ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ହତ୍ୟା ଧମକ, ପୋଲିସକୁ ମାଗିଲେ ସୁରକ୍ଷା

ନୂଆଦିଲ୍ଲୀ ୨୪/୦୧: ଶାହରୁଖ ଖାନଙ୍କ ପଠାନ ପରେ ଏବେ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ 'ଗାନ୍ଧୀ ଗୋଡସେ: ଏକ ୟୁଦ୍ଧ'କୁ ନେଇ ବିବାଦ ଦେଖାଦେଇଛି। ବିବାଦ ଏତେ ବଢିଯାଇଛି ଯେ ବର୍ତ୍ତମାନ ରାଜକୁମାରଙ୍କୁ ହତ୍ୟା ଧମକ ମିଳୁଛି। ଧମକ ପାଇବା ପରେ ନିର୍ଦ୍ଦେଶକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ  ନିଜ ପାଇଁ ଅତିରିକ୍ତ ସୁରକ୍ଷା ଦାବି କରିଛନ୍ତି।

{"id":525846,"sizeSlug":"full","linkDestination":"none"}

ରାଜକୁମାର ମୁମ୍ବାଇର ଜଏଣ୍ଟ ପୋଲିସ କମିଶନର ସତ୍ୟନାରାୟଣଙ୍କ ନିକଟରେ ଅଭିଯୋଗ କରି ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଲେଖିଛନ୍ତି, ଜାନୁଆରୀ ୨୦ ରେ ଫିଲ୍ମର ଟିମ୍ ସହିତ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଇଥିଲା। ଏହା ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଚାଲିଥିଲା। ତା’ପରେ ସେଠାରେ ଏକ ଗୋଷ୍ଠୀ ଆସି ହଙ୍ଗମା ସୃଷ୍ଟି କରିବା ଆରମ୍ଭ କଲେ। ଏହି କାରଣରୁ ଟିମକୁ ସାମ୍ବାଦିକ ସମ୍ମିଳନୀକୁ ମଝିରେ ବନ୍ଦ କରିବାକୁ ପଡିଲା।

{"id":525847,"sizeSlug":"full","linkDestination":"none"}

ରାଜକୁମାର କହିଛନ୍ତି, ପରେ ତାଙ୍କୁ ଧମକ ଦିଆଗଲା ଯେ ସେ ତାଙ୍କ ଫିଲ୍ମର ରିଲିଜ୍ ଏବଂ ପ୍ରମୋସନ ବନ୍ଦ କରନ୍ତୁ, ନଚେତ୍ କିଛି ଭଲ ହେବନି। ରାଜକୁମାର ବର୍ତ୍ତମାନ ଭୟଭୀତ ଅଛନ୍ତି। ତାଙ୍କ ସହିତ ପରିବାରର ଜୀବନ ମଧ୍ୟ ବିପଦରେ ରହିଛି। ସେଥିପାଇଁ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଯଦି ଏହିପରି ଲୋକଙ୍କୁ ମୁକ୍ତ କରାଯାଏ ଏବଂ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ସେମାନେ ବହୁତ କ୍ଷତି ଘଟାଇ ପାରନ୍ତି ।

Copyright © 2022 - Summa Real Media Private Limited. All Rights Reserved.