PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଆଇପିଏଲ୍‌ ଫାଇନାଲ୍‌ରେ ଏସିଆ କପ୍‌କୁ ନେଇ ଆଲୋଚନା, ଏକାଠି ହେବେ ଏସିସି ସଦସ୍ୟ

ଅହମ୍ମଦାବାଦ,୨୬/୦୫: ମୁଖ୍ୟଙ୍କୁ ମ୍ୟାଚ୍‌ ଦେଖିବା ପାଇଁ ବିସିସିଆଇ ନିମନ୍ତ୍ରଣ କରିଛି । କେବଳ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୁଖ୍ୟଙ୍କୁ ଡକା ଯାଇନାହିଁ । ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡର ମୁଖ୍ୟ ଅହମ୍ମଦାବାଦରେ ଏକତ୍ର ହୋଇ ଏସିଆ କପ ଆୟୋଜନ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥର ଏସିଆ କପ୍‌ ଆୟୋଜନ ଅଧିକାର ପାକିସ୍ତାନ ନିକଟରେ ରହିଛି । ମାତ୍ର ଭାରତ ସେଠାକୁ ଯାଇ ଖେଳିବାକୁ ସ୍ପଷ୍ଟ ମନା କରିଦେଇଛି । ତେଣୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅନ୍ୟ ବୋର୍ଡମାନେ ବିକଳ୍ପ ଉପାୟ ଖୋଜୁଛନ୍ତି । ପାକ୍‌ ବୋର୍ଡ ପକ୍ଷରୁ ଏକ ବିକଳ୍ପ ବ୍ୟବସ୍ଥାର ପ୍ରସ୍ତାବ ରଖାଯାଇଛି ।

୬ଦେଶକୁ ନେଇ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ୧୩ଟି ମ୍ୟାଚ୍‌ ମଧ୍ୟରୁ ୪ଟି ମ୍ୟାଚ୍‌କୁ କେବଳ ପାକିସ୍ତାନରେ ଆୟୋଜନ କରାଯିବ ଓ ଫାଇନାଲ୍‌ ସମେତ ଅନ୍ୟ ସମସ୍ତ ମ୍ୟାଚ୍‌କୁ ପାକିସ୍ତାନ ବାହାରେ ଆୟୋଜନ କରାଯିବ । ପାକିସ୍ତାନ ବୋର୍ଡର ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।