ତାଲୁକ ଆଇନ୍ ସେବା ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳିତ

ତିଗିରିଆ,୩/୧୨ : ଡିସେମ୍ବର ୩ତାରିଖକୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ତିଗିରିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ପରିସରରେ ତାଲୁକ ଆଇନ୍ ସେବା କମିଟି ତିଗିରିଆ ତରଫରୁ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷl ତଥା ତିଗିରିଆ କୋର୍ଟର ବିଚାରପତି ସୁଶ୍ରୀ ପ୍ରେରଣାଶ୍ରୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଭିନ୍ନକ୍ଷମମାନଙ୍କ ଅଧିକାର ଓ ତାଲୁକ ଆଇନ୍ ସେବା କମିଟିର ସହଯୋଗ କିଭଳି ସେମାନଙ୍କ ନାର୍ଯ୍ୟ ଅଧିକାର ପାଇପାରିବେ ସେ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ l
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶିକ୍ଷାଧିକାରୀ ପ୍ରିୟରଞ୍ଜନ ହୋତା, ଆଇନଜୀବୀ ରମେଶ ଚନ୍ଦ୍ର ମାଝୀ, ରିଟେନର ରଘୁନାଥ ଦାସ, ସରକାରୀ ଓକିଲ ମଙ୍ଗଳକୃଷ୍ଣ ଦାସ, ବ୍ଲକ ସହଶିକ୍ଷାଧିକାରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l