PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ମିଚେଲ୍‌ ଷ୍ଟାର୍କ ହେଉଛନ୍ତି ବିଶ୍ବର ଶ୍ରେଷ୍ଠ ବୋଲର, କଙ୍ଗାରୁ ଟିମ୍‌ କ୍ରିକେଟରଙ୍କ ପ୍ରଶଂସାରେ ଗଦଗଦ୍‌ ଦିନେଶ କାର୍ତ୍ତିକ

ନୂଆଦିଲ୍ଲୀ ୧୯/ ୦୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୨ୟ ଦିନିକିଆକୁ କଙ୍ଗାରୁ ଦଳ ୧୦ ଓ୍ବିକେଟ୍‌ରେ ଜିତି ନେଇଛି । ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ଦଳର ବିଜୟରରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଦମଦାର ବୋଲିଂ ବଳରେ ଭାରତୀୟ ଦଳର ବ୍ୟାଟରଙ୍କୁ ଜଣେ ପରେ ଜଣେ ପ୍ୟାଭିଲିୟନ ପଠାଇଥିଲେ । ୨ୟ ଦିନିକିଆରେ ମୋଟ ୫ଟି ଓ୍ବିକେଟ ନେଇଥିଲେ ଷ୍ଟାର୍କ । ଏବେ ତାଙ୍କର ବୋଲିଂକୁ ଖୁବ ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଓ୍ବିକେଟ୍‌ କିପର୍‌ ବ୍ୟାଟର ଦିନେଶ କାର୍ତ୍ତିକ ।

ଦିନେଶ କାର୍ତ୍ତିକ କହିଛନ୍ତି ଦିନିକିଆ ଓ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ସମ୍ପ୍ରତି ଅଷ୍ଟ୍ରେଲିଆର କ୍ରିକେଟର ମିଚେଲ୍‌ ଷ୍ଟାର୍କ ହେଉଛନ୍ତି ବିଶ୍ବର ଶ୍ରେଷ୍ଠ ବୋଲର । କ୍ରିକ୍‌ବଜ୍‌କୁ ସାକ୍ଷାତକାର ଦେଇ ଦିନେଶ କାର୍ତ୍ତିକ କହିଛନ୍ତି, ଷ୍ଟାର୍କ ଯେଉଁଭଳି ବୋଲିଂ କରୁଛନ୍ତି ଯେକୌଣସି ବ୍ୟାଟର୍‌ ପ୍ରଥମେ ଆସି ବ୍ୟାଟିଂ କରିବା ନିହାତି ଭାବେ କଷ୍ଟକର । କେବଳ ସୂର୍ଯ୍ୟକୁମାର ଯାଦବ ନୁହେଁ ତାଙ୍କ ସ୍ଥାନରେ ଅନ୍ୟ କୌଣସି ବ୍ୟାଟର୍‌ ଥିଲେ ବି ବ୍ୟାଟିଂ କରିବା କଷ୍ଟସାଧ୍ୟ ହୋଇଥାନ୍ତା ।

ଦିନେଶ କାର୍ତ୍ତିକ କହିଛନ୍ତି, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଓ ପାକିସ୍ତାନର ସାହିନ ଆଫ୍ରିଦିଙ୍କ ଭଳି ବାମହାତୀ ଦ୍ରୁତ ବୋଲର ଯେକୌଣସି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ । ଭାରତରେ ଏଭଳି ବାମହାତୀ ବୋଲର ନାହାନ୍ତି । ଯାହା କି ଦଳ ପାଇଁ ବଡ ଚିନ୍ତାର କାରଣ ।

ସୂଚନା ଥାଉକି, ଭାରତ ଓ ଅଷ୍ଟ୍ରେଲିଆ ଜାରି ରହିଥିବା ଦିନିକିଆ ସିରିଜ୍‌ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ଭାରତ ତାହାକୁ ୫ ଓ୍ବିକେଟରେ ଜିତିନେଇଥିଲା । ରବିବାର ଭାଇଜାଗ୍‌ରେ ଖେଳାଯାଇଥିବା ମୁକାବିଲାକୁ କଙ୍ଗାରୁ ଦଳ ୧୦ ଓ୍ବିକେଟରେ ଜିତି ନେବା ପରେ ସିରିଜ ବରାବର୍‌ ହୋଇଯାଇଛି । ନିର୍ଣ୍ଣାୟକ ମୁକାବିଲା ମାର୍ଚ୍ଚ ୨୨ ତାରିଖରେ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଖେଳାଯିବ ।

ସମ୍ବନ୍ଧିତ ଖବର