ଭୁବନେଶ୍ୱର,୨୧/୦୩: ବିକଶିତ ଓଡ଼ିଶା ଅଭିଯାନରେ ରାଜ୍ୟ ସରକାର ବିମାନ ସେବା କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି । ଏଣିକି ଯାତ୍ରୀମାନେ ଭୁବନେଶ୍ୱରରୁ ଗୋଆକୁ ସିଧାସଳଖ ବିମାନରେ ଯା’ଆସ କରିପାରିବେ । ଆସନ୍ତା  ଏପ୍ରିଲ ୧ ତାରିଖରୁ ଇଣ୍ଡିଗୋର ଏହି ବିମାନ  ଉଡ଼ାଣ ଆରମ୍ଭ କରିବ । ବର୍ଷ ଆରମ୍ଭରୁ ବର୍ତ୍ତମାନ  ସୁଦ୍ଧା ଭୁବନେଶ୍ୱରରୁ ୬ଟି ସହରକୁ ସିଧାସଳଖ  ବିମାନ ଉଡୁଛି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ନୂଆ ଉଡ଼ାଣ ନୀତି(ଏନ୍‌ଡିପି)  ୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ  ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ  ଦିଆଯାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଧନ୍ୟବାଦ ଜଣାଇଛନ୍ତି । ସେ ଏନେଇ  ଏକ୍ସରେ କହିଛନ୍ତି, ପର୍ଯ୍ୟଟନ ଓ ବାଣିଜ୍ୟ  କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ସପ୍ତାହକୁ  ୪ ଦିନ ଅର୍ଥାତ୍‌ ମଙ୍ଗଳବାର, ବୁଧବାର, ଗୁରୁବାର  ଓ ଶନିବାର ଏହି ବିମାନ ଚଳାଚଳ କରିବ।  

ଆସନ୍ତା ୩୦ ତାରିଖରୁ ଭୁବନେଶ୍ୱରରୁ  ସିଧାସଳଖ ଉତ୍ତରପ୍ରଦେଶର ଗାଜିଆବାଦ୍‌ର  ହିଣ୍ଡନ ବିମାନବନ୍ଦର ଓ ଆଣ୍ଡମାନ ନିକୋବର  ଦୀପପୁଞ୍ଜର ରାଜଧାନୀ ପୋର୍ଟବ୍ଲେୟାରକୁ ସବୁଦିନ  ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଉଡ଼ିବ । ଏହି  ୩ଟି ସିଧାସଳଖ ବିମାନସେବା ଆରମ୍ଭ ହେଲେ,  ଏନ୍‌ଡିପି ଜରିଆରେ ମୋଟ ୯ଟି ସହରକୁ  ଭୁବନେଶ୍ୱର ସହ ସିଧାସଳଖ ଯୋଡି଼ ହେବ ।  

ସୂଚନାଯୋଗ୍ୟ, ଜାନୁଆରୀ ମାସରେ  ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର, କେରଳର କୋଚି ସମେତ ଲକ୍ଷେ୍ମø ଓ ପାଟଣାକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିଲା ।  ଫେବ୍ରୁଆରୀ ୬ରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ  ଡେରାଡୁନ୍‌କୁ ସପ୍ତାହକୁ ୩ ଥର (ମଙ୍ଗଳବାର, ଗୁରୁବାର, ଶନିବାର) ବିମାନ ଉଡୁଛି । ଫେବ୍ରୁଆରୀ  ୭ ତାରିଖରେ ଭୁବନେଶ୍ୱରୁ ଇନ୍ଦୋରକୁ  ସପ୍ତାହକୁ ୪ ଥର ଇଣ୍ଡିଗୋ ବିମାନ ଉଡୁଛି ।