ନୂଆଦିଲ୍ଲୀ,୦୧/୧୦: ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାମରେ ଘେରୋଇ ସହାୟିକାଙ୍କୁ ନର୍ଯାତନା ଦେଉଥିବା ଅଭିଯୋଗ । ସ୍ୱାମୀ ଡେଭିଡ୍ ଓ ଡିମ୍ପଲଙ୍କ ନାମରେ ଥାନାରେ ମାମଲା ହୋଇଛି । ନର୍ଯାତନା, ଆକ୍ରମଣ ଓ ଦୁର୍ବବ୍ୟହାର ନେଇ ହାଇଦ୍ରାବାଦ ଫିଲ୍ମ ନଗର ଥାନାରେ ଏତଲା । ଘରୋଇ ସହାୟିକା ଜଣକ ଓଡିଶାର ହୋଇଥିବା ସୂଚନା । ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ରାୟଗଡା ଜିଲ୍ଲାର ଜଣେ ୨୨ ବର୍ଷୀୟା ଘରୋଇ ସହାୟିକା ସେପ୍ଟେମ୍ବର ୨୨ ତାରିଖରେ ଶେଖପେଟର ଭାମସିରାମରେ ଥିବା ଅଭିନେତ୍ରୀଙ୍କ ୱେଷ୍ଟଉଡ୍ ଆପାର୍ଟମେଣ୍ଟରେ ପରିଚାରିକା ଭାବରେ କାମ କରିବା ଆରମ୍ଭ କରିଥିଲେ । ପୁଲିସ ରିପୋର୍ଟ ଅନୁଯାୟୀ, ଘରୋଇ ସହାୟିକା ଅଭିଯୋଗ କରିଛନ୍ତି ଯେ ସେ କାମ କରିବା ପରଠାରୁ ତାଙ୍କୁ ନିରନ୍ତର ନିର୍ଯାତନା ଏବଂ ଅପମାନିତ କରାଯାଉଛି । ମୋ ଫୋନ୍ ଛଡାଇ ନେଇ ଭାଙ୍ଗି ଦେଇଛନ୍ତି । ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।
"ତୁମ ଜୀବନ ମୋ ଜୋତା ମୂଲ୍ୟର ନୁହେଁ"- ଘରୋଇ ସହାୟିକା ଦାବି କରିଛନ୍ତି କି, ଡିମ୍ପଲ ହୟାତି ଏବଂ ତାଙ୍କ ସ୍ୱାମୀ ଡେଭିଡ୍ ପ୍ରାୟତଃ ତାଙ୍କୁ ଖାଦ୍ୟ ଦେଉନଥିଲେ । ତାଙ୍କୁ ଗାଳିଗୁଲଜ କରୁଥିଲେ । "ତୁମର ଜୀବନ ମୋ ଜୋତାର ଦାମ ସହ ନୁହେଁ ବୋଲି କହି ଅପମାନିତ କରୁଥିଲେ। ସେପ୍ଟେମ୍ବର ୨୯ ତାରିଖ ସକାଳେ ସେମାନଙ୍କ ପୋଷା କୁକୁର ଭୋକିବା ଦ୍ୱାରା ପରିସ୍ଥିତି ଖରାପ ହୋଇଯାଇଥିଲା । ଘଟଣା ସମୟରେ ଦମ୍ପତି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ।
ଘରୋଇ ସହାୟିକାଙ୍କ ବୟାନ ଆଧାରରେ, ହାଇଦ୍ରାବାଦ ଫିଲ୍ମନଗର ପୁଲିସ ଡିମ୍ପଲ ହୟାତି ଏବଂ ଡେଭିଡଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୭୪, ୭୯, ୩୫୧(୨), ଏବଂ ୩୨୪(୨) ଅନୁଯାୟୀ ମାମଲା ରୁଜୁ କରିଛି। ଅଭିଯୋଗ ଆଧାରରେ ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀ ଉଭୟଙ୍କୁ ନୋଟିସ୍ ଜାରି ହୋଇଛି ।