ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ମୁହଁ ଖୋଲିଲେ ରାଉରକେଲା ବିଧାୟକ ଦିଲୀପ ରାୟ, ନିଷ୍ପତ୍ତି ସମ୍ପର୍କରେ କ’ଣ କହିଲେ ଜାଣନ୍ତୁ…

ରାଉରକେଲା ୪।୪: ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ରାଉରକେଲା ବିଧାୟକ ଦିଲୀପ ରାୟ। ଗତ ଡିସେମ୍ବର ମାସରେ ବିଜେପି ଛାଡିଥିବା ଦିଲୀପ ରାୟ କହିଛନ୍ତି ଯେ ସେ ଏବେ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି। ସେ କେଉଁ ଦଳକୁ ଯିବେ ତାହା ନି​‌ଷ୍ପତ୍ତି କରିପାରୁନାହାନ୍ତି। ତେବେ ବିଜେପି ଆଡ଼କୁ ଇଙ୍ଗିତ କରି କହିଛନ୍ତି ଯେ, ବିଶ୍ବାସଘାତକତା କରିଥିବା ଦଳକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। ଏହି ଦ୍ବନ୍ଦ୍ବ ପାଇଁ ସେ ନା ବିଜେପି ଦଳକୁ ଫେରି ପାରୁଛନ୍ତି ନା ବିଜେଡ଼ିରେ ଯୋଗ ଦେଇପାରୁଛନ୍ତି ବୋଲି କହିଛନ୍ତି ଦିଳ୍ଲୀପ।

ଗତ ଦୁଇ ସପ୍ତାହ ତଳେ ଅଚାନକ ଦିଲୀପ ଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ବିଜେଡ଼ିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଲା। କିନ୍ତୁ ଇତି ମଧ୍ୟରେ ୧୫ ଦିନ ବିତିଯାଇଥିଲେ ମଧ୍ୟ ଦିଲ୍ଲୀ କୈାଣସି ନି​‌ଷ୍ପତ୍ତି ନେଇପାରି ନାହାନ୍ତି। ଅପରପକ୍ଷରେ ଦିଳ୍ଲୀପଙ୍କ ସହ ଏକାଠି ବିଜେପି ଛାଡ଼ିଥିବା ବିଜୟ ପୁଣିଥରେ ବିଜେପିରେ ଯୋଗ ଦେଇଥିବା ତଥା ପାଟକୁରାରୁ ପାର୍ଥୀ ହୋଇସାରିଲେଣି। ତୃତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ। ମାତ୍ର ଗୋଟିଏ ସପ୍ତାହ ପରେ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁ​‌ଷ୍ଠିତ ହେବ। ଏଭଳି ସ୍ଥିତିରେ ଦିଳ୍ଲୀପ ରାୟଙ୍କ ଭଳି ନେତା ​କୈାଣସି ନି​‌ଷ୍ପତ୍ତି ନେଇପାରୁନଥିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି।

Copyright © 2022 - Summa Real Media Private Limited. All Rights Reserved.