PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ପାକ୍ ପିଏମ୍‌ଓକୁ ତ୍ରିରଙ୍ଗା ସହ ଫଟୋ ଟ୍ୟାଗ୍‌ କଲେ ରାମାୟଣ ଫେମ୍ ଦୀପିକା ଚିଖାଲିଆ ,ଟ୍ରୋଲ କରି ୟୁଜର କହିଲେ ଏହା

ନୂଆଦିଲ୍ଲୀ,୧୫।୮: ଆଜି ପୁରା ଭାରତରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି। ୧୫ ଅଗଷ୍ଟ ୨୦୨୨ ରେ ଆମ ଦେଶର ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି। ଏଭଳି ସ୍ଥିତିରେ ସରକାର ହର ଘର ତ୍ରିରଙ୍ଗା କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ସାରା ଦେଶରେ ଘରେ ଘରେ ଘରେ ଆଜି ତ୍ରିରଙ୍ଗା ଉଡୁଛି। ସାଧାରଣ ନାଗରିକଙ୍କ ସହିତ ବଲିଉଡ ଓ ଟିଭି ଷ୍ଟାର ମଧ୍ୟ ନିଜ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ତେବେ ‘ରାମାୟଣ’ ଫେମ୍ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ଦ୍ବାରା ଏକ ଭୁଲ୍ ହୋଇଯାଇଛି।

ଦୀପିକା ଚିଖାଲିଆା ଟ୍ବିଟରରେ ପତକାର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଧଳା ରଙ୍ଗର କୁର୍ତ୍ତା ଓ ପ୍ଲାଜୋ ପିନ୍ଧି ସାଲ୍ୟୁଟ କରୁଥିବାର ଦେଖିବାକୁ ମିଳିଛନ୍ତି। ତାଙ୍କ ହାତରେ ତ୍ରିରଙ୍ଗା ରହିଛି। ଦୀପିକା ଫଟୋ ସେୟାର କରି ଲେଖିଛନ୍ତି, ୭୫ ତମ ସ୍ବାଧୀନତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, କିନ୍ତୁ ସେ ଭୁଲରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଟ୍ୟାଗ୍ କରିଛନ୍ତି।

ଦୀପିକାଙ୍କ ଦ୍ବାରା ଭୁଲକୁ ନେଇ ଟ୍ବିଟର ୟୁଜର୍ସ ତାଙ୍କୁ ଘେରିଛନ୍ତି। ଦୀପିକାଙ୍କ ଫଟୋ ଉପରେ ବହୁ ଟ୍ରୋଲ ଓ ମିମ୍ସ ସେୟାର କରିବା ଆରମ୍ଭ କରିଦେଇଛନ୍ତି। ଏପରିକି ଜଣେ ୟୁଜର କହିଛନ୍ତି, ହେ ପ୍ରଭୁ ଆପଣ କେଉଁଠି? ଏବେ ତ ଅବତାର ନେବାକୁ ପଡିବ। ଏପରିକି ୟୁଜର ମଧ୍ୟ ବୁଝିପାରି ନାହାନ୍ତି ଯେ, ଦୀପିକା କାହିଁକି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହ୍ୟାଣ୍ଡେଲକୁ ଟ୍ୟାଗ୍‌ କରି ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର