ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିମାନଯାତ୍ରୀଙ୍କ ପାଇଁ ଖୁସ ଖବର, ଏପ୍ରିଲ ୧ରୁ ଭୁବନେଶ୍ୱରରୁ ଗୋଆକୁ ସିଧାସଳଖ ବିମାନ ସେବା

Published By : Prameya | March 21, 2025 8:34 AM

ଭୁବନେଶ୍ୱର,୨୧/୦୩: ବିକଶିତ ଓଡ଼ିଶା ଅଭିଯାନରେ ରାଜ୍ୟ ସରକାର ବିମାନ ସେବା କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି । ଏଣିକି ଯାତ୍ରୀମାନେ ଭୁବନେଶ୍ୱରରୁ ଗୋଆକୁ ସିଧାସଳଖ ବିମାନରେ ଯା’ଆସ କରିପାରିବେ । ଆସନ୍ତା  ଏପ୍ରିଲ ୧ ତାରିଖରୁ ଇଣ୍ଡିଗୋର ଏହି ବିମାନ  ଉଡ଼ାଣ ଆରମ୍ଭ କରିବ । ବର୍ଷ ଆରମ୍ଭରୁ ବର୍ତ୍ତମାନ  ସୁଦ୍ଧା ଭୁବନେଶ୍ୱରରୁ ୬ଟି ସହରକୁ ସିଧାସଳଖ  ବିମାନ ଉଡୁଛି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ନୂଆ ଉଡ଼ାଣ ନୀତି(ଏନ୍‌ଡିପି)  ୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ  ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ  ଦିଆଯାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଧନ୍ୟବାଦ ଜଣାଇଛନ୍ତି । ସେ ଏନେଇ  ଏକ୍ସରେ କହିଛନ୍ତି, ପର୍ଯ୍ୟଟନ ଓ ବାଣିଜ୍ୟ  କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ସପ୍ତାହକୁ  ୪ ଦିନ ଅର୍ଥାତ୍‌ ମଙ୍ଗଳବାର, ବୁଧବାର, ଗୁରୁବାର  ଓ ଶନିବାର ଏହି ବିମାନ ଚଳାଚଳ କରିବ।  

ଆସନ୍ତା ୩୦ ତାରିଖରୁ ଭୁବନେଶ୍ୱରରୁ  ସିଧାସଳଖ ଉତ୍ତରପ୍ରଦେଶର ଗାଜିଆବାଦ୍‌ର  ହିଣ୍ଡନ ବିମାନବନ୍ଦର ଓ ଆଣ୍ଡମାନ ନିକୋବର  ଦୀପପୁଞ୍ଜର ରାଜଧାନୀ ପୋର୍ଟବ୍ଲେୟାରକୁ ସବୁଦିନ  ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଉଡ଼ିବ । ଏହି  ୩ଟି ସିଧାସଳଖ ବିମାନସେବା ଆରମ୍ଭ ହେଲେ,  ଏନ୍‌ଡିପି ଜରିଆରେ ମୋଟ ୯ଟି ସହରକୁ  ଭୁବନେଶ୍ୱର ସହ ସିଧାସଳଖ ଯୋଡି଼ ହେବ ।  

ସୂଚନାଯୋଗ୍ୟ, ଜାନୁଆରୀ ମାସରେ  ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର, କେରଳର କୋଚି ସମେତ ଲକ୍ଷେ୍ମø ଓ ପାଟଣାକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିଲା ।  ଫେବ୍ରୁଆରୀ ୬ରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ  ଡେରାଡୁନ୍‌କୁ ସପ୍ତାହକୁ ୩ ଥର (ମଙ୍ଗଳବାର, ଗୁରୁବାର, ଶନିବାର) ବିମାନ ଉଡୁଛି । ଫେବ୍ରୁଆରୀ  ୭ ତାରିଖରେ ଭୁବନେଶ୍ୱରୁ ଇନ୍ଦୋରକୁ  ସପ୍ତାହକୁ ୪ ଥର ଇଣ୍ଡିଗୋ ବିମାନ ଉଡୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.