ କରିବେ। ଏହା ପୂର୍ବରୁ ଶିଶୁ ଆୟୋଗ ବୁଧବାର କହିଛି, ପଟିଆଲା ପେଗ୍‌, ୫ ତାରା ଓ କେସ୍‌ ଭଳି ଗୀତ ନଗାଆନ୍ତୁ, ଯେଉଁଥିରେ ମଦ, ଡ୍ରଗ୍ସ ଓ ହିଂସା ବୃଦ୍ଧି ହେଉଛି। ଯଦିଓ ସେଥିରେ ଶବ୍ଦକୁ ହେରଫେର୍‌ କରାଯାଇ ଥାଇପାରେ। ଏହି ଗୀତ ସମ୍ୱେଦନଶୀଳ ବୟସର ପିଲାଙ୍କୁ ପ୍ରଭାବିତ କରିଥାଏ। ଏଥିରେ ଦିଲଜୀତ୍‌ଙ୍କୁ ଏହି ଦାୟିତ୍ୱ ନେବା ପାଇଁ ମଧ୍ୟ କୁହାଯାଇଛି କି, କାର୍ଯ୍ୟକ୍ରମ ବେଳେ ୨୫ବର୍ଷରୁ କମ୍‌ ବୟସର ଯୁବବର୍ଗଙ୍କୁ ମଦ ପରସା ନଯାଉ। 

ଶିଶୁ ଆୟୋଗ ଦୋସାଂଝଙ୍କୁ ଲାଇଭ୍‌ ଶୋ’ ବେଳେ ମଞ୍ଚରେ ପିଲାଙ୍କୁ ଆମନ୍ତ୍ରିତ ନକରିବାକୁ ମଧ୍ୟ ପରାମର୍ଶ ଦେଇଛି। ଆୟୋଗ ଅନୁସାରେ , ଏଠାରେ ସାଉଣ୍ଡ ଲେବଲ ୧୨୦ଡିବିରୁ ଅଧିକ ହୋଇଥାଏ , ଯାହା ତାଙ୍କ ପାଇଁ ହାନିକାରକ। ଶିଶୁ ଆୟୋଗର ଅଧ୍ୟକ୍ଷ ଶିପ୍ରା ବନ୍ସଲ କହିଛନ୍ତି କି, ଦିଲଜିତ୍‌ ଦୋସାଂଝଙ୍କ ଗତ କନସର୍ଟ ବେଳେ ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡ଼କା ଯାଇଥିଲା। ଏଥିପାଇଁ ଏମିତି ନୋଟିସ୍‌ ଜାରି କରାଯାଇଛି। ସିଙ୍ଗର ଦିଲଜୀତ୍‌ଙ୍କ ବ୍ୟତୀତ , ଆୟୋଜକଙ୍କୁ ସାରେଗାମା ଇଣ୍ଡିଆ ଲିମିଟେଡ୍‌, ଜୋମାଟୋ ଲାଇଭ୍‌ ଓ ରିପଲ ଇଫେକ୍ଟ ଷ୍ଟୁଡିଓକୁ ମଧ୍ୟ ନୋଟିସ୍‌ ପଠାଯାଇଛି।