ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

କ୍ରିତି ସାନନ-ଓମ୍‌ ରାଉତଙ୍କ କିସ୍‌ ବିବାଦକୁ ନେଇ ପ୍ରତିକ୍ରିୟା ଦେଲେ ଦୀପିକା, କହିଲେ-‘ନିଜକୁ କେବେ ସୀତା ଭାବି ନଥିବେ...’

ନୂଆଦିଲ୍ଲୀ ୦୯/୦୬ : ପ୍ରଭାସ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଜୁନ ୧୬ ରେ ରିଲିଜ୍ ହେବ। ରିଲିଜ୍ ପୂର୍ବରୁ ନିର୍ଦ୍ଦେଶକ ଓମ୍ ରାଉତ ଓ କ୍ରିତି ସାନନଙ୍କୁ ନେଇ ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ମାତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

wp:html /wp:html

ଏକ ଇଣ୍ଟରଭ୍ୟୁରେ ଦୀପିକା କହିଛନ୍ତି, 'ଆଜିର କଳାକାରମାନେ ଚରିତ୍ରରେ ପ୍ରବେଶ କରନ୍ତି ନାହିଁ, ତାହାର ଇମୋସନ୍‌କୁ ସେମାନେ ବୁଝନ୍ତି ନାହିଁ। ମୁଁ ଭାବୁଛି ରାମାୟଣ ନିଶ୍ଚୟ ତାଙ୍କ ପାଇଁ ଏକ ଫଲ୍ମ ହୋଇଥିବେ। କ୍ରିତି ଆଜିର ପିଢିର ଅଭିନେତ୍ରୀ । ଆଜିର ଜେନେରେସନ୍‌ରେ, ବୋଧହୁଏ କାହାକୁ ଆଲିଙ୍ଗନ କରିବା କିମ୍ବା ଚୁମ୍ବନ ଦେବା ଏକ ମଧୁର ଅଙ୍ଗଭଙ୍ଗୀ ଭାବରେ ପରିଗଣିତ ହେଉଥିବ, କିନ୍ତୁ ସେ ନିଜକୁ ସୀତା ବୋଲି ଭାବି ନଥିବେ।’

{"id":584850,"sizeSlug":"full","linkDestination":"none"}

ଦୀପିକା ଆହୁରି କହିଛନ୍ତି, 'ମୁଁ ସୀତାଙ୍କ ଚରିତ୍ରରେ ବିଞ୍ଚିଛି, ଆଜିର ଅଭିନେତ୍ରୀ ତାଙ୍କୁ କେବଳ ଏକ ଚରିତ୍ର ଭଳି ଅଭିନୟ କରନ୍ତି। ଫିଲ୍ମ ସରିବା ପରେ ଏଥିରେ ତାଙ୍କୁ କୌଣସି ଫରକ ପଡେ ନାହିଁ । ଆମ ସମୟରେ କେହି ଆମ ନାମ ମଧ୍ୟ ନେଉ ନଥିଲେ, ଅନେକ ଲୋକ ଆମ ପାଦ ଛୁଇଁବା ମଧ୍ୟ ଆରମ୍ଭ କରିଥିଲେ । ଆମେ କାହାକୁ ଆଲିଙ୍ଗନ କରିପାରିଲୁ ନାହିଁ, ଚୁମ୍ବନ ଦେବା ତ ଦୂରର କଥା। ଆଦିପୁରୁଷ ପରେ, ଏମାନେ ସମସ୍ତେ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ରହିବେ ଏବଂ ଏହାକୁ ଭୁଲିଯିବେ । କିନ୍ତୁ ଏହା ଆମ ସହିତ କେବେ ହୋଇ ନଥିଲା।

wp:heading {"level":3}

you can read...

/wp:heading wp:embed {"url":"https://www.prameya.com/kriti-sanon-tirupati-temple-share-a-post-controversy/","type":"wp-embed","providerNameSlug":"prameya"}
https://www.prameya.com/kriti-sanon-tirupati-temple-share-a-post-controversy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.