PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ପୁନର୍ଜନ୍ମ ପାଇଛି: ଡିଙ୍ଗକୋ ସିଂ

ମୁମ୍ବାଇ, ୧୯ ।୧ (ଏଜେନ୍ସି): ୨୦୧୭ ଫେବ୍ରୁଆରୀ ମାସରେ ଏସିଆଡ୍‌ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗକୋ ସିଂ କ୍ୟାନସରରେ ପୀଡ଼ିତ ହୋଇଥିବା ଖବର ପ୍ରକାଶ ପାଇଥିଲା । ଚିକିତ୍ସା ପାଇଁ ଅର୍ଥ ନଥିଲା, ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା । ଏତିକିବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଡିଙ୍ଗକୋଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହାପରେ ଡିଙ୍ଗକୋ ସୁସ୍ଥ ହେଲେ କି ନହେଲେ ସେ ଖବର କାହା ପାଖରେ ନଥିଲା । ଇତି ମଧ୍ୟରେ ଦୁଇ ବର୍ଷ ବିତି ଗଲାଣି । ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି ।
ନିକଟକରେ ମୁମ୍ବାଇ ମାରାଥନରେ ଅତିଥି ଭାବେ ଯୋଗଦେଇଥିଲେ ଡିଙ୍ଗକୋ । ସେଠାରେ ଦେଖି ତାଙ୍କୁ ସମସ୍ତେ ଖୁସି ହୋଇ ଯାଇଥିଲେ । ଡିଙ୍ଗକୋଙ୍କ ପ୍ରତିକ୍ରିୟା ନେବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଗହଲି ଲାଗିଥିଲା । ସେ କହିଥିଲେ, ଭଗବାନଙ୍କ ଦୟାରୁ ସବୁ କିଛି ଠିକ୍‌ ଠାକ୍‌ ଅଛି । ମୁଁ ଏବେ ସଂପୂର୍ଣ୍ଣ ସୁସ୍ଥ । କୌଣସି ଔଷଧ ସେବନ କରୁ ନାହିଁ । କିନ୍ତୁ ପ୍ରତି ଛଅ ମାସରେ ଥରେ ଦିଲ୍ଲୀର ଆଇଏଲ୍‌ବିଏସରେ ଚେକ୍‌ଅପ୍‌ କରାଉଛି ।’
‘ ମୁଁ ପୁନର୍ଜନ୍ମ ପାଇଛି ଓ ଦ୍ୱିତୀୟ ଜୀବନ ଜିଉଁଛି । ମୁଁ ଜାଣେନି ପୂର୍ବ ଡିଙ୍ଗକୋ ସିଂ କିଏ ଥିଲେ । ମୁଁ ବର୍ତ୍ତମାନର ଡିଙ୍ଗକୋ ସିଂ କହୁଛି । ବହୁତ ଖୁସି ଯେ, ଏଭଳି ଏକ ଜଟିଳ ମୁହୂର୍ତ୍ତର ରକ୍ଷା ପାଇଛି ।’ ୪୦ ବର୍ଷୀୟ ଡିଙ୍ଗକୋ ଏବେ ସାଇର କୋଚ୍‌ ଭାବେ ଇମ୍ଫାଲରେ କାର୍ଯ୍ୟ କରୁଛନ୍ତି । ୧୨ରୁ ୧୪ ବର୍ଷ ବୟସର ୧୫୦ ପିଲାଙ୍କୁ ସେ ପ୍ରଶିକ୍ଷଣ ଦେଉଛନ୍ତି ।
୧୯୯୮ ବ୍ୟାଂକକ ଏସିଆଡ୍‌ରେ ଡିଙ୍ଗକୋ ୫୪ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପରବର୍ତ୍ତୀ ସମୟରେ ମଧ୍ୟ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳ ପାଇଥିଲେ । ଡିଙ୍ଗକୋ ପୂର୍ବ କଥା ମନେ ପକାଇ କହିଥିଲେ, ଗୌତମ ଗମ୍ଭୀରଙ୍କ ଯୋଗୁ ନୂଆ ଜୀବନ ପାଇଛି । ତାଙ୍କୁ ସାକ୍ଷାତ କରିବା ପାଇଁ ବହୁବାର ଉଦ୍ୟମ କରିଛି । ଭାବିଥିଲି ମୁମ୍ବାଇରେ ସାକ୍ଷାତ ହୋଇପାରେ । କିନ୍ତୁ ତାଙ୍କୁ ମଧ୍ୟ ଏଠାରେ ଭେଟି ପାରିଲି ନାହିଁ । ଏଥିପାଇଁ ବହୁତ ଦୁଃଖିତ । ଗୌତମଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ଚାହେଁ ।’ ଚିକିତ୍ସା ପାଇଁ ଡିଙ୍ଗକୋ ଇମ୍ଫାଲରେ ତାଙ୍କର ପୁରୁଣା ଘର ବିକ୍ରି କରି ଦେଇଥିଲେ । ପରେ ତାଙ୍କୁ କେନ୍ଦ୍ର ସରକାର ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର