PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆଇପିଏଲରେ ଧମାଲ କରିବା ପରେ ୩୭ ବର୍ଷ ବୟସରେ ଟିମ୍‌ ଇଣ୍ଡିଆକୁ ଫେରିଲେ ଏହି କ୍ରିକେଟର, ଖୁବ୍ ଇମୋସନାଲ ହୋଇ କଲେ ଟ୍ୱିଟ୍

ନୂଆଦିଲ୍ଲୀ,୨୩।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଠିକ୍ ପରେ ହେବାକୁ ଥିବା ଭାରତ-ସାଉଥ୍ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍‌ର ସ୍କ୍ବାର୍ଡ ଘୋଷଣା କରାଯାଇଛି। ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇଛି, ସେଭଳି କେଏଲ ରାହୁଲଙ୍କ ହାତରେ ଟିମ୍‌ ଦାୟିତ୍ବ ରହିଛି। ଏହା ଭିତରେ ସବୁଠାରୁ ଖାସ୍ କଥା ଏହା ଯେ, ଟିମ୍‌କୁ ବହୁ ଖେଳାଳି ଫେରିଛନ୍ତି, ତାଙ୍କ ଭିତରେ ଅଛନ୍ତି ଦିନେଶ କାର୍ତ୍ତିକ।

ଆଇପିଏଲ ୨୦୨୨ରେ ଜୋରଦାର ଇନିଂସ ଖେଳିଥିଲେ ଦିିନେଶ କାର୍ତ୍ତିକ। ଟିମ୍ ପାଇଁ ମ୍ୟାଚ୍ ଫିନିଶ୍ କରିଥିବା ଦିନେଶ ଏହି ସିଜିନ୍‌ରେ କରିଥିଲେ ଧମାଲ । ସୋସିଆଲ ମିଡିଆଠାରୁ ନେଇ ପୂର୍ବତନ କ୍ରିକେଟରଙ୍କ ପଯ୍ୟନ୍ତ ସମସ୍ତେ ତାଙ୍କୁ ଟିମ୍ ଇଣ୍ଡିଆକୁ ଫେରିବାକୁ ନେଇ ଦାବି କରିଥିଲେ। ଦିନେଶ କାର୍ତ୍ତିକ ୩୭ ବର୍ଷ ବୟସରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି।

ଭାରତୀୟ ଟିମ୍‌କୁ ଫେରିବା ପରେ ଦିନେଶ କାର୍ତ୍ତିକ ଖୁବ୍ ଇମୋସନାଲ ହୋଇପଡିଥିଲେ। ସେ ଟ୍ବିଟରରେ ଲେଖିଛନ୍ତି ଯଦି ଆପଣ ନିଜ ଉପରେ ବିଶ୍ବାସ ରଖନ୍ତି, ତେବେ ସବୁକିଛି ଆପଣଙ୍କ ହକ୍‌ରେ ଆସିଯିବ। ଆପଣ ସମସ୍ତଙ୍କର ସମର୍ଥନ ଓ ବିଶ୍ବାସ ପାଇଁ ଧନ୍ୟବାଦ। ପରିଶ୍ରମ ଜାରି ରହିବ…।’ ଏିହି ଟ୍ବିଟ୍ ବ୍ୟତୀତ ଦିନେକ କାର୍ତ୍ତିକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏକ ମେସେଜ୍ ଦେଇଛନ୍ତି। ସେ କହିଛନ୍ତି, ଏହା ତାଙ୍କ ପାଇଁ ସବୁଠାରୁ ଭଲ କମବ୍ୟାକ୍, ବହୁ ଲୋକ ମୋ ଉପରୁ ବିଶ୍ବାସ ହରାଇ ବସିଥିଲେ, କିନ୍ତୁ ଏହାପରେ ବି ମୁଁ ଫେରିବା ପରେ ଏବେ ଆହୁରି ପରିଶ୍ରମ କରିବି। ସେ କହିଛନ୍ତି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ସଞ୍ଜୟ ବାଙ୍ଗର, ମାଇକ୍ ହାସନ୍ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ଆରସିବି ଯେଉଁଭଳି ଭାବରେ ମୋର ଭୂମିକାକୁ ଜାଣିଲା ଓ ମୋତେ ଖୋଲାଖୋଲି ଭାବରେ ଖେଳିବାକୁ ସୁଯୋଗ ଦେଲା, ତାହା ମୋ ପାଇଁ ଖୁବ୍ ଲାଭଦାୟକ ପ୍ରମାଣିତ ହେଲା।’